Advertisment

Cyclone Forecast: ଅକ୍ଟୋବରରେ ପୁଣି ବାତ୍ୟା, ୨୭ରୁ ୨୯ ତାରିଖ ଯାଏଁ ଓଡ଼ିଶାକୁ ପ୍ରବଳ ବର୍ଷା ୱାର୍ଣ୍ଣିଂ

କୁଆଡ଼େ ମୁହାଁଇବ ବାତ୍ୟା ? କେଉଁଠି କରିବ ଲ୍ୟାଣ୍ଡଫଲ ? କେତେ କିଲୋମିଟର ବେଗରେ ପବନ ଘାଉଁରେଇବ ? ଏ ନେଇ ସ୍ପଷ୍ଟ ସୂଚନା କେବଳ ଡିପ୍ରେସନ ପରେ ହିଁ ସ୍ପଷ୍ଟ ହୋଇଯିବ। ଯେହେତୁ ଏବେ ଅକ୍ଟୋବର ମାସ, ତେଣୁ ଲଘୁଚାପ ବଳଗୋଟାଇ ଏକ ବାତ୍ୟାର ରୂପ ନେବା ନିଶ୍ଚିତ ବୋଲି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି ।

author-image
Tapan Swain
CYCLONE

CYCLONE Photograph: (OTV)

ଅନୁମାନ ସତ, ଅକ୍ଟୋବରରେ ପୁଣି ଏକ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଶକ୍ତିଶାଳୀ ହୋଇ ୨୭ ତାରିଖରେ ବାତ୍ୟା ରୂପ ନେବ। କେଉଁଠି ମାଡ଼ ହେବ ? ଗତିପଥ କଣ ରହିବ ? ଯଦିଓ ତାହା ଆଇଏମଡି ସ୍ପଷ୍ଟ କରିନି କିନ୍ତୁ ବାତ୍ୟା ନିଶ୍ଚିତ ବୋଲି କହିଛି।

Advertisment

ଏପଟେ ୨୬ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଥିବାବେଳେ ୨୭ରୁ ୨୯ ଯାଏଁ ରାଜ୍ୟରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷାର ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେଣେ ପୂର୍ବ ସ୍ଥିରୀକୃତ ପ୍ୟାନେଲ ଅନୁସାରେ ଏଥର ବାତ୍ୟାର ନାଁ ରହିବ ‘ମୋନ୍ଥା’ । ...

୨୭ ତାରିଖ ସକାଳୁ ବାତ୍ୟା । ସ୍ପଷ୍ଟ କଲା ଆଇଏମଡି । କାଲି ଡିପ୍ରେସନ୍, ରବିବାର ଡିପ୍ ଡିପ୍ରେସନ ।
ପୂର୍ବାନୁମାନ ମୁତାବକ ଆଜି ଭୋରରୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାରେ ପରିଣତ ହେବା ସ୍ପଷ୍ଟ ହୋଇଛି। ଖୋଦ୍ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ବା ଆଇଏମଡି ବି ବାତ୍ୟାର ସ୍ପଷ୍ଟ ଅନୁମାନ ଲଗାଇ ସାରିଛି। ଆଇଏମଡି ପାଣିପାଗ ବିଜ୍ଞାନୀ ବାତ୍ୟା ସମ୍ପର୍କରେ ବଳିଷ୍ଠ ସୂଚନା ଦେଇ କହିଛନ୍ତି- ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଶକ୍ତିଶାଳୀ ହୋଇ ଧୀରେ ଧୀରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

Advertisment

ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବ, ତା ପରଦିନ ଅର୍ଥାତ୍ ୨୬ ତାରିଖ ମଧ୍ୟ ରାତ୍ରିରେ ଗଭୀର ଅବପାତରେ ପରିଣତ ହେବ। ଆଉ ୨୭ ତାରିଖ ସୋମବାର ସକାଳ ୮ଟା ବେଳକୁ ଏହା ବାତ୍ୟାର ରୂପ ନେଇ ସାରିଥିବ। ସମୁଦ୍ର ଭିତରେ ଇଏ ବାତ୍ୟାର ସାମ୍ଭାବ୍ୟ ଗତିପଥ।

ତେବେ ଓଡ଼ିଶା, ଆନ୍ଧ୍ର ନା ତାମିଲନାଡୁ ? କୁଆଡ଼େ ମୁହାଁଇବ ବାତ୍ୟା ? କେଉଁଠି କରିବ ଲ୍ୟାଣ୍ଡଫଲ ? କେତେ କିଲୋମିଟର ବେଗରେ ପବନ ଘାଉଁରେଇବ ? ଏ ନେଇ ସ୍ପଷ୍ଟ ସୂଚନା କେବଳ ଡିପ୍ରେସନ ପରେ ହିଁ ସ୍ପଷ୍ଟ ହୋଇଯିବ। ଯେହେତୁ ଏବେ ଅକ୍ଟୋବର ମାସ, ତେଣୁ ଲଘୁଚାପ ବଳଗୋଟାଇ ଏକ ବାତ୍ୟାର ରୂପ ନେବା ନିଶ୍ଚିତ ବୋଲି ଆଇଏମଡି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଥିବାବେଳେ ଆସନ୍ତା ୨୬ରୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।...

 ଆନ୍ଧ୍ରରେ ବାତ୍ୟାର ପ୍ରଭାବ ଅଧିକ ରହିବ

ଏଣେ ବାତ୍ୟାକୁ ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବି ଦେଲାଣି ସତର୍କ ସୂଚନା। ନିର୍ଦ୍ଦେଶିକା କହିଛନ୍ତି-ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ପ୍ରଭାବରେ ପ୍ରବଳ ବର୍ଷା ହେବ। ଆସନ୍ତାକାଲିଠାରୁ ପାଗ ବଦଳିବ ଓ ବର୍ଷା ଆରମ୍ଭ ହୋଇଯିବ। ତେବେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆଯାଇଛି ସମାନ ଚେତାବନୀ।

ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ।

୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ସମ୍ଭାବ୍ୟ ବାତ୍ୟା ମଡେଲକୁ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁ ମଧ୍ୟ ସଠିକ୍ ବୋଲି ଦର୍ଶାଇଥିବାବେଳେ ଆସନ୍ତା କାଲି ସୁଦ୍ଧା ସାଇକ୍ଲୋନ୍ ପାଥ୍ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି। ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ, ଆଭ୍ୟନ୍ତର ଓ ଉପକୂଳରେ ବର୍ଷା କାଚିବ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି।...

ଏଥର ବାତ୍ୟାର ନାଁ ରହିଛି ମୋନ୍ଥା। ଥାଇଲାଣ୍ଡର ସୁପାରିସ୍ ରେ ବାତ୍ୟାର ଏଭଳି ନାମକରଣ କରାଯାଇଛି ଯାହାର ଅର୍ଥ- ଥାଇ ଭାଷାରେ 'ସୁଗନ୍ଧିତ ଫୁଲ', କିମ୍ବା 'ସୁନ୍ଦର ଫୁଲ'। ବାତ୍ୟାର ନାଁ 'ମୋନ୍ଥା' ନେଇ ଏପର୍ଯ୍ୟନ୍ତ IMD ସ୍ପଷ୍ଟ କରିନାହିଁ। ତେବେ ଅକଟୋବରରେ ପୁଣି ଏକ ବାତ୍ୟା ନେଇ ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା GFS ଓ ୟୁରୋପୀୟ ECMWF ମଡେଲଙ୍କ ପୂର୍ବାନୁମାନ ଏବେ ସଠିକ ଦିଗକୁ ଯାଉଛି। ଏଣେ ଅକ୍ଟୋବରରେ ବାତ୍ୟା ଶୁଣି ୧୯୯୯ ମହାବାତ୍ୟାକୁ ମନେ ପକାଇ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି।...

Weather Cyclone
Advertisment
Related Articles
Advertisment