Advertisment

Auto Driver Sarpanch Quits Post: ସରପଞ୍ଚ ପଦବୀ ଲୋଡ଼ା ନାହିଁ; ଅଟୋ ଚଲାଇବେ, ଖୁସିରେ ରହିବେ

ସରପଞ୍ଚ ପଦବୀ ତାଙ୍କର ଲୋଡ଼ା ନାହିଁ। ତାଙ୍କ ପାଇଁ ପରିବାର ସବୁକିଛି। ସେଥିପାଇଁ ସେ ସରପଞ୍ଚ ପଦବୀ ଛାଡ଼ିବାକୁ ରାଜି ହୋଇଯାଇଛନ୍ତି । ଅଟୋ ଚଲାଇବେ ପଛେ ସରପଞ୍ଚ ଚୌକି ତାଙ୍କର ଦରକାର ନାହିଁ ।

author-image
Chinmayee Sahoo
Bargarh-Sarpanch

Bargarh-Sarpanch Photograph: (OTV)

ସରପଞ୍ଚ ପଦବୀ ତାଙ୍କର ଲୋଡ଼ା ନାହିଁ। ତାଙ୍କ ପାଇଁ ପରିବାର ସବୁକିଛି। ସେଇଥିପାଇଁ ହସି ହସି ସରପଞ୍ଚ ପଦବୀ ଛାଡ଼ିବାକୁ ସେ ହୋଇଯାଇଛନ୍ତି ରାଜି। ଅଟୋ ଚଲାଇବେ ପଛେ ସରପଞ୍ଚ ଚୌକି ତାଙ୍କର ଦରକାର ନାହିଁ। ଇଏ ହେଉଛନ୍ତି ବରଗଡ଼ ସଦର ବ୍ଲକ୍ ବରହାଗୋଡା ଗାଁର ଶରତ କୁମ୍ଭାରl ପେଶାରେ ସିନା ଅଟୋ ଚାଳକ ହେଲେ କ୍ଷମତାରେ ଗାଁର ମୁଖିଆ ବା ସରପଞ୍ଚ। ଗ୍ରାମବାସୀ କହିବାରୁ ନିର୍ବାଚନ ଲଢ଼ି ପ୍ରଥମେ ୱାର୍ଡସଭ୍ୟ ଓ ପରେ ନାଏବ ସରପଞ୍ଚ ହୋଇଥିଲେ। 
ହେଲେ ସେ ସମୟରେ ଦାୟିତ୍ୱରେ ଥିବା ସରପଞ୍ଚଙ୍କ ଦେହାନ୍ତ ହେବାରୁ ପରିସ୍ଥିତିରେ ପଡ଼ି ସରପଞ୍ଚ ଦାୟିତ୍ଵ ନେଇଥିଲେ ଶରତ। ସେହି ଦିନରୁ ଦୀର୍ଘ ୨ବର୍ଷ ହେଲା ସେ ତାଙ୍କ କାର୍ଯ୍ୟ ସଚ୍ଚୋଟତାର ସହ କରିଆସୁଥିଲେ। ହେଲେ କିଛି ସମୟ ହେଲା ତାଙ୍କୁ ନଜଣାଇ ପଞ୍ଚାୟତରେ ମନଇଚ୍ଛା କାର୍ଯ୍ୟ ହେଉଥିଲା। ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ମିଳିଲା। ଏତେ ଚାପ ସମ୍ଭାଳି ପାରିଲେନି ଶରତ। ପରିବାରରେ ସିଏ ଏକ ମାତ୍ର ସାହା ଭରସା ହୋଇଥିବାରୁ ଅଟୋ ଚଲାଇବେ ପଛେ ସରପଞ୍ଚ ହେବେନି ବୋଲି ସେ ମନସ୍ତ କରିଥିଲେ। ଆଉ ଇସ୍ତଫା ପତ୍ର ଉପଜିଲ୍ଲାପାଳଙ୍କୁ ପଠାଇଥିଲେ l
ଗାଁ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇଚାଲିଥିବା ମଣିଷ ଟିଏ ହେଉଛନ୍ତି ଶରତ। ପେଶା ଆଗରେ କେବେବି ତାଙ୍କୁ କ୍ଷମତା ପ୍ରଭାବିତ କରିପାରିନି। ପ୍ରତିଦିନ ସକାଳ ହେଲେ ନିଜ ଅଟୋ ନେଇ ଘରୁ ବାହାରି ପଡ଼ନ୍ତି ରୋଜଗାର ପାଇଁl ଯାହା ରୋଜଗାର ହୁଏ ସେଥିରେ ତାଙ୍କ ପରିବାର ଚଳେl ଏହି ସରଳ ଜୀବନ ଓ ଭଲ ବ୍ୟବହାର ପାଇଁ ଅଞ୍ଚଳରେ ତାଙ୍କର ଖୁବ ପ୍ରଶଂସା। ସେଥିପାଇଁ ସେ ସରପଞ୍ଚ ପଦବୀ ଛାଡ଼ିଥିବା କଥାକୁ ଗ୍ରହଣ କରିପାରୁ ନାହାନ୍ତି ଗ୍ରାମବାସୀ ।
ଏଠି ସବୁଠୁ ବଡ଼ ପ୍ରଶ୍ନ ଶରତକୁ କିଏ ଦେଉଥିଲା ହତ୍ୟା ଧମକ। ଯାହା ଫଳରେ ସେ ସରପଞ୍ଚ ପଦବୀ ଛାଡ଼ିବାକୁ ବାଧ୍ୟ ହେଲେ। ତେବେ ଏନେଇ ବରଗଡ଼ ଉପ ଜିଲ୍ଲାପାଳ କହିଛନ୍ତି କହିଛନ୍ତି ଶରତଙ୍କ ଇସ୍ତଫା ପତ୍ରକୁ ବିଚାରକୁ ନିଆଯିବ ଓ ତର୍ଜମା କରିବା ପରେ ନିଷ୍ପତ୍ତି ନିଆଯିବ l 
କିଏ କ୍ଷମତା ପାଇବା ପାଇଁ ଆଜିକା ସମୟରେ ଲୋକମାନେ କିଛିବି କରିବାକୁ ପ୍ରସ୍ତୁତ। ହେଲେ ପରିବାର ପାଇଁ ସରପଞ୍ଚ ଭଳି କ୍ଷମତାଶାଳୀ ପଦବୀ ଛାଡ଼ିଛନ୍ତି ଶରତ। ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅଧିକ ଦେଖନ୍ତୁ:

Bargarh
Advertisment
Related Articles
Advertisment