/odishatv-khabar/media/media_files/2026/01/22/gold-rate-2026-01-22-14-56-22.jpg)
Gold Rate Photograph: (OTV)
ହୁ ହୁ ହୋଇ ବଢୁଛି ରେଟ୍, ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଲଗାମଛଡ଼ା ସୁନା, ରୁପା ଭାଉ । ସୁନା ପିନ୍ଧିବା ତ ଦୂରରେ ଥାଉ, ଏବେ ତାକୁ ଛୁଇଁବାକୁ ବି ଡର ଲାଗୁଛି । ଖାଲି ସୁନା ନୁହେଁ, ରୁପାର ଲମ୍ବ ଡିଆଁ ଦେଖି ସମସ୍ତେ ଛାନିଆ । ସପ୍ତାହେ ଭିତରେ ୩୦ ହଜାର ଟଙ୍କା ବଢିଛି ରୁପା ଦର ।
ସପ୍ତାହକରେ ୧୦ ହଜାର ବଢିଲା:
ସୁନା ସପ୍ତାହକ ଭିତରେ ବଢ଼ିଛି ୧୦ ହଜାର ଟଙ୍କା । ଆଜି ଭୁବନେଶ୍ବର ବଜାରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦାମ ୧ ଲକ୍ଷ ୪୪ ହଜାରରୁ ଅଧିକ ରହିଛି । ଯାହା ସପ୍ତାହେ ତଳେ ୧ ଲକ୍ଷ ୩୧ ହଜାର ଥିଲା। ୨୪ କ୍ୟାରେଟ୍ ସୁନା ଦାମ୍ ରହିଛି ୧ ଲକ୍ଷ ୫୭ ହଜାର ଟଙ୍କାରୁ ଅଧିକ । ଏଠି ପ୍ରଶ୍ନ ଉଠୁଛି, ଆଗକୁ ସୁନା କମିବ ନା ଏମିତି ବଢିଚାଲିବ ? ଦେଢ ଲକ୍ଷ ଟପିବା ପରେ ଆଉ ୨ ଲକ୍ଷ ହେବ କି ସୁନା ? ଏନେଇ ଆକଳନ କରିବା କଷ୍ଟକର ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।
ସୁନାଠୁ ଅଧିକ ଲମ୍ବ ଡିଆଁ ମାରୁଛି ରୁପା । ଶହେ କି ହଜାରେ ନୁହେଁ, ଏକାଥରେ ୫ରୁ ୧୦ ହଜାର ବଢୁଛି ଦର । ଆଜି ରୁପା କିଲୋ ୩ ଲକ୍ଷ ୪୦ ହଜାରରେ ବିକ୍ରି ହେଉଛି । ମାସକ ମଧ୍ୟରେ ଲକ୍ଷେ ଟଙ୍କାରୁ ଅଧିକ ବଢ଼ିଛି ରୁପା । ଜାନୁଆରୀ ପହିଲାରେ ରୁପା କେଜି ଥିଲା ୨ ଲକ୍ଷ ୫୬ ହଜାର । ଆଗକୁ ଆସୁଛି ବିବାହ ଋତୁ । ହେଲେ ଆକାଶଛୁଆଁ ସୁନା, ରୁପା ଦରକୁ ଦେଖି ଚିନ୍ତାରେ ସାଧାରଣ ଲୋକେ । ୫ ଗ୍ରାମ କିଣିବାକୁ ଯାଉଥିବା ଗ୍ରାହକ ଗୋଟେ ଗ୍ରାମ ସୁନା କିଣିବାକୁ ବି ଡରୁଛି ।
କାହିଁକି ବଢୁଛି ସୁନା ରୁପା ଦର ?
ଅମାନିଆ ଟ୍ରମ୍ପଙ୍କ ନୀତି, ଅସ୍ଥିର ବିଶ୍ୱ ବଜାର ତଥା ଭୂରାଜନୈତିକ ଅସ୍ଥିରତା, ଦୁର୍ବଳ ଡଲାର ପ୍ରଭୃତି ସୁନା ଦର ବୃଦ୍ଧିର ପ୍ରମୁଖ କାରଣ । ଏହାଛଡା ସୁନା ସଞ୍ଚୟର ସୁରକ୍ଷିତ ମାଧ୍ୟମ ହୋଇଥିବାରୁ ଅଧିକ ନିବେଶ ବଢୁଛି । ଯାହା ଦର ବଢାଉଛି । ସେହିପରି ଶିଳ୍ପଜଗତରେ ଚାହିଦା ବୃଦ୍ଧି ରୁପା ଦର ବଢିବାର ମୁଖ୍ୟ କାରଣ ହୋଇଛି ।
ବ୍ୟୁରୋ ରିପୋର୍ଟ, ଓଟିଭି
Flying the Tricolour at Sea: ସମୁଦ୍ର ମଝିରେ ଉଡ଼ିଲା ତ୍ରିରଙ୍ଗା, ଉପକୂଳ ସୁରକ୍ଷା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ

Sunita Williams Retires: କାହିଁକି ମହାକାଶରେ ପହଞ୍ଚି ପ୍ରଥମେ ଭାରତକୁ ଖୋଜିଥିଲେ ସୁନୀତା ୱିଲିୟମ୍ସ ?

Intense Gunfight with Naxals: ସୁରକ୍ଷା ବାହିନୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ହାର୍ଡକୋର୍ ମାଓ ନେତା ଅନଲ ଦସ୍ତେ ନିହତ ସୂଚନା

Parents Fight Kill Son: ବାପାମା' କଳିରେ ପୁଅ ପଡିଲା ବଳି, ପଥର ଫିଙ୍ଗି ୪ ବର୍ଷର ପୁଅକୁ ମାରିଦେଲେ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)