ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା । ୱାକଫ୍ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇସାରିଛି । ଏପ୍ରିଲ ୮ ତାରିଖରୁ ସାରା ଦେଶରେ ରାଗୁ ହୋଇଛି ଏହି ଆଇନ୍ । ଆଉ ସେଇଥିପାଇଁ ଜଳୁଛି ପୂରା ପଶ୍ଚିମବଙ୍ଗ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଲାଣି । ଏକାଧିକ ପୋଲିସ ଆହତ ହେଲେଣି । ଏହାବାଦ ପୋଡାଜଳା, ଭଙ୍ଗାରୁଜାର କ୍ଷୟକ୍ଷତି ହିସାବ ମଧ୍ୟ ନାହିଁ । ଏମିତି କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇସାରିଛି ।
Published By: Namita Biswal
Last updated: 16 April 2025, 02:38 PM IST
ଦିଲ୍ଲୀରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।