Advertisment

Indians Hold Gold: ୬୦୦୦ ହାତୀଙ୍କ ଓଜନ ଯେତିକି, ଭାରତୀୟଙ୍କ ପାଖରେ ସୁନା ସେତିକି

ସୁନାର ଚଢେଇ ଭାରତ ! ଟନ୍ ଟନ୍ ସୁନା ରଖିଛନ୍ତି ଭାରତୀୟ। ୬୦୦୦ ହାତୀଙ୍କ ଓଜନ ଯେତିକି, ଭାରତୀୟଙ୍କ ପାଖରେ ସୁନା ଅଛି ସେତିକି । ଘରେ ରଖିଛନ୍ତି ୩୪,୬୦୦ ଟନ୍ ସୁନା ।

author-image
Chinmayee Sahoo
INDIA HOUSEHOLD GOLD RESERVE

INDIA HOUSEHOLD GOLD RESERVE Photograph: (OTV)

ଦେଶରେ ବୁଲେଟ୍ ସ୍ପିଡ୍‌ରେ ବଢୁଛି ସୁନା ଦର । ଆଉ ଶହେ କି ୫୦୦ ନୁହେଁ, ନିଇତି ହଜାର ବଢୁଛି ହଜାର ଟଙ୍କା । ଦର ଏବେ ଦେଢ ଲକ୍ଷ ମୁହାଁ ହେଲାଣି । ଏମିତିରେ ଭାରତରେ ସୁନାକୁ ନେଇ ଆସିଛି ଏକ ବଡ଼ ରିପୋର୍ଟ । ଯେଉଁଥିରେ ଭାରତୀୟ ଲୋକଙ୍କ ଘରେ ୩୪ ହଜାର ୬୦୦ ଟନ୍ ସୁନା ମହଜୁଦ ଥିବା କରାଯାଇଛି ଆକଳନ । ଯାହାକି ଦେଶର ମୋଟ ଜିଡିପିର ୮୮.୮ ପ୍ରତିଶତ ।
ଲୋକଙ୍କ ଘରେ ଥିବା ସୁନାର ଓଜନ ୬୦୦୦ ହଜାର ହାତୀର ଓଜନଠୁ ବି ଅଧିକ । ଯାହା ଦାମ୍ ୩.୮ ଟ୍ରିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୩୩୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ଏହି ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ଫାଇନାନ୍ସିଆଲ ସର୍ଭିସେସ୍ କମ୍ପାନି 'ମର୍ଗାନ୍ ଷ୍ଟାନ୍‌ଲେ' । 
୨୦୨୩ ସୁଦ୍ଧା ଭାରତୀୟଙ୍କ ଘରେ ୨୫ ହଜାର ଟନ ସୁନା ରହିଥିବା ଅନୁମାନ କରିଥିଲା ବିଶ୍ୱ ସୁନା ପରିଷଦ (WGC)  । ସେହି ସଂଖ୍ୟାକୁ ଦେଖିଲେ ବର୍ତ୍ତମାନର ଗଚ୍ଛିତ ସୁନା ୯ ହଜାର ୬୦୦ ଟନ୍ ବଢିଛି । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କରେ ବି ସୁନା ମହଜୁଦ ପରିମାଣ ବୃଦ୍ଧି ପାଉଛି । RBI ପାଖରେ ରହିଛି ମୋଟ ୮୮୦ ଟନ୍ ସୁନା । ସାରା ଦେଶରେ ପ୍ରତିଦିନ ନୂଆ ରେକର୍ଡ କରୁଛି ସୁନା ଦର । ୧୦ ଗ୍ରାମ୍ ସୁନା ଏବେ ୧ ଲକ୍ଷ ୨୫ ହଜାର ଟଙ୍କା ଟପିଛି । ଅନ୍ତର୍ଜାତୀୟ ବଜାରରେ ବି ସୁନା ମୂଲ୍ୟ ରେକର୍ଡ ସ୍ତରରେ । ଆଉନ୍ସ ପିଛା ଦର ୪,୦୫୬ ଡଲାରରେ କାରବାର କରୁଛି । 
ଦୁନିଆର ସର୍ବବୃହତ ସୁନା ମାର୍କେଟ ମଧ୍ୟରୁ ଅନ୍ୟତମ ଭାରତ । ଏହା ବିଶ୍ୱର ଦ୍ୱିତୀୟ ବୃହତ୍ ସୁନା ବ୍ୟବହାରକାରୀ ଦେଶ । ଭାରତରେ ସୁନା ଚାହିଦା ବିଶ୍ୱ ଚାହିଦାର ୨୬ ପ୍ରତିଶତ ।  ଭାରତରେ ସୁନା କେବଳ ଏକ ଗହଣା ନୁହେଁ, ଆମର ସଂସ୍କୃତି ପରମ୍ପରା ସହ ବି ଜଡିତ । ଗରିବ ହୁଅନ୍ତୁ କି ମଧ୍ୟବିତ୍ତ, ସବୁ ଭାରତୀୟମାନେ ସୁନା ପ୍ରିୟ । ବିବାହ, ପର୍ବପର୍ବାଣି କିମ୍ବା ଅନ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟରେ ସୁନା ପିନ୍ଧିବା ଓ ଉପହାର ଦେବାର ପରମ୍ପରା ରହିଆସିଛି ଦେଶରେ ।

Advertisment

ଅଧିକ ଦେଖନ୍ତୁ:

Gold
Advertisment
Related Articles
Advertisment