/odishatv-khabar/media/media_files/2025/11/28/human-sagar-death-mistry-2025-11-28-14-11-20.jpg)
Human-Sagar-Death-Mistry Photograph: (OTV)
ପ୍ରସିଦ୍ଧ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସପେନ୍ସ୍। ପୁଳା ପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରକୃତ ରହସ୍ୟ ଏଯାଏଁ ଖୋଲୁନାହିଁ। ତେବେ ହ୍ୟୁମାନଙ୍କ ମୃତ୍ୟୁ ପଛରେ ୩ଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ୨ ମ୍ୟାନେଜର ପ୍ରଶାନ୍ତ, ଦିନେଶ ଏବଂ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମାଆ। ଦେହ ଖରାପ ସତ୍ତ୍ୱେ ୨ ମ୍ୟାନେଜର ଟଙ୍କା ପାଇଁ ଶୋ ଆୟୋଜନ କରୁଥିବା ଓ ଡାକ୍ତରଙ୍କ ପାଖକୁ ଛାଡ଼ୁ ନଥିବା ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ମାଆ।
ସେହିପରି ଅର୍ପିତାଙ୍କ ପାଇଁ ହ୍ୟୁମାନ ମରିଥିବାର ଗୁରୁତର ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା l ଯାହାକୁ ଏନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି ଅର୍ପିତା ଚୌଧୁରୀ। ତେବେ ଏପରି ସମୟରେ ଅର୍ପିତାଙ୍କ ସାଥ୍ ଦେଇଛନ୍ତି ମ୍ୟୁଜିକ ଭିଡିଓ ପ୍ରଯୋଜକ ସ୍ଥିତ ପଟ୍ଟନାୟକ । ସେ ଅର୍ପିତାଙ୍କ ସହ କଥା ହୋଇଥିବା କଥା କହିଛନ୍ତି। ମାମଲା କୋର୍ଟକୁ ଗଲେ ବା ତଦନ୍ତ ହେଲେ ସେ ନିଶ୍ଚିତ ନିଜ ପକ୍ଷ ରଖିବେ ବୋଲି କହିଥିବା କଥା କହିଛନ୍ତି ସ୍ଥିତ ।
ସେପଟେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏନେଇ ସେମାନେ ଆଶାବାଦୀ ଅଛନ୍ତି ଯେ ଖୁବ ଶୀଘ୍ର ହ୍ୟୁମାନ ସାଗରଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆସିବ। ଆଉ ପ୍ରକୃତ ଦୋଷୀ ଦଣ୍ଡ ପାଇବ ।
ହ୍ୟୁମାନଙ୍କ ମୃତ୍ୟୁକୁ ବିତିଗଲାଣି ୧୧ ଦିନ। ହେଲ ସେଭଳି ଆଖିଦୁର୍ଶିଆ ତଦନ୍ତ ଦେଖିବାକୁ ମିଳୁନାହିଁ। ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଧରାହେବ ଅସଲ ଦୋଷୀ ? କେବେ ନ୍ୟାୟ ପାଇବେ ହ୍ୟୁମାନ ସାଗର ।
Three Foot Doctor: ଚର୍ଚ୍ଚାରେ ୩ ଫୁଟ ଉଚ୍ଚତାର ଡାକ୍ତର , ରୋଗୀ ଦେଖିଲେ ହୁଅନ୍ତି ଆଶ୍ଚର୍ଯ୍ୟ

Horror In Odisha: ମରିଗଲା ମାନବିକତା, ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି ସ୍ତ୍ରୀ

BJP lodges cyber complaint: ବିଜେଡି ନେତା ମନ୍ମଥଙ୍କ ବିରୋଧରେ ମାମଲା, ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ

Bomb Blast Outside: ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼, ଘଟଣାସ୍ଥଳରେ ଏନଆଇଏ ଟିମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)