Advertisment

Vigilance Raid: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ଅଭିଯୋଗ

ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ। ଏହି ଜଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି।

author-image
Chinmayee Sahoo
ଅଦ୍ୟତନ ହୋଇଛି
VIGILANCE RAID

VIGILANCE RAID

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ଇଞ୍ଜିନିୟର। ଇଞ୍ଜିନିୟରଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ କରିଛି ଯାଞ୍ଚ। ଆୟ ବର୍ହିଭୂତ ସମ୍ପତ୍ତି ଥିବା ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଠିକଣାରେ ଭିଜିଲାନ୍ସ ଜଢାଉ କରିଛି।

Advertisment

ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ୮ଟି ଠିକଣାରେ ଚାଲିଛି ରେଡ୍। ଭୁବନେଶ୍ବରରୁ ସୁନ୍ଦରଗଡ଼ ଯାଏଁ ତନ ତନ ଯାଞ୍ଚ ଓ ଖୋଳତାଡ଼ ଚାଲିଛି। ସୁନ୍ଦରଗଡ଼ରେ ତିନି ମହଲା ଘର, ରାଉରକେଲା ଛେଣ୍ଡରେ ଦୁଇ ମହଲା ଘର, ଭୁବନେଶ୍ବର ଘାଟିକିଆ ଅରୋଭିଲାରେ ଦୁଇଟି ଫ୍ଲାଟ୍, ଅନୁଗୁଳର ଏକାଧିକ ଠିକଣାରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏହି ଚଢାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି। ସେପଟେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ମୁହଁ ଖୋଲି ନାହାନ୍ତି ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା।

ସୁନ୍ଦରଗଡ଼ରେ ଆଇଟିଡିଏ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଅବସ୍ଥାପିତ ଥିବା ସମୟରେ ମଧ୍ୟ ତାଙ୍କ ନାଁରେ ଅନେକ ଅଭିଯୋଗ ରହିଥିଲା। କାମ ନକରି ବିଲ ଉଠାଇନେବା, ଫଲ୍ସ ବିଲ କରିବା, ଟେଣ୍ଡର ନ କରି କୋଟି କୋଟି ଟଙ୍କାର କାମ ନିଜ ସମ୍ପର୍କୀୟଙ୍କୁ ଦେବା ଭଳି ଅଭିଯୋଗ ରହିଥିଲା। ଏପରିକି ସେହି ସମୟରେ ଆଇଟିଡିଏ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ପାଇଁ ପୂର୍ବତନ ବିଧାୟିକା କୁସୁମ ଟେଟେ ମଧ୍ୟ ଲୋକପାଳଙ୍କୁ ଲେଖି ଥିଲେ।

Advertisment

ଅଧିକ ପଢନ୍ତୁ: ଗୁହାଳରୁ ବିସ୍ଫୋରକ ଜବତ ଘଟଣାର ପର୍ଦ୍ଦାଫାଶ: ୩ ଅଭିଯୁକ୍ତ ଗିରଫ, ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଠାବ

Disproportionate Assets Vigilance Raid Anugul
Advertisment
Advertisment