• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ତୁର୍କୀରେ ପ୍ରକୃତି ରଚିଛି ତାଣ୍ଡବ । ଭୂମିକମ୍ପର ଝଟକାରେ ମାଟିରେ ଲୋଟିଛି ବଡ଼ ବଡ଼ କୋଠା । ଯେଉଁ ଆଡ଼େ ଦେଖିବେ କେବଳ ବିରାଟ ବିରାଟ ଅଟ୍ଟାଳିକାର ଖଣ୍ଡଖଣ୍ଡ ଅଂଶ । ଏହାରି ଭିତରେ ନଜରକୁ ଆସିଛି ଏକ ଦୁଃଖଦ ଓ ହୃଦୟବିଦାରକ ଖବର । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେବ । ଖଣ୍ଡଖଣ୍ଡ ଭଙ୍ଗା କୋଠା ଘରୁ ଜୀବନ୍ତ ଫେରିଛନ୍ତି ମା’ ଓ ୧୦ ମାସର ଶିଶୁ ।

ସିରିଆରେ ଭୂମିକମ୍ପ ହେବା ପରେ ଏପରି ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ଭୂକମ୍ପ ହେବାର ୯୦ ଘଣ୍ଟା ପରେ ଜଣେ ମା’ ସହ ୧୦ ମାସର ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୂମିକମ୍ପ ହେବା ପରେ ଶିଶୁପୁତ୍ରଟି ସହ ତାର ମା’ ଭଙ୍ଗାଘର ତଳେ ଫସିରହିଥିଲେ । ଉଦ୍ଧାରକାରୀ ଟିମ୍ ଏହା ଜଣିବା ପରେ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

ଉଭୟଙ୍କୁ ଉଦ୍ଧାର କରାଯିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟିକୁ ଏକ କମ୍ବଳ ମାଧ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଥିବା ବେଳେ ମହିଳା ଜଣଙ୍କୁ ଏକ ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଭୟଙ୍କ ଚିକିତ୍ସା ଜାରି ରହିଛି ।

ଘଟଣାକୁ ନେଇ ଉଦ୍ଧାରକାରୀ ଟିମର ଜଣେ ସଦସ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସମ୍ପୃକ୍ତ ସ୍ଥାନରେ ଏକ ଛୁଆର କୁଆଁ କୁଆଁ ସ୍ୱର ଶୁଭୁଥିଲା । ପରେ ଆମ ଟିମ୍‌ର ୬ଜଣ ସଦସ୍ୟ ଉଭୟ ମା’ ଓ ଶିଶୁଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲୁ । ଶେଷରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନା ଥାଉ କି ତୁର୍କୀରେ ଭୂମିକମ୍ପ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିଛି ଲୋକ ଏବେ ବି କୋଠା ତଳେ ଚାପି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତୁର୍କୀ ସରକାର ଓ ଅନେକ ଦେଶର ସହାୟତାରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।