Advertisment

Massive Fire Guts 50 Shops: ଜଳିଗଲା ପରିବା ମାର୍କେଟ, ପୋଡି ପାଉଁଶ ହୋଇଗଲା ୫୦ରୁ ଅଧିକ ଦୋକାନ

ଜଳିଗଲା ପରିବା ମାର୍କେଟ। ଅଧା ରାତିରେ ଲାଗିଲା ନିଆଁ। ନିଆଁ ଆଁରେ ୫୦ ଦୋକାନ ପାଉଁଶ। ପାରାଦୀପ ପଦାପଡ଼ିଆ ପରିବା ବଜାରରେ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କଲେ ୮ଟି ଦମକଳ ଗାଡ଼ି।

author-image
Chinmayee Sahoo
Vegetable Market

Vegetable Market Photograph: (OTV)

ଜଳିଗଲା ପରିବା ମାର୍କେଟ। ଅଧା ରାତିରେ ହଠାତ୍ ଲାଗିଲା ନିଆଁ। ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନକୁ ବ୍ୟାପିଲା। ନିଆଁ ଆଁରେ ଜଳି ପାଉଁଶ ହୋଇଗଲା ୫୦ ଦୋକାନ। ପାରାଦୀପ ପଦାପଡ଼ିଆରେ ଥିବା ପରିବା ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି। ଚାହୁଁ ଚାହୁଁ ପୂରା ମାର୍କେଟକୁ ଗିଳି ଦେଇଥିଲା ନିଆଁ। 

Advertisment

ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀ ସମେତ ପାରାଦୀପ ବନ୍ଦର, ଇଫକୋ, ଆଇଓସିଏଲ, AMNS, ପିପିଏଲ ପ୍ରଭୃତି ଶିଳ୍ପାନୁଷ୍ଠାନରୁ ୮ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ପୋଡ଼ି ଛାରଖାର ହୋଇଯାଇଥିଲା ପରିବା ମାର୍କେଟ। 

ଏକାଧିକ ବାଇକ ସହ ଦୋକାନରେ ଗଚ୍ଛିତ ଥିବା ପନିପରିବା, କ୍ୟାସ୍ ବାକ୍ସ, ଟଙ୍କା, ହିସାବ ଖାତା ଆଦି ଜଳି ପାଉଁଶ ହୋଇଯାଇଛି। ତେବେ କେମିତି ଲାଗିଲା ନିଆଁ, ପ୍ରକୃତ କରାଣ ଅସ୍ପଷ୍ଟ ରହିଛି। ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଧୂପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Advertisment

Jagatsinghpur Paradip
Advertisment