Advertisment

Sky Turns Deadly: ଆବୁଧାବିରୁ ବାଗଦାଦ୍ ଯାଏଁ ଇରାନର ଆଟାକ୍, ଆକାଶରୁ ଖସୁଛି ଘାତକ ଡ୍ରୋନ୍-ରକେଟ୍

ଅଣାୟତ୍ତ ଯୁଦ୍ଧ, ଅଶାନ୍ତ ମଧ୍ୟପ୍ରାଚ୍ୟ। ଇରାନର ପ୍ରତିଶୋଧ ନିଆଁରେ ଜଳୁଛି ଏକାଧିକ ଆରବ ଦେଶ। ଆଜି ମଧ୍ୟ ପ୍ରାଚ୍ୟ ଦେଶରେ ଥିବା ଆମେରିକୀୟ ସାମରିକ ଘାଟି ଓ ଆରବ ଦେଶର ଏୟାରପୋର୍ଟ ଉପରେ ବଡ଼ ଧରଣ ହମଲା କରିଛି ଇରାନ୍।

author-image
Tapan Swain
WAR

WAR Photograph: (OTV)

ମିସାଇଲ୍ ପଡୁଛି, ରକେଟ ଖସୁଛି, ଆଉ ଘନଘନ ବର୍ଷୁଛି ବୋମା। ସାଉଦି ଆରବରୁ ଇରାକ, ସବୁଠି ସିରିଜ୍ ଆଟାକ୍। ପଶ୍ଚିମ ଏସିଆ ଆକାଶରୁ ବର୍ଷୁଛି ନିଆଁ। UAE ରାଜଧାନୀ ଆବୁଧାବିକୁ ଲଗାତାର ନିଶାନା କରି ହମଲା କରୁଛି ଇରାନ୍। ଯୁଦ୍ଧର ଅଷ୍ଟମ ଦିନରେ ଟାର୍ଗେଟରେ ଥିଲା ଆମେରିକାର ସାମରିକ ଘାଟି ଥିବା ଅଲ୍-ଧାଫ୍ରା ଏୟାରବେସ୍। ସେଠି ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରି ଆମେରିକାର ଏୟାର କମ୍ବାଟ୍ ସେଣ୍ଟର ଓ ସାଟେଲାଇଟ୍ କମ୍ୟୁନିକେସନ୍ ହବକୁ ଛିନଛତ୍ର କରିଛି ଇରାନ୍।

Advertisment

ଅଲ୍-ଧାଫ୍ରା ଏୟାରବେସରେ ହଜାର ହଜାର ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ଇରାନ କରିଛି, ଗତକାଲି ତେହେରାନର ଏକ ସ୍କୁଲ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ଏହି ବେସକୁ ବ୍ୟବହାର କରାଯାଇଥିଲା। ଏବେ ତାର ପ୍ରତିଶୋଧ ନେଇଛି ଇରାନ୍। ସେହିପରି ଦୁବାଇ ଏୟାରପୋର୍ଟରେ ବି ଡ୍ରୋନ୍ ହମଲା କରିଛି। ଘାତକ ସାହେଦ କାମିକାଜେ ଡ୍ରୋନରେ ଥରିଥିଲା ବିମାନବନ୍ଦର। ଏହାପରେ କିଛି ସମୟ ପାଇଁ ସେଠାରୁ ବିମାନ ଚଳାଚଳ ବନ୍ଦ ହୋଇଥିଲା।

ଘାତକ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ

ସେପଟେ ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବିଳମ୍ବିତ ରାତିରେ ବର୍ଷିଥିଲା ଏକାଧିକ ରକେଟ୍ ଓ ଆତ୍ମଘାତୀ ଡ୍ରୋନ। ସାଉଦି ଆରବ ବି ସହିଛି ଇରାନର ପ୍ରଚଣ୍ଡ ପ୍ରହାର। ରାଜଧାନୀ ରିୟାଦକୁ ଟାର୍ଗେଟ୍ କରି ଛାଡ଼ିଥିଲା ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍। କିଛି ଆକାଶରେ ନଷ୍ଟ ହୋଇଥିବା ବେଳେ କିଛି ଟାର୍ଗେଟ ହିଟ୍ କରିଥିଲା। ... 

Advertisment

ଗୋଟିଏ ପଟେ ଇରାନ୍ ଆଖିରୁ ପ୍ରତିଶୋଧର ଅଗ୍ନିବର୍ଷା ହେଉଥିବା ବେଳେ ଅନ୍ୟପଟେ ଇସ୍ରାଏଲ୍ ବି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଇରାନ୍ ରାଜଧାନୀ ତେହେରାନରେ ଥିବା ମେହେରାବାଦ ବିମାନବନ୍ଦର ଉପରେ ଭୋରରେ କରିଥିଲା ଭୟଙ୍କର ଏୟାରଷ୍ଟ୍ରାଇକ୍। ଏହି ଅପରେସନରେ ସାମିଲ ଥିଲେ ୮୦ଟି ଯୁଦ୍ଧ ବିମାନ। ଏଥିରେ ଇମାମ ହୋସେନ୍ ସାମରିକ ବିଶ୍ୱବିଦ୍ୟାଳୟ ଧ୍ବଂସ ହୋଇଛି। ଏହା IRGCର ସବୁଠୁ ବଡ଼ ଟ୍ରେନିଂ ସେଣ୍ଟର।

ମାଟି ତଳେ ଥିବା ଇରାନର ମିସାଇଲ୍ ବେସ୍ ଓ ଲଞ୍ଚ ସାଇଟରେ ଫାଇଟର୍ ଜେଟ୍ ବୋମା ବର୍ଷା କରି ଧୂଳିସାତ କରିଥିବା ଇସ୍ରାଏଲ୍ ଦାବି କରିଛି। ଆମ ନାଗରିକଙ୍କ ଉପରେ ଆକ୍ରମଣ କଲେ ଏମିତି ପରିଣାମ ହେବ ବୋଲି ଇରାନକୁ ଚେତେଇଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ। ସେପଟେ ଆଗକୁ ଆକ୍ରମଣ ଆହୁରି ଶାଣିତ କରିପାରେ ଆମେରିକା। ବ୍ରିଟେନ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଦେବା ପରେ ସେଠି ଓହ୍ଲାଇଛି ଆମେରିକାର ଶକ୍ତିଶାଳୀ ବୋମାବର୍ଷୀ ବିମାନ B-1 Lancer। 

 ଯୁଦ୍ଧ ଯେତିକି ଲମ୍ବୁଛି ମଧ୍ୟପ୍ରାଚ୍ୟ ସଂକଟ ଯେତିକି ଘନଉଛି। ଏସବୁ ଭିତରେ ବଡ଼ ବୟାନ ଦେଇଛନ୍ତି ଇରାନ୍ ରାଷ୍ଟ୍ରପତି ମସୁଦ ପେଜେଶକିଆନ। ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନରେ ସେ କହିଛନ୍ତି, ଇରାନ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଏଥିସହ ପଡ଼ୋଶୀଙ୍କୁ କ୍ଷମା ମାଗିଛନ୍ତି। ଶତ୍ରୁଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେଉଁମାନେ ବିନା ସର୍ତ୍ତରେ ଇରାନର ଆତ୍ମସମର୍ପଣ ଦେଖିବାକୁ ସ୍ୱପ୍ନ ଦେଖୁଛନ୍ତି, ସେମାନେ ସ୍ୱପ୍ନକୁ ନିଜ ସହ କବର ପର୍ଯ୍ୟନ୍ତ ନେଇଯିବେ। 

ସେପଟେ ଜବାବରେ ଟ୍ରମ୍ପ କହିଛନ୍ତି, ଆମେରିକା-ଇସ୍ରାଏଲର ନିରନ୍ତର ଆକ୍ରମଣରେ ଇରାନ ଆଣ୍ଠେଇବାକୁ ବାଧ୍ୟ ହୋଇଛି। ପଡ଼ୋଶୀ ଦେଶଙ୍କୁ ଆଉ ଆକ୍ରମଣ ନକରିବାକୁ କହିଛି। ଇରାନ ସହିତ କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ। କେବଳ ସର୍ତ୍ତବିହୀନ ଆତ୍ମସମର୍ପଣ ହିଁ ଯୁଦ୍ଧ ବନ୍ଦ କରିବାର ଏକମାତ୍ର ରାସ୍ତା ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ। ଆଗକୁ ମହାଯୁଦ୍ଧ କେତେ ଦିନ ଚାଲିବ ଓ ଏହାର ଶେଷ କେଉଁଠି ଆକଳନ କରିବା ମୁସ୍କିଲ। ... 





Iran War
Advertisment
Related Articles
Advertisment