Advertisment

BJD Politics See Fresh Trend, Pandian Targeted: ବିଜେଡି ରାଜନୀତିରେ ନୂଆ ଟ୍ରେଣ୍ଡ୍, ପାର୍ବଣରେ ପୁରାଣ ଉପାଖ୍ୟାନ କହି ପାଣ୍ଡିଆନଙ୍କୁ ତେରଛା ବାଣ

ମହାଭାରତର ଧ୍ରୁତରାଷ୍ଟ୍ର ପରେ ରାମାୟଣର ରାବଣ ଚରିତ୍ର ଚିତ୍ରଣକୁ ନେଇ ଚର୍ଚ୍ଚା। ଦୁର୍ଗାପୂଜା ମଣ୍ଡପରୁ ଭୈରବ ଉପାଖ୍ୟାନ କହି ପୁଣି ବିଜେଡିକୁ ତୀର ମାରଛନ୍ତି ଶ୍ରୀମୟୀ ମିଶ୍ର। କହିଛନ୍ତି, ଭୈରବକୁ ବଧ କରିବାକୁ ମାଆ ଆସିଛନ୍ତି।

author-image
Tapan Swain
BJD Politics

BJD Politics Photograph: (OTV)

ସିଧା ନୁହେଁ। ପୌରାଣିକ ଉପାଖ୍ୟାନ, ମହାଭାରତ ଆଉ ରାମାୟଣ ଚରିତ୍ର ଚିତ୍ରଣ କରି ନିଶାନା। ବିଜେଡି ରାଜନୀତିରେ ଦେଖିବାକୁ ମିଳିଛି ଏମିତି ନୂଆ ଟ୍ରେଣ୍ଡ। ପାର୍ବଣ ଋତୁରେ କିଛି ପୂର୍ବତନ ଆଉ ଏବର ନେତା ଦଳକୁ ମାରିଛନ୍ତି ଏମିତି ତେରେଛା ବାଣ।  ଭୈରବ ଉପାଖ୍ୟାନ କହି ଶ୍ରମୟୀ ପୁଣି ନିଶାନା କରିଥିବା ବେଳେ ସୌମ୍ୟ, ଅମର ଆଉ ଅଜିତ ମଧ୍ୟ ରାବଣ ଉପାଖ୍ୟାନ କହି ପରୋକ୍ଷରେ କରିଛନ୍ତି ନିଶାନା।...

Advertisment

ପାର୍ବଣରେ ବିଜେଡିରେ ପୁରାଣ ଉପାଖ୍ୟାନ ।  ପୁଣି ନେତାଙ୍କ ଟାର୍ଗେଟରେ ପାଣ୍ଡିଆନ। ମହାଭାରତର ଧ୍ରୁତରାଷ୍ଟ୍ର ପରେ ରାମାୟଣର ରାବଣ ଚରିତ୍ର ଚିତ୍ରଣକୁ ନେଇ ଚର୍ଚ୍ଚା। ଦୁର୍ଗାପୂଜା ମଣ୍ଡପରୁ ଭୈରବ ଉପାଖ୍ୟାନ କହି ପୁଣି ବିଜେଡିକୁ ତୀର ମାରଛନ୍ତି ଶ୍ରୀମୟୀ ମିଶ୍ର। କହିଛନ୍ତି, ଭୈରବକୁ ବଧ କରିବାକୁ ମା ଆସିଛନ୍ତି।

ଖୁବ୍ ଶୀଘ୍ର ଷ୍ଟୁଡିଓରେ ସବୁ କଥା କହିବି। ସୌମ୍ୟ ପଟ୍ଟନାୟକ କହିଛନ୍ତି ରାବଣକୁ ବଧ କରିବାକୁ ହେଲେ ରାମ ଙ୍କର ଆବଶ୍ୟକତା ଅଛି। ଯେତେବେଳେ ଅସଲ ରାମ ଆସିବେ ସେବେ ରାବଣ ଆପେ ଆପେ ବଧ ହେବ । 

Advertisment

ଅନ୍ୟପଟେ ତେରେଚ୍ଛା ବାଣ ମାରି ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି, ରାବଣ ବଧ ହେବା ଦରକାର। କିନ୍ତୁ ରାବଣକୁ ଆମେ ଚିହ୍ନଟ କରୁ ନାହାନ୍ତି। ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଗଲେ ସଠିକ ଭାବେ ରାବଣର ବଧ ହେବ। ସେହିପରି ଦଳରେ ରାବଣ ସହ ବିଭୀଷଣ ବି ଅଛନ୍ତି। ଦଳର ନେତାମାନେ ଚିନ୍ତା କରିବେ ବିଭୀଷଣକୁ କେମିତି କାଢ଼ିବେ ଆଉ ରାବଣକୁ କେମିତି ବଧ କରିବେ ବୋଲି କହିଛନ୍ତି କର୍ପୋରେଟର ଅଜିତ ବେହେରା।

ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଏଭଳି ବୟାନବାଜି ବିଜେଡି ଉପରେ ପ୍ରଭାବ ପକାଇବ ନାହିଁ, ଦଳ ଶୃଙ୍ଖଳା ଭିତରେ ଚାଲିଛି।
ବୟାନବାଜି ଆଉ ପୂରାଣ ଉପାଖ୍ୟାନକୁ ନେଇ ରୋଚକ ମୋଡରେ ବିଜେଡି ରାଜନୀତି। ନାଁ ନନେଲେ ମଧ୍ୟ ସ୍ପଷ୍ଟ ବାରି ହେଉଛି ନିଶାନା କାହାକୁ। କିନ୍ତୁ ରାଜନୀତିରେ କାହିଁକି ଏ ପୌରାଣିକ ଉପାଖ୍ୟାନ ଟ୍ରେଣ୍ଡ ? କାହିଁକି ଖୋଲାଖୋଲି ପାଣ୍ଡିଆନଙ୍କ ନାଁ ନନେଇ ଏମିତି ତେରେଚ୍ଛା ବାଣ ମାରୁଛନ୍ତି ନେତା। ଏବେ ବି ବିଜେଡି ପାଣ୍ଡିଆନଙ୍କ କବଜାରେ ଥିବାରୁ ସିଧା ନିଶାନା କରୁନାହାନ୍ତି କି ନେତା।... 

BJD VK Pandian shreemayee-mishra
Advertisment
Related Articles
Advertisment