୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି ।
ପ୍ରେସମିଟ୍ କରି ଆହୁରି କହିଛନ୍ତି ଯେ ଓଡ଼ିଶା ପୋଲିସ ଉପରେ ଆମର ବିଶ୍ୱାସ ନାହିଁ । କେନ୍ଦ୍ର ସରକାରଙ୍କ କୌଣସି ଏକ ସଂସ୍ଥା ଏହାର ଯାଞ୍ଚ କରୁ ।
ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ଏଭଳି ପ୍ରଶ୍ନ କଲା ବିଜେପି ।
ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି।
ଦିଲ୍ଲୀରେ ଆଲୋଚନା କରି ଫେରିଲେ ବିଜେଡିର ୨ ନେତା । ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରୁ ଫେରିଲେ ।
ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?
ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି ।
ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ, ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।
ରଥ ଚାରିପଟୁ ନବୀନ ଓ ପାଣ୍ଡିଆନଙ୍କ ଫଟୋ କାଢିବାକୁ ଅଡ଼ି ବସିଥିଲେ ଗ୍ରାମବାସୀ। ଶେଷରେ ଉଭୟଙ୍କ ଫଟୋ ଉପରେ ଧୋତି ଲଗାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।
ଅଧ୍ୟାପକ ମରୁଡ଼ିକୁ ନେଇ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସର ବିରୋଧ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଠାରୁ ୫୦ ମିଟର ଦୂରରେ ଥିଲା କାର୍ଯ୍ୟକ୍ରମ ।
ଯିଏ ବଡ଼ ମାର୍ଜିନରେ ଜିତିବ, ତାଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି । କଟକ ସଭାରେ ଦଳୀୟ ନେତାଙ୍କୁ ପାଣ୍ଡିଆନଙ୍କ ଏଭଳି ଅଫରକୁ ନେଇ ଜୋରଦାର ଚର୍ଚ୍ଚା।
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ଏବେ ଆଉ ବିରୋଧୀ ନୁହଁ, ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଆଟାକ୍। ସଭାମଞ୍ଚରେ ଖୋଲା ଖୋଲି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଟାକ୍ କରିଛନ୍ତି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍।
ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।
ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ । ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
ଜୟପୁର ସହର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟକ୍ରମ ହୋଇଥିଲା । ସେଠାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦଳୀୟ କର୍ମୀଙ୍କୁ ବଣ୍ଟାଯାଇଥିଲା ଟଙ୍କା ।
ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।
ବିଜେପି ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ ।
ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପାଣ୍ଡିଆନ୍ ଏବେ ବିଜେଡିରେ ଯୋଗ ଦେଇଥିବାରୁ ଅନେକ ଦାୟିତ୍ୱ ସହ ଚାଲେଞ୍ଜର ସମ୍ମୁଖୀନ ହେବେ। ଯେହେତୁ ସେ ଦଳରେ ଯୋଗ ଦେଇଛନ୍ତି ସୁପ୍ରିମୋ ତାଙ୍କୁ ବଡ଼ ପଦବିରେ ଅବସ୍ଥାପିତ କରିବା ନିଶ୍ଚିତ।
ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ।
ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ, ବିଧାୟକଙ୍କ ସହ ବିଜେଡିର ବରିଷ୍ଠ ନେତାମାନଙ୍କ ବୈଠକ ହୋଇଥିଲା । ବୈଠକ ପରେ ପାଣ୍ଡିଆନ୍ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭିକେ ପାଣ୍ଡିଆନ୍