/odishatv-khabar/media/media_files/2025/10/04/choudar-jail-2025-10-04-11-55-19.jpg)
CHOUDAR-JAIL Photograph: (OTV)
ଜେଲରୁ କଏଦୀ ଫେରାର। ଗୁରୁବାର ଦିନ ଜେଲର କମର୍ଚାରୀମାନେ ଟିକେ ଢିଲା ହୋଇଯାଇଥିଲେ କି? ଯାହାର ଫାଇଦା ଉଠାଇଲେ କଏଦୀ! ସିସିଟିଭିରେ ରହି ଯାଇଛି କେବଳ ସୁରାକ୍। ସିସିଟିଭିରେ ଦେଖାଦେଇଛି ପାଚେରୀରେ ଲାଗି ରହିଛି ଦଉଡି। କମ୍ବଳକୁ ଯୋଡି ଯୋଡି କରି ଦଉଡି ଭଳି କରି ତା ମାଧ୍ୟମରେ ପାଚେରୀ ଚଢି ଫେରାର ହୋଇ ଯାଇଛନ୍ତି। ହାଇ ସିକ୍ୟୁରିଟି ଜେଲ, ସିସିଟିଭି କ୍ୟାମେରା, ୱାଚ ଟାୱାର୍ ଏସବୁ ଥାଇ ବି କିଭଳି ଚକମା ଦେଇ ଫେରାର ହୋଇଗଲେ ଦୁଇ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
କଟକଚୌଦ୍ବାର ଜେଲରୁ ୨ ହାର୍ଡକୋର କଏଦୀ ଚମ୍ପଟ୍ ହେବା ଘଟଣାରେ ୨ ୱାର୍ଡରଙ୍କୁ ସସପେଣ୍ଡ କରାଯାଇଛି। ଘଟଣାର ଅଧିକ ତଦନ୍ତ କରିବା ସହିତ ସିନିୟର୍ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିନ୍ଧାନ୍ତ ସାହୁଙ୍କୁ ନିଲମ୍ୱିତ କରାଯାଇଛି। ଦୁଇ କଏଦୀ ଅଲଗା ଅଲଗା ସେଲରେ ଥିଲେ ମଧ୍ୟ ଆରିରେ ରଡ୍ କାଟି ବାହାରକୁ ବାହାରିଥିଲେ। ତାପରେ ପାଚେରୀ ଡେଇଁ ଫେରାର ହୋଇ ଯାଇଛନ୍ତି। କଟକ ରେଞ୍ଜ୍ ଡିଆଇଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଡିଜି।
ଗତ ଜାନୁଆରି ୪ ତାରିଖରେ ଯାଜପୁର ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍ ଘଟଣାରେ ଧରା ପଡ଼ିଥିଲେ ଫେରାର ହୋଇ ଯାଇଥିବା ଏହି ଦୁଇ ଅଭିଯୁକ୍ତ। ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ। ଲୁଟେରାଙ୍କ ଗୁଳିମାଡ଼ରେ ୨ ଜଣଙ୍କର ଜୀବନ ଯାଇଥିଲା। ସେହି ସମୟରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।
ତେବେ କିଭଳି କଏଦୀ ଫେରାର ହେଲେ ତାକୁ ନେଇ ଚାଲିଛି ତର୍ଜମା। ସୁରକ୍ଷାରେ ତ୍ରୁଟି ସାମନାକୁ ଆସିଛି। ହାଇ ସିକ୍ୟୁରିଟି ଥାଇ ବି ଏଭଳି କିଭଳି ହେଲା। ଉଭୟଙ୍କୁ ଖୋଜିବା ପାଇଁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ଏବେ ଦୁଇ କଏଦୀଙ୍କୁ ଖୋଜିବା ପାଇଁ ହାଇ ଆଲର୍ଟ ଜାରି ହୋଇଛି ।
ଅଧିକ ଦେଖନ୍ତୁ:
Covid-19: କୋଭିଡ୍ ନୂଆ ଭାରିଏଣ୍ଟ୍; ପୂର୍ବ ଅପେକ୍ଷା କ୍ଷୀପ୍ର ଗତିରେ ବ୍ୟାପୁଛି

PoK: ଶତ୍ରୁ ମାଟିରେ କୁହୁଳୁଛି ବିଦ୍ରୋହ, ପାକ୍ ସରକାର ବିରୋଧରେ ଗର୍ଜୁଛନ୍ତି ଜନତା

Vijay-Rashmika: ବିଜୟ-ରଶ୍ମିକାଙ୍କ ନିର୍ବନ୍ଧ ସରିଲା, ବାହାଘର ତାରିଖ ଫାଇନାଲ୍, ଏଇ ଦିନ ପଡିବ ହାତଗଣ୍ଠି

Bhasani Festival: ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଢେଲା ମାଡ଼ରେ ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)