Advertisment

ରାସ୍ତା ପାଲଟିଲା ବେଡ୍..ଦଉଡ଼ିରେ ଝୁଲିଲା ସାଲାଇନ୍‌...ଖୋଲା ଆକାଶ ତଳେ ୩୦୦ ରୋଗୀ

ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ଗଛରେ ଟଙ୍ଗା ଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
300 people get treated on road in maharashtra

300 people fall ill

ଗଛରେ ଝୁଲୁଛି ସାଲାଇନ୍। ଖୋଲା ଆକାଶ ତଳେ ଶହଶହ ରୋଗୀଙ୍କ ଚିକିତ୍ସା ଚାଲିଛି। ପ୍ରସାଦ ଖାଇ ହଠାତ ଅସୁସ୍ଥ ହୋଇପଡିଲେ ୩୦୦ରୁ ଅଧିକ ଲୋକ। ଡାକ୍ତରଖାନାରେ ଆବଶ୍ୟକୀୟ ବେଡ୍ ନଥିବାରୁ ରାସ୍ତାରେ ଶୋଇଛନ୍ତି ଶତାଧିକ ରୋଗୀ। ପରେ ଏଭଳି ବିଚଳିତ କରିବା ଭଳି ଦୃଶ୍ୟ ଦେଖବାକୁ ମିଳିଛି।

Advertisment

ମହାରାଷ୍ଟ୍ର ବୁଲଧାନା ଜିଲ୍ଲାରୁ ଏଭଳି ଦୃଶ୍ୟ ସାମନାକୁ ଆସିଛି। ମଙ୍ଗଳବାର ରାତିରେ ଲୋନାରର ସୋମଥାନା ଗାଁରେ ହରିନାମ ଶପଥ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। କାର୍ଯ୍ୟକ୍ରମର ଶେଷ ଦିନ ଥିବାରୁ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ତେବେ ପ୍ରସାଦ ସେବନ ପରେ ହଠାତ ଲୋକମାନେ ଅସୁସ୍ଥ ହୋଇପଡିଲେ। ମହିଳା ଓ ଶିଶୁମାନଙ୍କୁ ମିଶାଇ ୩୦୦ରୁ ଅଧିକ ଲୋକ ବାନ୍ତି କରିବା ସହ ମୁଣ୍ଡ ବୁଲାଇ ପଡିଯାଇଥିଲେ।

ଲୋକମାନେ ଅସୁସ୍ଥ ହେଉଥିବାରୁ ସେମାନଙ୍କୁ ତୁରନ୍ତ ବିବି ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ହସ୍ପିଟାଲରେ ଆବଶ୍ୟକ ବେଡ୍ ନଥିଲା। ତେଣୁ ହସ୍ପିଟାଲ ବାହାରେ ଥିବା ରାସ୍ତାରେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ରୋଗୀଙ୍କୁ ଦିଆଯାଇଥିବା ସାଲାଇନକୁ ରଶି ସାହାଯ୍ୟରେ ଗଛରେ ଟଙ୍ଗା ଯାଇଥିଲା। ସମସ୍ତେ ତଳେ ଧାଡ଼ି ହୋଇ ଶୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଥିବା ଭିଡିଓ ସାମ୍ନାକୁ ଆସିଛି।

Advertisment

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି, କାର୍ଯ୍ୟକ୍ରମର ଏହା ଷଷ୍ଠ ଦିନ ଥିଲା। ଏକାଦଶୀ ଥିବାରୁ ୪୦୦ରୁ ୫୦୦ଲୋକଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ତେବେ ଫୁଡ୍ ପଏଜନ ପାଇଁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। କିଛି ଲୋକ ଡିସଚାର୍ଜ ମଧ୍ୟ ହୋଇଛନ୍ତି। ଏକ ଡାକ୍ତରୀ ଟିମଙ୍କୁ ନିୟୋଜିତ କରାଯାଇଛି। ପ୍ରସାଦର ସାମ୍ପୂଲ ଲାବ୍ରୋଟୋରୀକୁ ପରୀକ୍ଷା ପାଇଁ ପଠାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Treatment
Advertisment
Advertisment