/odishatv-khabar/media/media_files/2025/10/12/upi-new-rule-2025-10-12-14-01-51.jpg)
UPI-New-Rule Photograph: (OTV)
ଆହୁରି ସହଜ ହେଲା ଡିଜିଟାଲ ପେମେଣ୍ଟ (UPI Payment) । ଗୋଟିଏ ଆପ୍ରେ ମିଳିବ ସବୁ ସୁବିଧା। Google Payରେ ବି ହେବ PhonePe କାମ। ଏମିତି ବଡ଼ ପରିବର୍ତ୍ତନ ହେବ UPIରେ। ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ବା NPCI ଚଳିତ ବର୍ଷ ଡିସେମ୍ବର ୩୧ରୁ ଲାଗୁ କରିବ ନୂଆ ନିୟମ। ଏହି ନୂଆ ଫିଚର ସହିତ, ଆପଣ Google Pay, PhonePe କିମ୍ବା Paytm ଭଳି ଯେକୌଣସି UPI ଆପ୍ରେ ସମସ୍ତ ପେମେଣ୍ଟ ଏବଂ ଅଟୋପେମେଣ୍ଟ ଦେଖିପାରିବେ ଏବଂ ମ୍ୟାନେଜ୍ ବି କରିପାରିବେ। ଆହୁରି ମଧ୍ୟ, ଆପଣ ଅଟୋପେମେଣ୍ଟ୍ସଗୁଡ଼ିକୁ ଗୋଟିଏ ଆପ୍ରୁ ଅନ୍ୟ ଏକ ଆପ୍କୁ ଟ୍ରାନ୍ସଫର୍ କରିପାରିବେ।
ଏପର୍ଯ୍ୟନ୍ତ ଏହା ହିଁ ହେଉଥିଲା, ଯଦି ଆପଣ Google Payରେ ଏକ ଅଟୋପେମେଣ୍ଟ ଏବଂ PhonePe ରେ ଆଉ ଏକ ସେଟ୍ ଅପ୍ କରନ୍ତି, ତେବେ ଆପଣଙ୍କୁ ଉଭୟ ଆପ୍କୁ ଯାଇ ଯାଞ୍ଚ କରିବାକୁ ପଡୁଥିଲା। କିନ୍ତୁ ଆଉ ଏମିତି ହେବ ନାହିଁ।
ନୂଆ ନିୟମ ଲାଗୁ ହେଲେ, ଆପଣ ଗୋଟିଏ ଆପ୍ ରୁ ଆପଣଙ୍କର ସବୁ ପେମେଣ୍ଟର ରେକର୍ଡ ଦେଖିପାରିବେ। ଏହା ଆପଣଙ୍କ ଆର୍ଥିକ ପ୍ଲାନକୁ ବହୁତ ସହଜ କରିଦେବ।
ଧରାଯାଉ, ଆପଣଙ୍କର Google Pay ରେ ବିଦ୍ୟୁତ୍ ବିଲ୍ ପେମେଣ୍ଟ କରିଛନ୍ତି ଆଉ PhonePe ରେ Netflix ପେମେଣ୍ଟ କରିଛନ୍ତି। ତେବେ ଆପଣ ଗୋଟିଏ ଆପ୍, PhonePe କିମ୍ବା Google Pay ରୁ ଦୁଇଟାଯାକ ପେମେଣ୍ଟ୍ ଦେଖିପାରିବେ ଏବଂ କଣ୍ଟ୍ରୋଲ୍ ମଧ୍ୟ କରିପାରିବେ।
NPCI ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ଫିଚର ୟୁଜରଙ୍କ ଉପରେ କୌଣସି ଚାପ ପକାଇବ ନାହିଁ। କୌଣସି କ୍ୟାସ୍ବ୍ୟାକ୍ ଅଫର୍ ଦିଆଯିବ ନାହିଁ, କି ଆପଣଙ୍କୁ କୌଣସି ନିର୍ଦ୍ଦିଷ୍ଟ ଆପ୍ ବ୍ୟବହାର କରିବା ପାଇଁ କୌଣସି ନୋଟିଫିକେସନ୍ ପଠାଯିବ ନାହିଁ।
ଆପଣ କେଉଁ ଆପ୍ ବ୍ୟବହାର କରିବେ ତାହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ, UPIକୁ ଅଧିକ ସୁରକ୍ଷିତ କରିବା ପାଇଁ ନୂଆ ଅଟେଣ୍ଟିକେସନ୍ ପଦ୍ଧତି ଯୋଡାଯାଇଛି। ଏବେ ଆପଣ ଫେସ୍ କିମ୍ବା ଫିଙ୍ଗରପ୍ରିଣ୍ଟ୍ ବ୍ୟବହାର କରି ପେମେଣ୍ଟକୁ ଆହୁରି ସୁରକ୍ଷିତ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)