Advertisment

Shah’s Odisha Visit Sparks Rajya Sabha Buzz: ଅମିତ ଶାହଙ୍କ ଗସ୍ତ ପରେ ସରଗରମ ରାଜ୍ୟସଭା ରାଜନୀତି, ଚତୁର୍ଥ ସିଟରେ ଦିଲ୍ଲୀପଙ୍କୁ ଜିତାଇବା ଉପରେ ଗୁରୁତ୍ବ

ଅମିତ ଶାହଙ୍କ ଗସ୍ତ ପରେ ସରଗରମ ରାଜ୍ୟସଭା ରାଜନୀତି। କୁହାଯାଉଛି ପାର୍ଟି ଅଫିସରେ କାଲି ହୋଇଥିବା ରୁଦ୍ଧଦ୍ବାର ବୈଠକରେ ଚତୁର୍ଥ ସିଟକୁ ଜିତାଇବା ଉପରେ ଗୁରୁତ୍ବ ଦେଇ ବିଧାୟକଙ୍କ କାନରେ ମନ୍ତ୍ର ବି ଫୁଙ୍କିଛନ୍ତି ଶାହ।

author-image
Tapan Swain
RAJYA SABHA ELECTION

RAJYA SABHA ELECTION Photograph: (OTV)

ଅମିତ ଶାହଙ୍କ ମନ୍ତ୍ର, ରାଜ୍ୟ ବିଜେପିକୁ ଦେଲା ବଳ
ବିଧାୟକମାନଙ୍କ ସହ ବୈଠକ କଲେ
ରାଜ୍ୟସଭା ଚତୁର୍ଥ ଆସନ ଦଖଲର ଥିଓରୀ ବତାଇଲେ
ପୁଣି ତିନି ପ୍ରାର୍ଥୀ ମନମୋହନ, ସୁଜିତ୍ କୁମାର ଓ ଦିଲ୍ଲୀପ ରାୟଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କଲେ ରାଜନୀତିର ଚାଣକ୍ୟ ।

Advertisment

ଖାଲି ପଡୁଥିବା ୪ ରାଜ୍ୟ ସଭା ଆସନରୁ ବିଜେପି ଖାତାକୁ ଦୁଇଟି କ୍ଲିୟର କଟ୍ ସିଟ୍ ଯାଉଛି। କିନ୍ତୁ ଚତୁର୍ଥ ଆସନ ପାଇଁ ଦଳ ପାଖରେ ସଂଖ୍ୟା ନାହିଁ। ଯେଉଁଥିପାଇଁ ବିଜେଡି ଓ କଂଗ୍ରେସ ମିଳିତ ଭାବେ ସରକାରୀ ଦଳକୁ ଚାଲେଞ୍ଜ ଦେଇ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି। ଅପରପକ୍ଷେ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିଛି। କିନ୍ତୁ ଦଳ ପାଖରେ ସଂଖ୍ୟା ନଥିବାରୁ ସାମାନ୍ୟ ଶଙ୍କା ଦେଖା ଦେଇଥିଲା।

ବିଜୁ ପ୍ରେମୀ ହିଁ ଦିଲ୍ଲୀପଙ୍କୁ ଜିତାଇବେ

ହେଲେ ଅମିତ ଶାହଙ୍କ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ପ୍ରଭାରୀ, ରାଜ୍ୟ ସଭାପତି ଓ ବିଧାୟକଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଚତୁର୍ଥ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆଲୋଚନା ପରେ ଏବେ ବିଜେପି ଶିବିର ଅଧିକ ସକ୍ରିୟ ହୋଇଉଠିଛି। ଯୋଗାଣମନ୍ତ୍ରୀ କହିଛନ୍ତି ବିଜେଡିରେ ଏବେ ଦୁଇ ଗୋଷ୍ଠୀ, ବିଜୁ ପ୍ରେମୀ ନବୀନ ପ୍ରେମୀ। ଆଉ ବିଜୁ ପ୍ରେମୀ ହିଁ ଦିଲ୍ଲୀପଙ୍କୁ ଜିତାଇବେ।....

Advertisment

ବିଜେଡି ଓ କଂଗ୍ରେସ କିନ୍ତୁ କନଫିଡେଣ୍ଟ ଯେ ଚତୁର୍ଥ ସିଟରେ ଶାସକ ଦଳକୁ ଧୂଳି ଚଟାଇବେ। ଉଭୟ ଦଳ ହାତ ମିଶାଇଥିବାରୁ ୩୦ ମ୍ୟାଜିକ୍ ନମ୍ବର ଭୋଟ୍ ବିରୋଧୀଙ୍କ ପାଖରେ ରହିଛି। କିନ୍ତୁ ବିରୋଧୀ ଦଳରେ ବିଦ୍ରୋହ ତୀବ୍ର ଥିବାରୁ କ୍ରସ୍ ଭୋଟିଂର ଭୟ ବି ରହିଛି। ଯାହାକି ଶାସକ ଦଳକୁ ଫାଇଦା ଦେଇପାରେ।

ଅପଚେଷ୍ଟା ବିଫଳ ହେବ

ବିଜେଡି କହିଛି, ରାଜ୍ୟ ବିଜେପିରେ ପ୍ରବଳ ଅସନ୍ତୋଷ ଥିବାରୁ ତାକୁ ସମାଧାନ କରିବାକୁ ଶାହା ଆସିଥିଲେ। ରାଜ୍ୟସଭା ନିର୍ବାଚନର ଚତୁର୍ଥ ସିଟ୍  ରେ ବିରୋଧୀ ଦଳ ପ୍ରାର୍ଥୀ ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି କଂଗ୍ରେସ କହିଛି ଶାସକ ଦଳର ଯେତେ ଅପଚେଷ୍ଟା ବିଫଳ ହେବ। କ୍ରସ୍ ଭୋଟିଂର ଆଦୌ ସମ୍ଭାବନା ନାହିଁ। ବିଜେପି କହିଛି, ପିସିସି ସଭାପତିଙ୍କୁ ଏବେ ନବୀନ ଭୂତ ଲାଗିଛି ନିର୍ବାଚନ ତାରିଖ ମାର୍ଚ୍ଚ ୧୬ ପରେ ସେ ଭୂତ ଛାଡିଯିବ।...

ଗୋଟିଏ ପଟେ ଶାହଙ୍କ ମନ୍ତ୍ର ପରେ ରାଜ୍ୟ ବିଜେପିର ଆତ୍ମବିଶ୍ବାସ ବଢିଛି। ଆଉ ଅନ୍ୟପଟେ କ୍ରସ ଭୋଟିଂ ଭୟ ସତ୍ତ୍ବେ ବିଜେଡି ଓ କଂଗ୍ରେସରେ ଦମ୍ଭୋକ୍ତିର ଉଣା ନାହିଁ। ଏହାରି ଭିତରେ ଅପେକ୍ଷା ରାଜ୍ୟସଭା ନିର୍ବାଚନର ଜଜମେଣ୍ଟ ଡେ'କୁ ।...

Amit Shah Odisha Rajya Sabha Election
Advertisment
Related Articles
Advertisment