Advertisment

Heavy Rain Alert: ଦକ୍ଷିଣରେ ଅତିପ୍ରବଳ ବର୍ଷିବ, ଆଜିଠୁ ତିନିଦିନ ଯାଏଁ ପ୍ରବଳ ବର୍ଷା

ଆଜିଠୁ ତିନିଦିନ ଯାଏଁ ପ୍ରବଳ ବର୍ଷା ।  ଲଘୁଚାପ ବର୍ଷାରେ ଭିଜିବ ତମାମ ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ।

author-image
Manas Ranjan Mohanty
WEATHER

WEATHER Photograph: (OTV)

ଆଜିଠୁ ତିନିଦିନ ଯାଏଁ ପ୍ରବଳ ବର୍ଷା ।  ଲଘୁଚାପ ବର୍ଷାରେ ଭିଜିବ ତମାମ ଓଡ଼ିଶା। ଉପକୂଳ ଓଡ଼ିଶାରେ ପ୍ରବଳ ଆଉ ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତିପ୍ରବଳ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଆଜି ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଏକ ଅବପାତର ରୂପ ନେବାର ସମ୍ଭାବନା ରହିଛି।

Advertisment

ଯାହାର ପ୍ରଭାବରେ ସାରା ରାଜ୍ୟର ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା। ତେବେ ବର୍ଷାର ପ୍ରଭାବ ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ଅଧିକ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ସହ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିଭଳି କାଲି ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଏବଂ ରାଜ୍ୟ ଅନ୍ୟ ସମସ୍ତ ଜିଲ୍ଲା ପାଇଁ ଜାରି ହୋଇଛି ୟେଲ୍ଲ ୱାର୍ଣ୍ଣିଂ। 

ଉପର ମୁଣ୍ଡରେ ପ୍ରବଳ ବର୍ଷା

ଏପଟେ ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଆଣିଛି ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା। ହୀରାକୁଦକୁ ଜଳପ୍ରବାହ ବଢ଼ିବା ପରେ ୨୦ଟି ଗେଟ୍ ଜରିଆରେ ଚାଲିଛି ବନ୍ୟାଜଳ ନିଷ୍କାସନ। ହୀରାକୁଦ ବନ୍ୟାଜଳ ଆଜି ମୁଣ୍ଡୁଳି ନିକଟରେ ପହଞ୍ଚିବା ଅନୁମାନ କରାଯାଉଛି। 

Advertisment

ଏପଟେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଡାକି ଆଲୋଚନା କରିଛନ୍ତି ଏସଆରସି। ବର୍ଷାରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅଧିକ ପ୍ରଭାବିତ ଆଶଙ୍କା ଥିବାରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment