Advertisment

Heatwave Hotspot Boudh: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।

author-image
Deviprasad Jena

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ। ବରଂ ଚଳିତ ବର୍ଷ ବୌଦ୍ଧ ମୁହାଁଇଛି ସେହି ଦିଗରେ। କାରଣ ଏହି ମାର୍ଚ୍ଚରେ ତିନି ତିନି ଥର ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଲାଣି ବୌଦ୍ଧ। ତେବେ କାହିଁକି ବୌଦ୍ଧ ଏବେ ସବୁଠୁ ହଟ୍, ଆଉ ଟିଟିଲାଗଡ଼ କୁଲ୍।

Advertisment

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ବୌଦ୍ଧ ତାପମାତ୍ରା। କେବେ ରାଜ୍ୟରେ ତ କେବେ ଦେଶରେ। ମାର୍ଚ୍ଚ ପହିଲାରୁ ଉପରମୁହାଁ ପାରଦ ଟ୍ରେଣ୍ଡରେ ପ୍ରାୟଦିନ ଶୀର୍ଷରେ ରହୁଛି ବୌଦ୍ଧ ସହର। ମାର୍ଚ୍ଚ ୧୨ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା ବୌଦ୍ଧରେ। ଏହାର ୩ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୫ରେ ୪୨.୫, ୧୬ ତାରିଖରେ ୪୩.୬ ଏବଂ ୧୭ ତାରିଖରେ ୪୩.୫ ଡିଗ୍ରୀ ସହ ଦେଶରେ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା ମଧ୍ୟଭାଗରେ ଅବସ୍ଥିତ ଏହି ସହର। ତାତି ବଢୁଥିବା ସହର ତାଲିକାରେ ଝାରସୁଗୁଡ଼ା ଓ ବରଗଡ଼ ଥିଲେ ବି ବୌଦ୍ଧ କିନ୍ତୁ ରେକର୍ଡ ପରେ ରେକର୍ଡ କରିଚାଲିଛି।

Odisha Boudh Heat Alert Odisha
Advertisment
Advertisment