/odishatv-khabar/media/media_files/2025/11/24/cyclone-update-2025-11-24-17-02-47.jpg)
CYCLONE-UPDATE Photograph: (OTV)
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା । ଆଜି ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ତେବେ କେଉଁ ବାଟ ଦେଇ ଯିବ କେଉଁଠି ପ୍ରଭାବ ଛାଡିବ କେଉଁ ଉପକୂଳରେ ପିଟି ହେବ ସାଇକ୍ଲୋନ୍ ତାର ଆକଳନ କରିନାହିଁ ପାଣିପାଗ ବିଭାଗ। କିନ୍ତୁ ୨୭ ତାରିଖରୁ ବର୍ଷାର ପ୍ରଭାବ ଅଧିକ ହେବ ।
ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆନ୍ଧ୍ର ଓ ଓଡ଼ିଶା ଉପରେ ପଡିପାରେ । ହେଲେ ଓଡିଶା ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୫ ତାରିଖରୁ ବଢିବ ପବନର ବେଗ । ୨୫ ସନ୍ଧ୍ୟାରୁ ପବନର ଘଣ୍ଟା ପ୍ରତି ବେଗ ୫୦-୬୦ କିଲୋମିଟର ରହିବ । ୨୬ ସକାଳୁ ୬୦ରୁ ୭୦ କିମିରେ ରହି ସର୍ବାଧିକ ୮୦ କିମି ହେବ । ୨୭ ସକାଳୁ ସର୍ବାଧିକ ୧୦୦ କିମି ରହିପାରେ ପବନର ବେଗ ।
୨୭ ପରେ ବର୍ଷା ହୋଇପାରେ । ଚାଷୀ ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ କାରଣ ଏବେ ଅମଳ ସମୟ । ତେଣୁ ସମ୍ଭାବ୍ୟ ବାତ୍ୟା ବଢାଇଛି ଚାଷୀଙ୍କ ଟେନସନ୍ । ଗତମାସରେ ମୋନ୍ଥା ଆସି ଯଦିଓ ବିଶେଷ କ୍ଷୟକ୍ଷତି କରିନଥିଲା କିନ୍ତୁ ଚାଷ ପ୍ରଭାବିତ ହୋଇଥିଲା ତେଣୁ ଏବେ ସମ୍ଭ୍ୟାବ୍ୟ ବାତ୍ୟା ପାଇଁ ଟେନସନରେ ଚାଷୀ
Fairy Tale Romance: ଧର୍ମେନ୍ଦ୍ର ହେମାଙ୍କ ଏମିତି ପ୍ରେମ କାହାଣୀ, ବିବାହ ପାଇଁ ବଦଳାଇବାକୁ ପଡ଼ିଥିଲା ଧର୍ମ

Cyclone Preparedness: ଉପକୂଳ ଠାରୁ ୧୦୦୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା, ସରକାର ପ୍ରସ୍ତୁତ

Delhi Air Pollution: ଅଣନିଶ୍ବାସୀ କଲାଣି ରାଜଧାନୀ ପବନ... ଘରେ ରହି କାମ କରିବାକୁ ନିର୍ଦ୍ଦେଶ

Building a Better future: ଯେଉଁ ହାତ ଦିନେ ଅପରାଧ କରିଥିଲା ଆଜି ସେ ହାତରେ କୋଦାଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)