Advertisment

Upcoming Cyclone to Be Named ‘Montha’: ବାତ୍ୟା ସୃଷ୍ଟି ହେଲେ ନାଁ ରଖାଯିବ 'ମୋନ୍ଥା', ଜାଣନ୍ତୁ ଏହାର ଅର୍ଥ କ’ଣ

ଟ୍ରପିକାଲ ସ୍ଲାଇକ୍ଲୋନ ପାଇଁ ୧୩ଟି ଦେଶ ନାମକରଣ କରିଥାନ୍ତି । ଏହି ଦେଶ ଗୁଡ଼ିକ ହେଲେ ଭାରତ, ବାଂଲାଦେଶ, ଇରାନ, ମାଲଡିଭ୍ସ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, UAE ଓ ୟେମେନ୍ ।

author-image
Tapan Swain
Cyclone

Cyclone Photograph: (OTV)

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରଖାଯିବ 'ମୋନ୍ଥା' । ଆସନ୍ତା ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ମୋନ୍ଥା ରଖାଯିବ। ଥାଇଲାଣ୍ଡରେ ଅର୍ଥାତ ଥାଇ ଭାଷାରେ 'ମୋନ୍ଥା' ଅର୍ଥ ସୁଗନ୍ଧିତ ଫଳ ବା ସୁନ୍ଦର ଫୁଲ । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେଉଥିବା ଏହି ବାତ୍ୟାର ନାଁ ଥାଇ ଭାଷାରେ 'ମୋନ୍ଥା' ରଖାଯିବ।

Advertisment

ବାତ୍ୟା ଗୁଡ଼ିକୁ ବିଶ୍ବ ପାଣିପାଗ ସଂସ୍ଥା ପକ୍ଷରୁ ନାମକରଣ କରାଯାଇଥାଏ । ଟ୍ରପିକାଲ ସ୍ଲାଇକ୍ଲୋନ ପାଇଁ ୧୩ଟି ଦେଶ ନାମକରଣ କରିଥାନ୍ତି । ଏହି ଦେଶ ଗୁଡ଼ିକ ହେଲେ ଭାରତ, ବାଂଲାଦେଶ, ଇରାନ, ମାଲଡିଭ୍ସ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦିଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, UAE ଓ ୟେମେନ୍ ।

ପ୍ରତି ଦେଶ ବାତ୍ୟାର ନାମକରଣ ପାଇଁ ଏକ ନାଁ ତାଲିକା ପ୍ରଦାନ କରିଥାନ୍ତି । ଏହାକୁ ବିଶ୍ବ ପାଣିପାଗ ସଂସ୍ଥା ବ୍ୟବହାର କରିଥାଏ । ସାଇକ୍ଲୋନକୁ ଚିହ୍ନଟ, ଟ୍ରାକ ଓ ବିପର୍ଯ୍ୟୟ ସଚେତନତା ପାଇଁ ନାଁ ଗୁଡ଼ିକୁ ବ୍ୟବହାର କରାଯାଇଥାଏ । ଓଡ଼ିଶାର ମହାବାତ୍ୟା ପରେ ବାତ୍ୟାଗୁଡିକର ନାମକରଣ କରାଯାଉଛି । 

Advertisment

ଆସୁଛି ବାତ୍ୟା । ଆସନ୍ତା ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏବେ କେନ୍ଦ୍ରୀଭୂତ ହୋଇ ବଳ ଗୋଟାଉଛି ଲଘୁଚାପ କ୍ଷେତ୍ର । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେବ ।

୨୬ ସୁଦ୍ଧା ଆହୁରି ବଳ ଗୋଟାଇ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି 
ଆନ୍ଧ୍ର ଉପରେ ଏହାର ଅଧିକ ପ୍ରଭାବ ରହିବ । ଓଡ଼ିଶାରେ ୨୭ରୁ ୨୯ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ବର୍ଷା ହେବ ।

ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବି ବର୍ଷା ହେବ । ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ହେବ। ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକରେ ପ୍ରବଳ ବର୍ଷିବ । ତେବେ ଆସନ୍ତା ୩୦ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ଆଳନ କରିଛି । ଆସନ୍ତା ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Weather Cyclone
Advertisment
Related Articles
Advertisment