ଗଳାବାଟେ ଚାଲିଛି ଅନିୟମିତତା। ଶ୍ରୀମନ୍ଦିରର ସୁରକ୍ଷା ବଳୟକୁ ଫୁ’ କରି ପୁଣି ମନ୍ଦିର ଉପରେ ଉଡିଲା ଡ୍ରୋନ। ଯାହାର ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ବାଇକ୍ଟି ଟ୍ରକ୍ ପାଖ ଦେଇ ଏମିତି ଯାଉଛି, କେତେବେଳେ ଯେ କ’ଣ ହୋଇଯିବ କିଛି ଜଣାନାହିଁ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆପଣ କେବେ ଶୁଣିଛନ୍ତି କି ଅନ୍ଲାଇନ୍ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…
ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି।
ଗତ ୧୭ଦିନ ଧରି ସେ କଞ୍ଚା ଚିକେନ ଖାଉଛନ୍ତି। ତେବେ ଏଯାଏ ପହଞ୍ଚିବା ନିହାତି ଏକ ପ୍ରକାର ପାଗଳାମି। ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବା କହିଛନ୍ତି ।
ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ପିଲାଟିର ବାପା ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଏହି ଭିଡିଓ ଦେଖି ପଶୁପ୍ରେମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। କୁକୁରଟି ଛଟପଟ ହୋଇ ମରିଯିବାର ଦୃଶ୍ୟ ପଶୁପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।
ଅତି ସାଧାରଣ ବେଶ ପୋଷାକରେ ଥିବା ମହିଳା ଜଣକ ଗୋଆର ଭ୍ୟାଗେଟର୍ ବିଚ୍ରେ ଚୁଡି ବିକ୍ରି କରନ୍ତି। ତେବେ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ସେ ପ୍ରାଞ୍ଜଳ ଭାବରେ ଇଂରାଜୀରେ କଥା ହେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଯୁବକ ଜଣକ ସଚିନ୍ଙ୍କୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ନମସ୍କାର କରୁଛନ୍ତି । ପରେ ପରେ ସଚିନ୍ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି ?
ଏବେ କେବଳ ଗୋଟିଏ ଆଲୋଚନା ହେଉଛି ଯେ, ପିନ୍ଧିବା ପୂର୍ବରୁ ଥରେ ହେଲମେଟ ଯାଞ୍ଚ ନିଶ୍ଚୟ କରିବା ଜରୁରୀ ।
ପୁଅ ଏବେ ଟିମ୍ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା।
ଯୁବକ-ଯୁବତୀମାନେ ଚାକିରିଟିଏ ପାଇବାକୁ କେତେ ଯେ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳୁଛି । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ପ୍ରାୟ ୩ ହଜାର ଇଞ୍ଜିନିୟରିଂ ଛାତ୍ର ଚାକିରି ପାଇଁ ଏକାଠି ହୋଇଛନ୍ତି ।
ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।
ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭଗବାନ ଶ୍ରୀରାମଙ୍କ ସହ ଜଡିତ ଅନେକ ଗୀତ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭବ୍ୟ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଉପଭୋଗ କରି ଲୋକଙ୍କ ଖୁସି ଆକାଶଛୁଆଁ ହେଉଛି। ଏଭଳି ଦୃଶ୍ୟ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଦେଖାଯାଉଛି।
ଜଣେ ଅନନ୍ୟ ରାମ ଭକ୍ତ ରାମଙ୍କ ନାମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସତନାର ରାକେଶ ସାହୁ କହିଛନ୍ତି ଯେ ସେ ବିଶ୍ୱର ସର୍ବବୃହତ ରାମ ନାମ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ୮୪ ଲକ୍ଷ ଶବ୍ଦ, ୩ ଲକ୍ଷ ଧାଡ଼ି, ୮,୬୫୨ ପୃଷ୍ଠା ଅଛି। ଏହି ବହିର ଲମ୍ବ ୧୪୨୮ ମିଟର ଏବଂ ଓଜନ ୬୫ କିଲୋଗ୍ରାମ।
ସାରାଦେଶ ଏବେ ପ୍ରଭୁ ରାମଙ୍କୁ ଆରାଧନା କରିବାରେ ବ୍ୟସ୍ତ। ଏହାକୁ ନେଇ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହିପରି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ପ୍ରଭୁ ରାମଙ୍କୁ ଗାଳି କରୁଛନ୍ତି ଏବଂ ଖୁସିରେ ନାଚୁଛନ୍ତି।
ବଡ ଭାଇ ପ୍ରତି ସମ୍ମାନ ଏବଂ ତ୍ୟାଗର ଭାବନା ଆମେ ରାମ ଏବଂ ଲକ୍ଷ୍ମଣ ଠାରେ ହିଁ ପାଇଥାଉ। 'ରାମାୟଣ'ରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କ ମଧ୍ୟରେ ଏଭଳି ପ୍ରେମ ଏବଂ ସମ୍ମାନ ଆଜି ବି ଦେଖିବାକୁ ମିଳେ।
ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ମଙ୍ଗଳବାର ରାତିରେ ମୁମ୍ବାଇର ଏକ କ୍ଲିନିକରେ ଶାହରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା। ସେ ମୁଣ୍ଡରେ ଜ୍ୟାକେଟ୍ର ହୁଡି ପିନ୍ଧି ମୁହଁ ଘୋଡାଇ ଦେଇଥିଲେ। ହେଲେ କାହିଁକି ଜାଣିବା ପାଇଁ ପଢନ୍ତୁ।
Kamoto.AI ସହଭାଗିତାରେ ଅଭିନେତ୍ରୀ ସନ୍ନି ଲିଓନ୍ ନିଜର AI ପ୍ରତିରୂପ ଆଣି ପ୍ରଥମ ଭାରତୀୟ ସେଲିବ୍ରିଟି ହୋଇଯାଇଛନ୍ତି। ବୁଧବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ତାଙ୍କ AI ପ୍ରତିରୂପ ଉନ୍ମୋଚିତ ହୋଇଛି।
ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ରନୱେରେ ସମୟ ବିତାଇବା ସହ ସେଠାରେ ଡିନର୍ ବି କରିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଚଳନ୍ତା ସ୍କୁଟି ଉପରେ ଚାଲିଛି ରୋମାନ୍ସ। ଜଣେ ପ୍ରେମୀଯୁଗଳ ବିଚ୍ ରାସ୍ତାରେ ସ୍କୁଟି ଚଳାଇବା ସହ ଏହାଉପରେ ବସି କରୁଛନ୍ତି ପ୍ରେମ।
ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।
ଅହମ୍ମଦାବାଦ ଏୟାରପୋର୍ଟରେ କମ୍ପିଲା ‘ଜୟ ଶ୍ରୀରାମ’ ଧ୍ୱନି । ଏୟାରପୋର୍ଟର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।