Advertisment

ଆକାଶ ଛୁଆଁ ପରିବା ଦର ! ଚାଷୀ ବିକୁଛି କମରେ, ଖାଉଟି କିଣୁଛି ଅଧିକରେ...

ସଚେତନ ଗ୍ରାହକଙ୍କ ଅଭିଯୋଗ, ମଝିରେ ମିଡିଲମ୍ୟାନ୍ କମାଉଛନ୍ତି ମୁନାଫା । କେବେ ହେବ ପରିବା ମଣ୍ଡି, କେବେ ଲାଗିବ ରେଟ୍ ଚାର୍ଟ ?

author-image
Satyendu Shekher Mishra
undefined

Vegetable Price Hike

ଏପଟେ ତଳମୁହାଁ ଦର ପାଇଁ ମୁଣ୍ଡ ପିଟୁଛି ଚାଷୀ । ସେପଟେ ଆକାଶ ଛୁଆଁ ଦର ଯୋଗୁଁ ଚିନ୍ତାରେ ଖାଉଟି । ରାଜ୍ୟରେ ଗଲା କିଛି ଦିନ ଧରି ପରିବା ଦର ଆକାଶ ଛୁଆଁ ହେବା ପରେ ଏବେ ମୌସୁମୀ ବର୍ଷା ପରେ ବଢ଼ିଛି ଉତ୍ପାଦନ। ସେ ଦୃଷ୍ଟିରୁ ବଜାରରେ କଞ୍ଚା ପରିବା ଦର ବେଶ୍ କମିଯିବା କଥା। କିନ୍ତୁ ମାସେ କିମ୍ବା ୧୫ ଦିନ ତଳେ ପରିବା ଦର ଆଉ ଏବେକାର ଦର ଭିତରେ ସେମିତି କିଛି ବିଶେଷ ପାର୍ଥକ୍ୟ ଅନୁଭବ କରୁନାହାନ୍ତି ଖାଉଟି।

Advertisment

ଆଜି ବି ରାଜଧାନୀର ୧ ନମ୍ବର ହୋଲସେଲ ପରିବା ମାର୍କେଟରେ ପୋଟଳ କିଲୋ ପିଛା ଦର ୬୦ ଉପରେ। ସେହିଭଳି କାକୁଡ଼ି, କଲରାର ଦର ବି ୬୦ ଉପରେ ଥିବା ବେଳେ ବାଇଗଣ, ଜହ୍ନି ଓ ଛତିନ୍ଦ୍ରା ଭଳି ପରିବାର ରେଟ୍ ୫୦ ଉପରେ। ହେଲେ ସେପଟେ କିନ୍ତୁ ଅନୁକୂଳ ପାଇଁ ଅମଳ ଅଧିକ ସତ୍ତ୍ୱେ, ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ। ଚାଷୀଙ୍କ ଅଭିଯୋଗ, ସେମାନଙ୍କୁ ମିଳୁନି ପରିଶ୍ରମର ପ୍ରାପ୍ୟ। ଆଉ ଖାଉଟିଙ୍କ କହିବା କଥା, ଦର ଶୁଣି କିଣିବାକୁ ଡର ଲାଗୁଛି।

ଏଠି ପ୍ରଶ୍ନ ଉଠୁଛି, ଅମଳ କମ୍ ବେଳେ ପରିବା ଦର ଉଚ୍ଚା ରହିବା ସ୍ୱାଭାବିକ କଥା। କିନ୍ତୁ ଏବେ ବର୍ଷା ଦିନିଆ ପରିବା ଅମଳ ସମୟରେ ଏତେ ଉପରମୁହାଁ ରହିବା ପଛର କାରଣ କଣ। କିଛି ସଚେତନ ଖାଉଟିଙ୍କ କହିବା କଥା, ପରିବା କ୍ଷେତରୁ ପରିବା ବଜାରକୁ ଆସିବା ଭିତରେ କାମ କରୁଛି ୩ରୁ ୪ ଥାକିଆ ବ୍ୟବସ୍ଥା। ଅର୍ଥାତ ଚାଷୀ ଓ ଦୋକାନୀ ମଧ୍ୟରେ କାମ କରୁଛନ୍ତି ବିଭିନ୍ନ ମଧ୍ୟସ୍ଥି ବ୍ୟବସାୟୀ। ଯେଉଁମାନଙ୍କ ଜରିଆରେ ପରିବା ସଂଗ୍ରହ, ପରିବହନ ଓ ହୋଲସେଲ ମାର୍କେଟର ମୁଖ୍ୟ ବ୍ୟବସାୟୀଙ୍କ ମାଧ୍ୟମ ଦେଇ ଖାଉଟିଙ୍କ ପାଖରେ ପହଞ୍ଚିବା ବେଳକୁ ପ୍ରାୟ ୨ରୁ ୩ ଗୁଣା ବଢି ଯାଉଛି ଦର। ଫଳରେ ଚାଷୀ ଠିକ୍ ପ୍ରାପ୍ୟ ପାଇ ପାରୁନଥିବା ବେଳେ ଶୋଷଣର ଶିକାର ହେଉଛି ଖାଉଟି ।

Advertisment

ତେବେ ଚାଷୀ ଆଉ ଖାଉଟି ଉଭୟଙ୍କ କ୍ଷତି ଭିତରେ ମାଲେମାଲ ହେଉଥିବା ମଧ୍ୟସ୍ଥି ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତିକୁ ରୋକାଯିବ କେମିତି ? ଏଭଳି ସମସ୍ୟାର ସମାଧାନ ମିଡିଲ ମ୍ୟାନଙ୍କ ପ୍ରାଦୁର୍ଭାବ କମାଇବାକୁ ରାଜ୍ୟ ବ୍ୟବସାୟୀ ମହାସଂଘର ରିଟେଲର୍ ଏବଂ ହୋଲସେଲରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ଏପରିକି ପ୍ରାଥମିକ ସ୍ତରରେ କଟକ ଏବଂ ଭୁବନେଶ୍ୱରରେ ପରିବା ମଣ୍ଡି ଖୋଲିଯିବା ସହ ରେଟ୍ ଚାର୍ଟ ବି ଲାଗିବାର ଯୋଜନା ବି ରହିଛି। ତେଣୁ ଏବେ ଅପକ୍ଷା ଏ ବ୍ୟବସ୍ଥା କେବେ ଲାଗୁ ହେଉଛି?

Vegetable Price Hike
Advertisment
Advertisment