Advertisment

UP Man Kills Woman: ପ୍ରେମିକାର ତଣ୍ଟିଚିପି ହତ୍ୟା କଲା ପ୍ରେମିକ, ରାତିରେ ରାସ୍ତାରେ ନେଇ ...

ବାହାହେବାକୁ ଜିଦି ଧରିଲେ ୬୦ ବର୍ଷୀୟା ମହିଳା। ଝିଅ ବାହାଘର ସାରିଥିଲେ କିନ୍ତୁ ନିଜେ ବେଦିରେ ବସିବାକୁ ମନ କରିଥିଲେ। ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମନ ଦେଇଦେଇଥିଲେ ୬୦ ବର୍ଷୀୟା ମହିଳା।

author-image
Manas Ranjan Mohanty
murder

murder Photograph: (OTV)

ବାହାହେବାକୁ ଜିଦି ଧରିଲେ ୬୦ ବର୍ଷୀୟା ମହିଳା। ଝିଅ ବାହାଘର ସାରିଥିଲେ କିନ୍ତୁ ନିଜେ ବେଦିରେ ବସିବାକୁ ମନ କରିଥିଲେ। ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମନ ଦେଇଦେଇଥିଲେ ୬୦ ବର୍ଷୀୟା ମହିଳା। ପ୍ରେମିକ କିନ୍ତୁ ବୁଝିଲାନି ପ୍ରେମିକାର ମନ। ପ୍ରେମ କଲା, ସଂପର୍କ ରଖିଲା ହେଲେ ବାହାହେବାକୁ ମନା କଲା ୪୫ ବର୍ଷୀୟ ବୟଫ୍ରେଣ୍ଡ୍।

Advertisment

ପ୍ରେମ କେତେବେଳେ ବି, କୋଉ ବୟସରେ ବି ହୋଇପାରେ। ହେଲେ ପ୍ରେମକୁ ନେଇ ପାଗଳାମୀ କିନ୍ତୁ ସାଂଘାତିକ ସାଜିପାରେ। ଯେମିତି ସାଂଘାତିକ ସାଜିଛି ଉତ୍ତର ପ୍ରଦେଶରେ। ୧୪ ନଭେମ୍ବର ୨୦୨୫। ସ୍ଥାନ- ଉତ୍ତରପ୍ରଦେଶ ହାଥରସ୍ ଜିଲ୍ଲା ଚନ୍ଦପା ଅଞ୍ଚଳ। ଏହି ଅଞ୍ଚଳର ଗୋଟେ ରାସ୍ତା କଡ଼ରେ ପଡିଥିଲା ଜଣେ ଅଜଣା ମହିଳାଙ୍କ ମୃତଦେହ। ତେବେ କାହାର ଏ ମୃତଦେହ ? ହାଥରସ୍ ଜିଲ୍ଲା ପୋଲିସ ଚଳାଇଲା ଅନୁସନ୍ଧାନ।

ପାରିପାର୍ଶ୍ବିକ ଅବସ୍ଥାରୁ ଲାଗୁଥିଲା କେହି ଜଣେ ହତ୍ୟା କରି ଏଠି ମହିଳାଙ୍କୁ ଫୋପାଡ଼ିଦେଇଛି। ତେବେ କିଏ ହତ୍ୟା କଲା ? ଜାଣିବା ପାଇଁ ପୋଲିସ ଗଠନ କଲା ୧୦ଟି ଟିମ୍। ଆଖପାଖ ସିସିଟିଭି ସହ ୫ଟି ଜିଲ୍ଲାର ପ୍ରାୟ ୧ ହଜାର ସିସିଟିଭି କ୍ୟାମେରା ଯାଞ୍ଚ କଲା ପୋଲିସ। ଅନୁସନ୍ଧାନରୁ ଯାହା ଜଣାପଡ଼ିଲା ଚମକାଇଦେଲା ସମସ୍ତଙ୍କୁ। ପୋଲିସ ଜାଣିବାକୁ ପାଇଲା ଯେ ମୃତ ମହିଳା ହେଉଛନ୍ତି ୬୦ ବର୍ଷୀୟା ଯୋଶିନା । ଆଉ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ହେଉଛି ଆଗ୍ରା ତାଜଗଞ୍ଜର ୪୫ ବର୍ଷୀୟା ଇମ୍ରାନ୍। ତଣ୍ଟିଚିପି ୬୦ ବର୍ଷୀୟା ଯୋଶିନାଙ୍କୁ ଇମ୍ରାନ୍ ହତ୍ୟା କରିଥିବା ପୋଲିସ କହିଛି।

Advertisment

ତେବେ ଇମ୍ରାନ୍ କାହିଁକି ହତ୍ୟା କଲା ଯୋଶିନାଙ୍କୁ ? ପୋଲିସ ସୂଚନା ଅନୁସାରେ ଯୋଶିନା ଓ ଇମ୍ରାନ୍ ଅନେକ ଦିନରୁ ପରିଚିତ। ପଶ୍ଚିମବଙ୍ଗରେ ଯୋଶିନାର ଘର ପାଖରେ ଇମ୍ରାନର ଶ୍ବଶୁର ଘର । ତେଣୁ ଇମ୍ରାନ ଯେତେବେଳେ ଶ୍ବଶୁର ଘରକୁ ଯାଏ ସେବେ ଯୋଶିନା ସହ ଦେଖାହୁଏ ।  ବାରମ୍ବାର ଯିବା ଆସିବା ଭିତରେ ଦୁଇ ଜଣଙ୍କ ଭିତରେ ସଂପର୍କ ଗଢିଉଠିଥିଲା। 

ଏମିତିକି ଯୋଶିନାଙ୍କ ଝିଅ ବାହାଘର ବେଳେ ମଧ୍ୟ ସବୁ କ୍ଷେତ୍ରରେ ସହଯୋଗ କରିଥିଲା ଇମ୍ରାନ୍। ତେବେ ଲୁଚିଲୁଚି ପ୍ରେମ ଅପେକ୍ଷା ଇମ୍ରାନଙ୍କୁ ସବୁଦିନ ପାଇଁ ନିଜର କରିବାକୁ ଚାହୁଁଥିଲେ ଯୋଶିନା। 

ଇମ୍ରାନକୁ ବାହାହେବା ପାଇଁ ଯୋଶିନା ବାଧ୍ୟ କରିଥିଲେ। କିନ୍ତୁ ମନା କରିଥିଲା ଇମ୍ରାନ୍। କାରଣ ଇମ୍ରାନର ସ୍ତ୍ରୀ ଓ ଛୁଆ ମଧ୍ୟ ଅଛନ୍ତି। ହେଲେ ଅବୁଝା ହେଲେ ୬୦ ବର୍ଷୀୟା ପ୍ରେମିକା ଯୋଶିନା। ବୁଝାଇପାରିଲାନି ୪୫ ବର୍ଷୀୟ ପ୍ରେମିକ। ତେଣୁ ଦେଖା କରିବାକୁ ଡାକି ତଣ୍ଟିଚିପି ହତ୍ୟା କରିଦେଲା ଇମ୍ରାନ୍। ଆଉ ରାତିରେ ରାସ୍ତାରେ ନେଇ ଫୋପାଡିଦେଇଥିଲା। ଯୋଶିନା ନିଜ ଜୀବନଠୁ ବି ଅଧିକ ଭଲ ପାଉଥିଲେ ଇମ୍ରାନଙ୍କୁ। ସେ ପାଗେଳିନୀ ଥିଲେ ଇମ୍ରାନ ପାଇଁ। ହେଲେ ଇମ୍ରାନ୍ ବୁଝିଲାନି ଯୋଶିନାଙ୍କ ଇମୋସନକୁ ବରଂ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା।  ଘଟଣାର ୯ ଦିନ ପରେ ହାଥରସ୍ ପୋଲିସ୍ ତାକୁ ଗିରଫ କରିଛି। ପଚରାଉଚରା ପରେ ଗୋଟି ଗୋଟି କରି ସବୁ ସତକଥା ମାନିଯାଇଛି ଇମ୍ରାନ୍। 

Advertisment
Related Articles
Advertisment