Advertisment

Accident: ମର୍ମନ୍ତୁଦ ଦୁର୍ଘଟଣା; ୫ ପୋଲିସ କର୍ମଚାରୀ ମୃତ, ଏକାଧିକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଟ୍ରେଲର ଓ ପୋଲିସ ବୋଲେରୋ ମୁହାଁମୁହିଁ ଧକ୍କା। ୫ ପୋଲିସ କର୍ମଚାରୀ ମୃତ, ୩ ଜଣ ଗୁରୁତର। ଟ୍ରେଲର ଚାଳକଙ୍କୁ ଅଟକ ରଖିଛି ପୋଲିସ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଦୁର୍ଘଟଣା।

author-image
Chinmayee Sahoo
Accident

Accident Photograph: (OTV)

ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେଲର-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଗୁରୁତର ହୋଇଛନ୍ତି ଆଉ ୩ ଜଣ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। 

Advertisment

ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକମାନେ ହେଲେ APR କାଶୀରାମ ଭୋଇ, ଦେବଦତ୍ତ  ସା, ଡ୍ରିଲ ସବ ଇନ୍ସପେକ୍ଟର ନିରଞ୍ଜନ କୁଜୁର, APR ହାବିଲଦାର ଲିଙ୍ଗରାଜ ଧୂରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା। 

ଗୁରୁତରଙ୍କ ଭିତରେ ଅଛନ୍ତି ୨ ଜଣ APR ଓ ଜଣେ ସରଜେଣ୍ଟ। ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଝାରସୁଗୁଡା ସଦର ଥାନା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରେଲର ସହ ପୋଲିସ ଗାଡ଼ିର ଧକ୍କା ହୋଇଥିଲା। ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।

Advertisment

Jharsuguda Accident
Advertisment
Related Articles
Advertisment