Advertisment

Shocking Viral Clip: ଭାଇରାଲ୍‌ ଭିଡ଼ିଓ, ଏମିତି ବାପାକୁ କ'ଣ କହିବେ ?

ଗୋଟିଏ ପାଦ ଟ୍ରେନ୍ ଝରକାରେ ରଖିଛନ୍ତି ଏବଂ ଆଉ ଗୋଟେ ପାଦ ସେଠାରେ ଥିବା ପାଇପ୍ ଉପରେ... ଆଉ କୁନି ପିଲାଟିକୁ ସେହି ପାଇପ୍ ଉପରେ ଛିଡା କରାଇ ପରିସ୍ରା କରାଉଛନ୍ତି। ଏହା ହୁଏତ ତାଙ୍କ ପାଇଁ ସହଜ ହୋଇପାରେ କିନ୍ତୁ ସେଠାରେ ଥିବା ଲୋକମାନେ ଏହାକୁ ବିପଜ୍ଜନକ ବୋଲି ଭାବିଛନ୍ତି ଆଉ ଭିଡିଓ ସୁଟ୍ କରିଛନ୍ତି।

author-image
Tapan Swain
Viral Video

Viral Video Photograph: (OTV)

ଏ ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ବିପଦପୂର୍ଣ୍ଣ ମଧ୍ୟ। ଏ ହେଉଛନ୍ତି ବାପ-ପୁଅ। ଏହି ବାପା ଜଣଙ୍କ ଗୋଟିଏ ପାଦ ଟ୍ରେନ୍ ଝରକାରେ ରଖିଛନ୍ତି ଏବଂ ଆଉ ଗୋଟେ ପାଦ ସେଠାରେ ଥିବା ପାଇପ୍ ଉପରେ... ଆଉ କୁନି ପିଲାଟିକୁ ସେହି ପାଇପ୍ ଉପରେ ଛିଡା କରାଇ ପରିସ୍ରା କରାଉଛନ୍ତି। ଏହା ହୁଏତ ତାଙ୍କ ପାଇଁ ସହଜ ହୋଇପାରେ କିନ୍ତୁ ସେଠାରେ ଥିବା ଲୋକମାନେ ଏହାକୁ ବିପଜ୍ଜନକ ବୋଲି ଭାବିଛନ୍ତି ଆଉ ଭିଡିଓ ସୁଟ୍ କରିଛନ୍ତି। ଏହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଠେଙ୍ଗାରେ ସ୍ୱାଗତ କରୁ ରେଳବାଇ

ଏହି ଭିଡିଓଟିକୁ ଅରବିନ୍ଦ ଶର୍ମା ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ X ରେ ପୋଷ୍ଟ କରି କରିଛନ୍ତି, ଆଉ ବ୍ୟଙ୍ଗାତ୍ମକ ଭାବେ ଲେଖିଛନ୍ତି "ଏପରି ପ୍ରତିଭା କାହା ପାଖରେ ନାହିଁ। ଟ୍ରେନ୍ ଅଟକିବା ମାତ୍ରେ, ପିଲାକୁ ଝରକା ବାଟେ ବାହାର କର। ଟ୍ରାକ୍ ପାଖରେ ଲାଗିଥିବା ପାଇପ ଲାଇନରେ ଠିଆ କରାଅ। ତା'ପରେ ତାକୁ Toilet କରାଅ। ତାଙ୍କର ଏଭଳି ସାହସ ପାଇଁ ରେଳବାଇ ପୋଲିସ ସ୍ୱାଗତ କରିବା ଦରକାର ଆଉ ତାହା ପୁଣି ଠେଙ୍ଗାରେ। 

ଆଉ ଥରେ ନଜର ପକାନ୍ତୁ ଏହି ଭିଜୁଆଲ୍ ଉପରେ। କିପରି ଜଣେ ବାପା ନିଜ ସହିତ ତାଙ୍କ ପୁଅର ଜୀବନକୁ ରିସ୍କ ନେଉଛନ୍ତି। ସେ ଟ୍ରେନ୍‌ର ଜରୁରୀକାଳୀନ ଝରକା ଦେଇ ବାହରକୁ ଆସୁଛନ୍ତି। ଗୋଟିଏ ପାଦ ଝରକା ଉପରେ, ଅନ୍ୟ ପାଦ ପାଇପ୍ ଉପରେ ରଖି, ପିଲାଟିକୁ ପରିସ୍ରା କରାଇବାରେ ସାହାଯ୍ୟ କରୁଛନ୍ତି। ଏହି ଭୟଙ୍କର ଦୃଶ୍ୟକୁ ଯେଉଁମାନେ କ୍ୟାମେରାରେ କଏଦ କରୁଛନ୍ତି, ସେମାନେ କ’ଣ କହୁଛନ୍ତି ଶୁଣନ୍ତୁ…

Advertisment

ଏହି ଭିଡିଓ ଭାଇରାଲ୍ ହେବା ପରେ କିଛି ଲୋକ ସେହି ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବା ବେଳେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ତଦନ୍ତ କରାଯିବା ଉଚିତ ବୋଲି କହୁଛନ୍ତି। ସେମାନେଙ୍କ ମତ, ହୁଏତ ଟ୍ରେନଟିରେ ଶୌଚାଳୟକୁ ଯିବାର ସୁବିଧା ନ ଥାଇପାରେ, କିମ୍ବା ଅନ୍ୟ କୌଣସି କାରଣ ଥାଇପାରେ।

ତେବେ ରେଳ ସେବା ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଛି। ସେ ଲେଖିଛି, "ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ଦୟାକରି ଯାତ୍ରା ବିବରଣୀ, ଷ୍ଟେସନ ନାଁ ଏବଂ ମୋବାଇଲ୍ ନମ୍ବର ଆମ ସହିତ ସେୟାର କରନ୍ତୁ। 

Viral Video Urination Railways
Advertisment
Related Articles
Advertisment