Advertisment

Rainy Days Ahead: ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ, ରାଜ୍ୟକୁ ତିନି ଦିନ ଭିଜାଇବ ବର୍ଷା

ଆଜିଠୁ ତିନି ଦିନ ଯାଏଁ ରାଜ୍ୟରେ ଛେଚିବ ବର୍ଷା। ସ୍ଥାନେ ସ୍ଥାନେ କୁଆପଥର ମାଡ଼ ସାଙ୍ଗକୁ ଘଣ୍ଟାକୁ ୪୦ କିଲୋମିଟର ବେଗରେ ପବନ ବି ବହିବ। ଆଜି ପାଇଁ ୧୨ ଜିଲ୍ଲା ଓ କାଲି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

author-image
Tapan Swain
HEAVY-RAIN

HEAVY-RAIN Photograph: (OTV)

ଆସୁଛି କାଳବୈଶାଖୀ
ବର୍ଷା ଛେଚିବ, କୁଆପଥର କାଚିବ
ବିଜୁଳି- ଘଡ଼ଘଡ଼ି ବି ଥରାଇବ

ଆଜିଠୁ ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏଭଳି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଖାଲି ସେତିକି ନୁହେଁ ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ବି ଜାରି କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ- ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହାକି ସମୁଦ୍ର ପତନଠାରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି।

Advertisment

ତା ପ୍ରଭାବରେ ସୋମବାର ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ। ବିଜୁଳି ଘଡ଼ଘଡ଼ି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବି ବହିପାରେ। 

ଆଜି ପାଇଁ ଯେଉଁ ୧୨ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି ହୋଇଛି- ସେଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ ଓ ଢେଙ୍କାନାଳ। ସେମିତି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସହ କନ୍ଧମାଳ ଜିଲ୍ଲାକୁ ବି ଜାରି ହୋଇଛି ୟେଲୋ ଆଲର୍ଟ।

Advertisment

୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତେବେ ଆସନ୍ତାକାଲି ପାଇଁ ଉପକୂଳରୁ ଉତ୍ତର ଓ ପଶ୍ଚିମ ସହ କେନ୍ଦ୍ର ଓଡ଼ିଶାର ୨୩ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ। କିନ୍ତୁ ୯ ତାରିଖ ବେଳକୁ ପାଗ ବଦଳିଯିବ ଓ ମାତ୍ର କାଁ ଭାଁ ସ୍ଥାନରେ ବର୍ଷା ହେବ।....

ତେବେ ଏଠି ପ୍ରଶ୍ନ ଖରା ବଢୁଥିବାବେଳେ ହଠାତ୍ ବର୍ଷା ଡରାଇଲା କାହିଁକି ? ପାଗରେ ଅଚାନକ ପରିବର୍ତ୍ତନ ପଛରେ କି କାରଣ ? ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ତଥ୍ୟ ଅନୁସାରେ- ପ୍ରାକ୍ ମୌସୁମୀ ଓ ଗ୍ରୀଷ୍ଣ ପ୍ରବାହ ସମୟରେ-ସମୁଦ୍ର ଭିତରୁ ସ୍ଥଳ ଭାଗକୁ ତୀବ୍ର ବେଗରେ ପବନ ବହିଥାଏ।

ଗତକାଲି ଅପରାହ୍ନରୁ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏଭଳି ପବନ ପ୍ରବାହିତ ହେଉଛି- ଯେଉଁଥିରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି। ଯେହେତୁ ଗତ ୪ରୁ ୫ ଦିନ ଧରି ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ସେସସିୟସ୍ ପର୍ଯ୍ୟନ୍ତ ଯାଇଛି- ତେଣୁ ସ୍ଥଳ ଭାଗ ଗରମ ଓ ସମୁଦ୍ରରୁ ଆସୁଥିବା ଥଣ୍ଡା ବାୟୁ ମିଶିବା ପରେ ପାଗ ହଠାତ୍ ବଦଳିଛି। 

ତା ସହ ଛତିଶଗଡ଼ ପାଖାପାଖି ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୩ଦିନ ଯାଏଁ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବ। ଏମିତିକି ପବନର ବେଗ ସ୍ଥାନେ ସ୍ଥାନେ ୫୦ରୁ ୬୦ ଓ ୭୦ କିଲୋମିଟର ଘଣ୍ଟାକୁ ବହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। 

ତେବେ କାଳବୈଶାଖୀ ବର୍ଷା ଓ ପବନ, ଚାଷକୁ କ୍ଷତି ପହଞ୍ଚାଇ ପାରେ। ବିଶେଷକରି ଖରାଦିନିଆ ପନିପରିବା ଓ ଧାନ ଫସଲ ସହ ଆମ୍ବ ବଉଳକୁ ବିପଦ ସାଜିବ।..

IMD Rain
Advertisment
Related Articles
Advertisment