Advertisment

Asia Cup: ଟ୍ରଫି ଚୋର ପାକିସ୍ତାନ! ଏସିଆ କପ୍ ଟ୍ରଫି ନେଇ ପାକିସ୍ତାନ ଛୁ'

ଜିତିଲା ଭାରତ, ଟ୍ରଫି ଧରି ଫେରାର୍ ପାକିସ୍ତାନ ମନ୍ତ୍ରୀ। ବିନା ଟ୍ରଫିରେ ଟିମ୍ ଇଣ୍ଡିଆର ସେଲିବ୍ରେସନ। ACC ମୁଖ୍ୟ ମୋହସିନ ନକବୀଙ୍କ ହାତରୁ ଟ୍ରଫି ନେବୁନୁ କହିଥିଲେ ସୂର୍ଯ୍ୟକୁମାର ।

author-image
Chinmayee Sahoo
trophy-chor-pakistan

trophy-chor-pakistan Photograph: (OTV)

ପାକିସ୍ତାନ ମନ୍ତ୍ରୀ ସାଜିଲେ ଟ୍ରଫି ଚୋର ! ଏସିଆ କପ୍ ଚାମ୍ପିଅନ ହେବା ପରେ ବି ଭାରତ ଆସିଲାନି ବିଜୟ ଟ୍ରଫି । ଏସିଆ କପ୍ ଟ୍ରଫି ନେଇ ଛୁ ମାରିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି । ଭାରତର ଟ୍ରଫି ଓ ମେଡାଲ ନେଇ ପଳାଇଲେ ହୋଟେଲ ।
ଧୂଳିଚାଟିଲା ପାକିସ୍ତାନ, ଦୁବାଇରେ ଉଡିଲା ଭାରତର ବିଜୟ ଧ୍ୱଜା । କିନ୍ତୁ ଯେତେବେଳେ ଟ୍ରଫି ନେବା ସମୟ ଆସିଲା, ସଫା ସଫା ମନା କରିଦେଲା ଭାରତ । ACC ମୁଖ୍ୟ ଥିବା ପାକିସ୍ତାନ ମନ୍ତ୍ରୀ ତଥା ପିସିବି ଚେୟାରମ୍ୟାନ ମୋହସିନ ନକବୀଙ୍କ ହାତରୁ ଟ୍ରଫି ନେବୁନୁ କହିଥିଲେ ସୂର୍ଯ୍ୟକୁମାର । 
ଭାରତ ଯେଉଁ ଦେଶ ସହ ଯୁଦ୍ଧ କରୁଛି, ସେହି ଦେଶର ମନ୍ତ୍ରୀ ହାତରୁ କେବେ ଟ୍ରଫି ଗ୍ରହଣ କରିବୁନୁ, ପୂର୍ବରୁ ସ୍ପଷ୍ଟ କରିଥିଲା ଭାରତୀୟ ଟିମ୍ । ଫଳରେ ପୋଡିୟମ ଉପରେ ହଟହଟା ହୋଇଥିଲେ ମୋହସିନ ନକଭୀ । ଦେଢ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ପୋଡିୟମ ଉପରେ । ଲୋକହସା ହେବା ପରେ ଶେଷରେ ଏସିଆ କପ୍ ଟ୍ରଫି ଓ ମେଡାଲ ନେଇ ହୋଟେଲ ପଳାଇଥିଲେ ନକଭି । 
ପ୍ରଥମ ଥର ଏସିଆ କପ୍‌ରେ ଦେଖିବାକୁ ମିଳିଛି ଏମିତି ହାଇଡ୍ରାମା । ତେବେ ଏହାକୁ ନେଇ କଡା ଆପତ୍ତି ଜଣାଇଛି BCCI। ଟ୍ରଫି ଭାରତ ପଠାଇବାକୁ ଦାବି କରିଛି । 
ସେପଟେ PCB ଚେୟାରମ୍ୟାନଙ୍କ ଏମିତି କାରନାମାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପାକିସ୍ତାନକୁ ଟ୍ରଫି ଚୋର କହି ଚିଡେଇଲେଣି ଲୋକେ ।

Advertisment

ଅଧିକ ଦେଖନ୍ତୁ:

Asia Cup
Advertisment
Related Articles
Advertisment