Advertisment

Data Center: ସମୁଦ୍ର ଭିତରେ ହେବ ଚମତ୍କାର; ତିଆରି ହେବ ଡାଟା ସେଣ୍ଟର୍

ସାଧାରଣତ୍ଃ ଲଗାତର କାମ କରିବା ଯୋଗୁଁ, ଡାଟା ସେଣ୍ଟରର ସର୍ଭରଗୁଡ଼ିକ ବହୁତ ଗରମ ହୋଇଯାଏ। ତେଣୁ ସେଗୁଡ଼ିକୁ ଥଣ୍ଡା ରଖିବା ପାଇଁ ସମୁଦ୍ର ତଳେ ତିଆରି ହେବ ଡାଟା ସେଣ୍ଟର୍।

author-image
Chinmayee Sahoo
Data-Center-Under-Sea

Data-Center-Under-Sea Photograph: (OTV)

ସମୁଦ୍ର ଭିତରେ ହେବ ଚମତ୍କାର। ତିଆରି ହେବ ଡାଟା ସେଣ୍ଟର୍। ସାଧାରଣତ୍ଃ ଲଗାତର କାମ କରିବା ଯୋଗୁଁ, ଡାଟା ସେଣ୍ଟରର ସର୍ଭରଗୁଡ଼ିକ ବହୁତ ଗରମ ହୋଇଯାଏ ଏବଂ ସେଗୁଡ଼ିକୁ ଥଣ୍ଡା ରଖିବାକୁ ବହୁତ ଶକ୍ତି ଖର୍ଚ୍ଚ ହୁଏ। କିନ୍ତୁ ସମୁଦ୍ର ତଳେ ସର୍ଭରଗୁଡ଼ିକ ଥଣ୍ଡା ରହିବ। ଯାହା ଫଳରେ ସ୍ଥଳଭାଗରେ ଥିବା ଡାଟା ସେଣ୍ଟର ତୁଳନାରେ ପ୍ରାୟ ୯୦ ପ୍ରତିଶତ ଶକ୍ତି ସଞ୍ଚୟ ହୁଏ।
ତେବେ ସମୁଦ୍ରରେ ଏକ ଡାଟା ସେଣ୍ଟର ସ୍ଥାପନ କରିବା ସହଜ ନୁହେଁ। ଏଥିରେ ଅନେକ ଚ୍ୟାଲେଞ୍ଜ ଅଛି, ଯେପରିକି ଲୁଣିଆ ପାଣିରୁ ସର୍ଭରଗୁଡ଼ିକୁ ସୁରକ୍ଷା ଦେବା, ଯନ୍ତ୍ରପାତିଗୁଡିକରେ ଜଙ୍କ୍ ଲାଗିବାରୁ ରକ୍ଷା କରିବା, ଏବଂ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟ କ୍ୟାପ୍‌ସୁଲ୍‌ ଏବଂ ଉପର ଅଂଶକୁ ସଂଯୋଗ କରିବା ପାଇଁ ଏକ ଲିଫ୍ଟ ସିଷ୍ଟମ ତିଆରି କରିବା। ସବୁଠାରୁ ବଡ ଚ୍ୟାଲେଞ୍ଜ୍ ହେଉଛି ଅଫଶୋର ୱିଣ୍ଡ୍ ଫାର୍ମରୁ ଗ୍ରୀଡକୁ ବିଦ୍ୟୁତ୍ ପରିବହନ କରିବା। 
ତେବେ ଚୀନ୍‌ର ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛି। ହାଇଲାଣ୍ଡର କମ୍ପାନୀ ଏହି ପ୍ରୋଜେକ୍ଟ ବିକଶିତ କରୁଛି, ଯାହା ଚାଇନାଟେଲିକମ୍ ଏବଂ ସରକାରୀ ମାଲିକାନା AI କମ୍ପ୍ୟୁଟିଂ କମ୍ପାନୀଗୁଡ଼ିକ ପାଇଁ କାମ କରିବ। ସାଂଘାଇ ନିକଟସ୍ଥ ସମୁଦ୍ରରେ ସର୍ଭର କ୍ୟାପ୍‌ସୁଲ୍‌କୁ ବୁଡ଼ାଇ ରଖିବାର ଯୋଜନା ଚାଲିଛି।
ତେବେ ସମୁଦ୍ରରେ ଡାଟା ସେଣ୍ଟରର ଉତ୍ତାପ ସାମୁଦ୍ରିକ ଜୀବନକୁ ପ୍ରଭାବିତ କରିପାରେ। କିଛି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ ବ୍ୟାପକ ତାପଜ ପ୍ରଦୂଷଣ ହୋଇପାରେ।

Advertisment

ଅଧିକ ଦେଖନ୍ତୁ:

Executive (IT-Data Centre/Data Recovery)
Advertisment
Related Articles
Advertisment