Advertisment

PoK: ଶତ୍ରୁ ମାଟିରେ କୁହୁଳୁଛି ବିଦ୍ରୋହ, ପାକ୍ ସରକାର ବିରୋଧରେ ଗର୍ଜୁଛନ୍ତି ଜନତା

ଜଳିଲାଣି ପାକିସ୍ତାନ । ଶତ୍ରୁ ମାଟିରେ କୁହୁଳୁଛି ବିଦ୍ରୋହ । ପାକ୍ ସରକାର ବିରୋଧରେ PoK ରେ ଗର୍ଜୁଛନ୍ତି ଜନତା । ଆନ୍ଦୋଳନକାରୀଙ୍କ ସ୍ୱର ଚାପିବାକୁ ଦମନଲୀଳା ଚଳାଇଛି ପାକ୍ ସେନା ।

author-image
Chinmayee Sahoo
Pok Protest

Pok Protest Photograph: (OTV)

'ଏ ଅତ୍ୟାଚାର ଆମେ ସହିବୁନି... 'କାଶ୍ମୀର ଆମର, ଆମକୁ ସ୍ୱାଧୀନତା ଦରକାର' ଏମିତି ନାରାରେ ଫାଟିପଡୁଛି ପାକ୍ ଅଧିକୃତ କାଶ୍ମୀର (PoK)। ହକ୍ ପାଇଁ ଚାଲିଛି ବଡ ଲଢେଇ । ଆଉ ଆନ୍ଦୋଳନକାରୀଙ୍କ ସ୍ୱର ଚାପିବାକୁ ଦମନଲୀଳା ଚଳାଇଛି ପାକ୍ ସେନା । ନିଜ ଲୋକଙ୍କୁ ଆଖିବୁଜା ଗୁଳିମାଡ କରୁଛି, ନିର୍ଦ୍ଦୟ ଭାବରେ ଲାଠିରେ ପିଟୁଛି ।  ସେନା ଓ ପୋଲିସ ଗୁଳିରେ ଏବେସୁଦ୍ଧା ପିଓକେରେ ୧୨ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ଏଠି ମୋବାଇଲ, ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
ମୁଜାଫରବାଦ, ମୀରପୁର, କୋଟଲି, ରାୱଲାକୋଟ ଓ ନୀଲମ ଘାଟି ସହ ପିଓକେର ବିଭିନ୍ନ ଜିଲ୍ଲାରେ ଜୋରଦାର ହେଉଛି ଆନ୍ଦୋଳନ, ସବୁଠି ବଡ ବିଦ୍ରୋହ । ଖାଲି ପିଓକେ କାହିଁକି, ଏହି ବିଦ୍ରୋହର ନିଆଁ ଧୀରେ ଧୀରେ ପାକିସ୍ତାନର ଅନ୍ୟ ଭାଗକୁ ବ୍ୟାପିଛି । ଅନେକ ସହରରେ ଚାଲିଛି ବିରୋଧ ପ୍ରଦର୍ଶନ । ଶେହବାଜ ସରିଫ୍ ସରକାର ବିରୋଧରେ ତେଜୁଛି ନାରାବାଜି । କରାଚିରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକେ । ଇସଲାମବାଦରେ ବି ଆନ୍ଦୋଳନ ଚାଲିଛି  । 
ଇସଲାମାବାଦର ନ୍ୟାସନାଲ ପ୍ରେସକ୍ଲବରେ ଧାରଣା ବେଳେ ସାମ୍ବାଦିକ ଓ ଆନ୍ଦୋଳନକାରୀଙ୍କୁ ମାରପିଟ୍ କରିଛି ପୋଲିସ । ପିଓକେ ଉପରେ ଅତ୍ୟାଚାର ବିରୋଧରେ ଏଠି ଶାନ୍ତିପୂର୍ଣ୍ଣ ଧାରଣା ଚାଲୁଥିବାବେଳେ ଘଟିଛି ଏହି ଘଟଣା ।
ପାକ୍‌ ସେନାର ଏପରି ଦମନଲୀଳାକୁ କଡା ଭତ୍ସନା କରିଛି ଆୱାମୀ ଆକ୍ସନ କମିଟି । AAC ନେତା କହିଛନ୍ତି, ଏ ସରକାର ଗୋଟେ ଡାହାଣୀ । ଯିଏ ନିଜ ପିଲାଙ୍କୁ ଖାଉଛି, ନିଜ ଲୋକଙ୍କୁ ହତ୍ୟା କରୁଛି । ମିଡିଆ ଉପରେ କଟକଣା ଲଗାଇ ସ୍ୱର ଚପାଇବାକୁ ଚେଷ୍ଟା କରୁଛି । 
ପିଓକେବାସୀ ବର୍ଷ ବର୍ଷ ହେଲା ସରକାରୀ ଅବହେଳାର ଶିକାର ହୋଇ ଚାଲିଥିବା ବେଳେ ଏବେ ସେମାନେ ୩୮ଟି ଦାବି ରଖିଛନ୍ତି । ପାକିସ୍ତାନରେ ରହୁଥିବା କଶ୍ମୀର ଶରଣାର୍ଥୀଙ୍କ ପାଇଁ ପିଓକେ ବିଧାନସଭାରେ ୧୨ଟି ଆସନ ସଂରକ୍ଷଣ ହଟାଇବା, ଅଟାରେ ସବସିଡ, ଟାରିଫ ସୁବିଧା ଆଦି ଦାବି କରିଛନ୍ତି ସେମାନେ । ତେବେ ପିଓକରେ ଆରମ୍ଭ ଆନ୍ଦୋଳନ କ୍ରମଶଃ ସାରା ଦେଶକୁ ବ୍ୟାପୁଥିବାରୁ ସରିଫ୍ ସରକାରଙ୍କ ହଜିଛି ନିଦ ।

Advertisment

ଅଧିକ ଦେଖନ୍ତୁ:

PoK
Advertisment
Related Articles
Advertisment