/odishatv-khabar/media/media_files/2026/03/07/subhadra-2026-03-07-19-42-25.jpg)
SUBHADRA Photograph: (OTV)
କାଲି ମିଳିବ ସୁଭଦ୍ରା ଟଙ୍କା
ଅନ୍ତର୍ଜାତୀୟ ମହିଳା ଦିବସରେ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି
ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳା
ତାଲିକାରେ ଯୋଡ଼ିହେବେ ୨ ଲକ୍ଷ ୧୩ ହଜାର ନୂଆ ଯୁବା ହିତାଧିକାରୀ
କାଲି ପୁରୀର ତାଳବଣିଆରେ ରାଜ୍ୟସ୍ତରୀୟ ସୁଭଦ୍ରା ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟଙ୍କୁ ଏଇ ଟଙ୍କା ପଠାଯିବ। ସମାବେଶ ପାଇଁ ତାଳବଣିଆରେ ସବୁ ପ୍ରସ୍ତୁତି ସରିଛି।
ଏନେଇ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି- ସୁଭଦ୍ରା ପାଇଁ ଆବେଦନ କରିଥିବା ରାଜ୍ୟର ପ୍ରାୟ ଏକ କୋଟି ୧୨ ଲକ୍ଷ ୫୭ ହଜାର ମହିଳାଙ୍କ ମଧ୍ୟରୁ କୋଟିଏ ୨ ଲକ୍ଷ ୧୨ ହଜାର ୬୬୫ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ସେ ଭିତରୁ ୨ ଲକ୍ଷ ୧୩ ହଜାର ୧୯୮ ହେଉଛନ୍ତି ନୂଆ ଯୁବା ହିତାଧିକାରୀ।
୩୬ ହଜାର ୩୮୫ ଜଣ ପୁନର୍ବାର ହିତାଧିକାରୀ ତାଲିକାରେ ସାମିଲ
ସେହିଭଳି ବିଭିନ୍ନ କାରଣ ପାଇଁ ଦ୍ବିତୀୟ କିମ୍ବା ତୃତୀୟ କିସ୍ତିରୁ କଟିଥିବା ୩୬ ହଜାର ୩୮୫ ଜଣଙ୍କୁ ପୁନର୍ବାର ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି। କେବଳ ସେତିକି ନୁହେଁ ଯେଉଁମାନଙ୍କୁ 21 ବର୍ଷ ହେବ ସେମାନେ ତାଲିକାରେ ସାମିଲ ହେବେ, ୬୦ ଟପିଲେ ସୁଭଦ୍ରାରୁ ନାଁ କଟି ସିଧା ପେନସନ୍ ଲିଷ୍ଟକୁ ଯିବେ ବୋଲି କହିଛନ୍ତି ପ୍ରଭାତୀ।...
ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ଆସୁଥିବାରୁ ହିତାଧିକାରୀଙ୍କ ଭିତରେ ଖୁସି ଖେଳିଯାଇଥିଲା, ପ୍ରଥମ କିସ୍ତି ଟଙ୍କା ପାଇ ବିଭିନ୍ନ କାରଣରୁ ଦ୍ବିତୀୟ ଓ ତୃତୀୟ କିସ୍ତିରୁ ବଞ୍ଚିତ ମହିଳାଙ୍କ ଭିତରେ ନିରାଶା। କିଏ ଧାନ ମଣ୍ଡିରେ ଅଳ୍ପ କିଛି ଧାନ ଦେବା କାରଣରୁ ତ କିଏ ଆଇଟି ରିଟର୍ଣ୍ଣ ଫାଇଲ୍ କରିଥିବାରୁ କିସ୍ତିରୁ ବାଦ୍ ପଡ଼ି ଥିବା କହିଛନ୍ତି।...
Sky Turns Deadly: ଆବୁଧାବିରୁ ବାଗଦାଦ୍ ଯାଏଁ ଇରାନର ଆଟାକ୍, ଆକାଶରୁ ଖସୁଛି ଘାତକ ଡ୍ରୋନ୍-ରକେଟ୍

LPG Prices Hiked Amid War Fears: ହଠାତ୍ ବଢିଗଲା ରନ୍ଧନ ଗ୍ୟାସ୍ ଦାମ୍, ଯୁଦ୍ଧ ଯୋଗୁ ସରକାରଙ୍କୁ ଘାରିଛି ଏଲପିଜି ଅଭାବ ଚିନ୍ତା

President Raises Questions on Mamata Banerjee: ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ଏମିତି କଣ କରନ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)