ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟର ଅନୁମୋଦନ କରି ଏଇ ସୂଚନା ଦେଇଛନ୍ତି। ଏଥିସହ କଟକ ରୁ ଭୁବନେଶ୍ୱରଖୋର୍ଦ୍ଧା ଓ ପୁରୀ ଯାଏଁ ନିଜ ଅର୍ଥରେ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ଏଲିଭେଟେଡ୍ କରିଡର ଯୋଗେ କଟକ ନେତାଜୀ ସେତୁ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଘୋଷଣା କରାଯାଇଛି ।