/odishatv-khabar/media/media_files/2025/10/04/shreemayee-2025-10-04-20-30-18.jpg)
Shreemayee Photograph: (OTV)
ପୁଣି ଶ୍ରୀମୟୀ ମିଶ୍ର, ପୁଣି ନିଶାନା। ଆଉ ପ୍ରଥମଥର ପାଇଁ ଟାର୍ଗେଟରେ ସୁଜାତା। କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ପରେ ଏବେ ନୂଆ ଢଙ୍ଗରେ ପୁଣି କରିଛନ୍ତି ଟାର୍ଗେଟ। ‘କହିଁପେ ନିଘାହେଁ, କହିଁପେ ନିଶାନା’ ଶୈଳୀରେ ବେଶ୍ ରୋଚକ ଭାବେ ଫେସବୁକରେ ପୋଷ୍ଟ କରିଛନ୍ତି। ଯେଉଁଠି ‘ଅନାମ ବାବୁ’ଙ୍କ କାହାଣୀ ଲେଖିଛନ୍ତି ସେ।
ଫେସବୁକ୍ ରେ ଶ୍ରୀମୟୀ ଲେଖିଛନ୍ତି କି, ଅନାମ ବାବୁ ଜଣେ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁ ମନ୍ଦିର ପାଖରେ ତାଙ୍କ ସୁନ୍ଦର ନିବାସ ଥିଲା। ଝିଅ ବିବାହ ପରେ ଜ୍ବାଇଁ ନିଜ ଘରକୁ ଫେରିନଥିଲା। ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ନଯାଇ ଶ୍ବଶୁର ଘରେ ରହିଲା। ଘର ଜ୍ବାଇଁ ହୋଇ ଶ୍ବଶୁରର ସମ୍ପତ୍ତି ଓ କାର୍ଯ୍ୟକୁ ନିୟନ୍ତ୍ରଣକୁ ନେଲା। ପରେ ପରେ ଅନାମ ବାବୁ ଜ୍ବାଇଁଙ୍କୁ ଦାୟିତ୍ବ ହସ୍ତାନ୍ତର କରି ତୀର୍ଥକୁ ପଳାଇଲେ। ଶ୍ବଶୁର ଘରେ ଜ୍ବାଇଁ ରହି ଅନାମ ବାବୁଙ୍କ ଇଜ୍ଜତ ଓ ସମ୍ମାନ ଧୂଳିସାତ କରିଦେଲେ।
ହେଲେ ଶ୍ରୀମୟୀଙ୍କ ଏଇ ଲେଖାରେ ‘ଅନାମ ବାବୁ’ କିଏ? ଅନାମ ବାବୁଙ୍କ ଜ୍ବାଇଁ ଓ ଝିଅ କିଏ? କାହାକୁ ନିଶାନା କରି ସେ ଏଭଳି ଲେଖିଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଶ୍ରୀମୟୀଙ୍କ ଏହି କାଳ୍ପନିକ କାହାଣୀ ନବୀନ ଓ ପାଣ୍ଡିଆନ୍ ଦମ୍ପତିଙ୍କ ଉଦ୍ଦେଶ୍ୟରେ ବୋଲି।କିନ୍ତୁ ଏନେଇ ଶ୍ରୀମୟୀ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ ପାର୍ବଣ ସମୟରେ ଭୈରବ ଉପାଖ୍ୟାନ ଦେଇ ପାଣ୍ଡିଆନ୍ ଙ୍କୁ କ୍ୟାମେରା ଆଗରେ ପରୋକ୍ଷରେ ଟାର୍ଗେଟ କରିଥିଲେ। ଆଉ ମଣିଷ ଆତ୍ମାକୁ କଷ୍ଟ ହେଲେ ପରିଣତି ଭୟଙ୍କର ହୁଏ ବୋଲି ବି କହିଥିଲେ ଶ୍ରୀମୟୀ।...
ଅନ୍ୟପଟେ ଶ୍ରୀମୟୀଙ୍କ ମନ୍ତବ୍ୟ ନେଇ ବିଜେଡି କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଦଳ ବିରୋଧରେ ସାମାଜିକ ଗଣମାଧ୍ୟମରେ ହେଉଥିବା ଅପପ୍ରଚାର ରୋକିବାକୁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ନୂଆ ସୋସିଆଲ ମିଡିଆ ଓ ଆଇଟି ସେଲ୍ ଗଠନ କରିଛି। ଯାହାର ଉଦ୍ଦେଶ୍ୟ ଦଳ ବିରୋଧୀ ଅପପ୍ରଚାରକୁ କଡ଼ା କାଉଣ୍ଟର କରିବା।…
ଦଳରୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହେବା ପରେ ବି କାହିଁକି ଶ୍ରୀମୟୀ ନାଁ ନେଇ କହି ପାରୁନାହାଁନ୍ତି ? କାହିଁକି ଛାୟା ଯୁଦ୍ଧ କରୁଛନ୍ତି ? ମଲା ବାଘର ଲାଞ୍ଜକୁ ଏବେ ବି କଣ ଶ୍ରୀମୟୀଙ୍କର ଭୟ ରହିଛି ନା ଆଉ କିଛି ବାଧ୍ୟବାଧକତା ?
ରାଜନୈତିକ ସମୀକ୍ଷକଙ୍କ ମତ ହେଲା ପ୍ରଫୁଲ୍ଲ ମଲ୍ଲିକ ଓ ଦେବାଶିଷ ସାମନ୍ତରାୟଙ୍କ ଭଳି ଏକାଧିକ ନେତା ଦଳରେ ଚାଲିଥିବା ତ୍ରୁଟି ବିରୋଧରେ ଖୋଲା ଖୋଲି କହୁଛନ୍ତି। ଯେଉଁଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ନିଲମ୍ବିତ ବି କରିଛି। କିନ୍ତୁ ଶ୍ରୀମୟୀ ରାଜନୀତିରେ ରହି ଯଦି ସତ କହି ପାରୁନାହାଁନ୍ତି ତାହାଲେ ଏହା ଆଗକୁ ତାଙ୍କ ପାଇଁ ବଡ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।…
ଏବେ ଅପେକ୍ଷା ଶ୍ରୀମୟୀଙ୍କ ସୋସିଆଲ ମିଡିଆର କାଳ୍ପନିକ କାହାଣୀରୁ ବାହାରି କେବେ ନିଜ ମତ ଓ ଆଭିମୁଖ୍ୟରେ ସ୍ପଷ୍ଟତା ଆଣୁଛନ୍ତି।...
Planned Scam in SI Recruitment Exposed: SI ପରୀକ୍ଷାର ଯୋଜନାବଦ୍ଧ କେଳେଙ୍କାରୀର ଖୋଲୁଛି ଗୁମର, ପଞ୍ଚସଫ୍ଟ ଭଳି ବଦନାମ୍ କଂପାନିକୁ କେମିତି ମିଳୁଥିଲା କାମ ?

OPRB Under Fire in SI Exam Scandal: SI ପରୀକ୍ଷା ମହାଘୋଟାଲାକୁ ନେଇ କାଠଗଡ଼ାରେ OPRB, ଖୁଲାସାର 4 ଦିନ ପରେ ଆକ୍ସନ୍ ହେବ କହିଲେ ଅଧ୍ୟକ୍ଷ

Karandeep Singh Rana: ଚୀନ ଯାଉଛି ଜାହାଜ, ମଝି ସମୁଦ୍ରରେ ନିଖୋଜ ଭାରତୀୟ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)