ବଜାରରେ ପରିବା ଦେହରେ ହାତ ମାରିବାକୁ ଭୟ ଲାଗିଲାଣି । ଦର ପଚାରି ପଚାରି ଏମୁଣ୍ଡରୁ ସେ ମୁଣ୍ଡ ପାର ହୋଇଯାଉଛି, ହେଲେ ପରିବା କିଣି ହେଉନି । ଯାହାକୁ ଛୁଇଁବ ୮୦ ।
ଏବେ ସେଂଚୁରୀ ପାର୍ ଟମାଟୋ ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଦାୟୀ କରିଛନ୍ତି ଚାଷୀ। ଏହାରି ଭିତରେ ଆଗକୁ ଶ୍ରାବଣ ମାସ ଥିବାରୁ ଏଥର ପରିବା ଦର ସବୁ ରେକର୍ଡ ଭାଙ୍ଗିବ ବୋଲି ଆଶଙ୍କା କରାଯାଉଛି।
ବଜାରରେ ଭଳିକି ଭଳି ପନିପରିବା । ବେପାରି ପରିବା ଧରି ବିକିବା ପାଇଁ ବସିଛି । ଗ୍ରାହକ ବି ପରିବା କିଣିବା ପାଇଁ ବଜାରରେ ବୁଲୁଛନ୍ତି । ହେଲେ ଦର ପଚାରି ପରିବାରେ ହାତ ନ ମାରି ଚାଲି ଯାଉଛନ୍ତି।
ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ସୁନାର ଫସଲ ଫଳାଇବ ବୋଲି ଆଶା ରଖିଥିଲା। ହେଲେ ଏବେ ପରିବା କିଆରୀ କହିଲେ ପାଣି ଉପରକୁ ମୁଣ୍ଡ ଟେକିଥିବା ଗଣ୍ଡାଗଣ୍ଡା ବାଉଁଶ ଖୁଣ୍ଟ, ଆଉ ଧାନବିଲ। ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
କାର୍ତ୍ତିକ ପରେ ବି ଖସୁନି ଟମାଟୋ ଦର : ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ ।
ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ ।
କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି। ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ। ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି
ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।