Advertisment

Vigilance Raid: କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ, ଅଢ଼େଇ କୋଟି ଟଙ୍କାର ଜାଲିଆତି ଅଭିଯୋଗ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଜଡ଼ିତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ର ଚଢାଉ ଜାରି ରହିଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ରହିଛି।

author-image
Chinmayee Sahoo
Vigilance Raid

Vigilance Raid Photograph: (OTV)

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍। ଗତକାଲି ଭିଜିଲାନ୍ସ ଟିମ ସୁବ୍ରତଙ୍କୁ ମାରାଥନ ଜେରା କରିଥିଲା। ଆଜି ସୁସୁଡ଼ା ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ର ଚଢାଉ ଜାରି ରଖିଛି। 

Advertisment

ଢେଙ୍କାନାଳ ବାଉଁଶପୋଖରୀ ପୈତୃକ ଘର ଓ ବଅଁରପାଳ ଶ୍ବଶୁର ଘରେ ରେଡ୍ କରୁଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ଟଙ୍କା ହେରଫେର୍ ମାମଲାରେ ସାଢେ ୩ ମାସ ନିଖୋଜ ହେବା ପରେ ଗିରଫ ହୋଇଛନ୍ତି ସୁବ୍ରତ। ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିଲେ।

Vigilance Raid
Advertisment
Related Articles
Advertisment