Advertisment

ତୁର୍କୀ ଅଭିଯାନର ଅଭୁଲା ଅନୁଭୂତି ବଖାଣିଲେ ଓଡ଼ିଆ ଯବାନ

ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।

author-image
Tanmay Kumar Mahalik

ମିକଂପ କ୍ଷତିଗ୍ରସ୍ତ ତୁର୍କୀରେ ସଫଳତାର ସହ ସମାପ୍ତ ହୋଇଥିବା ଅପରେସନ୍ ଦୋସ୍ତ୍ କଥା କିଏ ବା ନଜାଣେ । ହେଲେ ଜାଣିଛନ୍ତି କି, ଏହି ଅପରେସନ ଦୋସ୍ତରେ ସାମିଲଥିଲେ ଜଣେ ଓଡ଼ିଆ ଯବାନ ।

Advertisment

ତୁର୍କୀ ହାତାୟର ସ୍କାନ୍ଦେରୁନରେ ଭାରତୀୟ ସେନା ପକ୍ଷରୁ ସ୍ଥାପିତ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲରେ ନିୟୋଜିତ ଥିଲେ ପାରାଟ୍ରୁପର୍ ନାଏକ୍ ବିବେକାନନ୍ଦ ଦେହୁରୀ । ଭାରତ ଫେରିବା ପରେ, ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ସେ ବଖାଣିଛନ୍ତି ତାଙ୍କର ତୁର୍କୀ ଅନୁଭୂତି ।

Odia Jawan Turkey Earthquake
Advertisment
Advertisment