5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ହୋଇପାରନ୍ତି ସାମିଲ... ଏନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା
ପାଣ୍ଡିଆନ ପୁରା ସିଷ୍ଟମ୍କୁ ହାଇଜାକ୍ କରିଛନ୍ତି ଏବଂ ନିଜକୁ ନିଜେ ନିଯୁକ୍ତି ଦେଇଛନ୍ତି ବୋଲି କହି ସାଂସଦ ଅପରାଜିତା ବର୍ଷିଛନ୍ତି ।
ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।
ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।
ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।
ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି... ଗଂଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ କହିଲେ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକ..
ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ? ନା ଚ୍ୟାଲେଞ୍ଜକୁ ଗ୍ରହଣ କଲେ ? ପାଣ୍ଡିଆନ୍ଙ୍କ ନୂଆ ଦାୟିତ୍ୱକୁ ନେଇ ସରଗରମ ରାଜ୍ୟ ରାଜନୀତି... ତରବରିଆ VRS ମଞ୍ଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସର ସମାଲୋଚନା, ମାପିଚୁପି ପ୍ରତିକ୍ରିୟା ରଖିଲା BJP..
ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?
ସରକାର ଓ ରାଜନୀତିରେ ପାଣ୍ଡିଆନ୍ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।
ପିସିସି ସଭାପତି କହିଛନ୍ତି, ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ।
ଭି.କେ. ପାଣ୍ଡିଆନ୍ଙ୍କ VRS ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । କାହିଁକି VRS ନେଲେ ଏହାର କାରଣ ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି ।
ପାଣ୍ଡିଆନ୍ଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଅନୁମାନ କରୁଥିଲି, ହେଲେ ଆଶ୍ଚର୍ଯ୍ୟଚକିତ ନୁହେଁ । ’
5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ VRS ମିଳିଛି । ପାଣ୍ଡିଆନ୍ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।
ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।
5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।
‘ସରକାରୀ ଗସ୍ତ ନାଁରେ ବ୍ୟକ୍ତିଗତ କାମକୁ ହେଲିକପ୍ଟରରେ ଯାଇଛନ୍ତି । ବ୍ୟକ୍ତିଗତ କାର୍ଯ୍ୟରେ ଥରେ ଅନୁଗୁଳ ଓ ଥରେ ତାଳଚେର ଯାଇଛନ୍ତି । ’
ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
ବିଜେପି-ବିଜେଡି କର୍ମୀ ମୁହାଁମୁହିଁ । ପ୍ରାୟ ଅଧ ଘଣ୍ଟା ଧରି ଦିଗପହଣ୍ଡିରେ ଉତ୍ତେଜନା । ୪ ବିଜେପି କର୍ମୀ ଆହତ,MKCG ମେଡିକାଲରେ ଭର୍ତ୍ତି ।
ବିଧାୟକଙ୍କ ଗାଡ଼ି ଉପରେ ତାଣ୍ଡବ । ପୋଲିସ୍ ଉପସ୍ଥିତିରେ ଆକ୍ରମଣ । ଅଣ୍ଡା, ପାଣି ବୋତଲ ସହ ଘନ ଘନ ଢେଲାମାଡ। ଗତକାଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଓ ସମର୍ଥକଙ୍କ ଉପରକୁ କିଛି ଏଭଳି ଢଙ୍ଗରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ ।
ଘନେଇଲା ପାଣ୍ଡିଆନ୍-ପ୍ରଦୀପ ବିବାଦ । ପୂର୍ବରୁ ଶୀତଳ ଯୁଦ୍ଧ ହେଉଥିଲା, ଏବେ ପୂରା ଓପନ ୱାର୍ । ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି ।
ପ୍ରଦୀପଙ୍କ ନାଁ ନନେଇ ତାଙ୍କ ନିର୍ବାଚନମଣ୍ଡଳିରେ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ ।
5T ସଚିବଙ୍କୁ ଗତକାଲି ଭରା ସଭାରେ କାଳିମାଡ଼ ପରେ ଘଟଣାକୁ ନେଇ ଚର୍ଚ୍ଚା ଥମୁନାହିଁ । କାଳି ଫିଙ୍ଗିଥିବା ଯୁବକ ଭାସ୍କର ସାହୁ 5T ସଚିବ ଭି.କେ.ପାଣ୍ଡିଆନ୍ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣି ଏହାର ପ୍ରତିବାଦ ସ୍ୱରୂପ ସେ ଏଭଳି କରିଥିବା କହିଛନ୍ତି । ଏହା ବି କହିଛନ୍ତି, ସେ କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନୁହଁନ୍ତି । ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତି ତେଜିଛି । ଏହା ପଛରେ ବିଜେଡି ଷଡ଼ଯନ୍ତ୍ରର ଗନ୍ଧ ବାରୁଥିବା ବେଳେ ବିରୋଧୀ କହିଛନ୍ତି 5T ସଚିବ ଲକ୍ଷ୍ମଣ ରେଖା ଅତିକ୍ରମ ନକରନ୍ତୁ ।
ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ । କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା । ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି କାଳିମାଡ଼ କଲେ ? ଏହି କାଳିମାଡ଼ ପ୍ରୟୋଜିତ ନା ବିଜେଡ଼ିରେ ଦଳୀୟ ଆଭ୍ୟନ୍ତରୀଣ ବିବାଦ ? ତାକୁ ନେଇ ଉଠିଛି ପ୍ରଶ୍ନ ।
5ଟି ସଚିବ ଭି କେ ପାଣ୍ଡିଆନଙ୍କ ବାଙ୍କୀ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇ ବିରୋଧ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ‘ଓଡିଶାରୁ ପାଣ୍ଡିଆନ ହଟାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।