• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏ କେମତିକା ମା’ ? ଡହଡହ ଖରାରେ ପିଲାକୁ ଶୁଖାଇ ଶୁଖାଇ ମାରିଦେଲା । ପାଖାପାଖି ୭୦ ଡିଗ୍ରୀ ଖରରେ କାର୍‌ ଭିତରେ ପିଲାକୁ ଛାଡ଼ି ଚାଲିଯିବାପରେ କୁନି ପିଲାଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ପିଲାଟିର ପାଳିତ ମା’ ଏସବୁ ଜାଣିଶୁଣି କରିଛି । କାରରେ ଥିବା ଛୋଟ ପିଲାକୁ କାର୍‌ରେ ଛାଡ଼ିଚାଲିଯାଇଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ସେହିଦିନ ପାଖାପାଖି ୭୦ ଡିଗ୍ରୀ ତାପମାତ୍ରା ଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲା । ମହିଳା ଜଣକ ମାତ୍ର ଗୋଟିଏ ବର୍ଷର ଶିଶୁକୁ କାର୍‌ରେ ୯ ଘଣ୍ଟାରୁ ଅଧିକ ସମୟ ଛାଡ଼ି ଚାଲିଯିବା ଫଳରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ପାଲାଟିକୁ ଛାଡ଼ି ଚାଲିଯାଇଥିବା ଗାଡ଼ିର ତାପମାତ୍ରା ୧୦୦ ଡିଗ୍ରୀ ଅତିକ୍ରମ କରିଥିବା ଜଣାପଡ଼ିଛି ।

ଏପରି ଏକ ଦୁଃଖଦ ଘଟଣା ୱାଶିଂଟନ୍‌ରେ ଘଟିଛି । ମାତ୍ର ଗୋଟିଏ ବର୍ଷର ଛୁଆକୁ ୯ ଘଣ୍ଟା ଧରି କାର୍‌ ଭିତରେ ଛଡ଼ି ଚାଲିଯିବା ଫଳରେ ତା’ର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଅନୁସାରେ ମହିଳା ଜଣକ ୱାଶିଂଟନ୍‌ର ଗୁଡ୍ ସମରିଆ କ୍ୟାମ୍ପସର ଜଣେ କର୍ମଚାରୀ । ସେ ହସ୍ପିଟାଲକୁ ଆସିବା ପରେ ଏହି ଘଟଣା ଘଟିଛି ।

ମହିଳା ଜଣକ ତାଙ୍କ କାମକୁ ଆସିବାବେଳେ କାର୍‌ରେ ପିଲାଟିକୁ ଛାଡ଼ି ଚାଲିଆସିଥିଲେ । ବାହାରେ ତାପମାତ୍ରା ଅଧିକ ଥିବାରୁ କାରରେ ପିଲାଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତଦନ୍ତ ଚଳାଇଛି । ଉକ୍ତ ଦମ୍ପତିଙ୍କ ଆଉ ଏକ ସନ୍ତାନ ମଧ୍ୟ ରହିଥିବା ମଧ୍ୟ ଜଣାପଡ଼ିଛି ।

ମହିଳାଙ୍କ ଏପରି କାରନାମା ନଜରକୁ ଆସିବା ପରେ ସେହି ପିଲାଟିକୁ ଉଦ୍ଧାର କରାଯାଇ ଚାଇଲ୍ଡଲାଇନ୍‌କୁ ହସ୍ତାନ୍ତର କରାଯାଇଛି । ଏନେଇ ତତନ୍ତ ଜାରି ରଖିଛି ୱାଶିଂଟନ୍‌ ପୋଲିସ୍‌ ।