Advertisment

Vigilance Raid: ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର, ୭ଟି ସ୍ଥାନରେ ରେଡ୍

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ୱଲପୁର ଡ୍ରଗସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ।

author-image
Chinmayee Sahoo
Vigilance

Vigilance

ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସର। ସମ୍ୱଲପୁର ସ୍ଥିତ ଷ୍ଟେଟ୍ ଡ୍ରଗସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରର ୭ଟି ସ୍ଥାନରେ ଏକା ସମୟରେ ରେଡ୍ ହେଉଛି। ଏହି ଚଢାଉରେ ସାମିଲ ଅଛନ୍ତି ୪ ଜଣ DSP, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ASI।

Advertisment

ନିମ୍ନଲିଖିତ ସ୍ଥାନରେ ଚଢାଉ ଚାଲିଛି:

  • ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ବେହେରା ସାହି ସ୍ଥିତ ମେଟ୍ରୋସିଟିରେ ଥିବା ୨ଟି ଫ୍ଲାଟ,
  • ଭୁବନେଶ୍ବର ଏସପ୍ଲାନେଡ୍ ମଲରେ ଥିବା ସ୍ଥାନ,
  • ଭୁବନେଶ୍ବର ବଳଭଦ୍ରପୁରରେ ଥିବା ପ୍ରେଷ୍ଟିଜ ଆପାର୍ଟମେଣ୍ଟର ଫ୍ଲାଟ,
  • ସମ୍ବଲପୁର ବରେଇପାଲ୍ଲୀରେ ଥିବା ଭଡ଼ାଘର,
  • ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ଘର,
  • ସମ୍ବଲପୁରରେ ଥିବା ତାଙ୍କ ଅଫିସ ଚାମ୍ବର

ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି । ତେବେ କେତେ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ ହେଲାଣି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment
Vigilance Raids Sambalpur
Advertisment
Advertisment