ସୋମବାର ଠାରୁ ଯୁବତୀଙ୍କ ବାପା ଘରୁ ନିଖୋଜ ହୋଇଯାଇଥିଲେ । ହେଲେ ମଙ୍ଗଳବାର ଦିନ ଏକ ଘରର ଛାତର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଗୋଟିଏ ନୁହେଁ ସିଗନାଲିଂ ଓ ଟେଲି କମ୍ୟୁନିକେଶନ୍ ବିଭାଗର ବିଭିନ୍ନ ସ୍ତରରେ ଥିବା ତ୍ରୁଟିର ବି ଉଜାଗର କରିଛି ଏହି ରିପୋର୍ଟ
ସିଆର୍ଏସ୍ ତଦନ୍ତ ରିପୋର୍ଟରେ ସିଗ୍ନାଲ୍ ତ୍ରୁଟିକୁ ଦାୟୀ କରାଗଲା । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।
ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।
ସିଗନାଲିଂ, ଟେଲି କମ୍ୟୁନିକେସନ ଓ ରିଲେରୁମରେ ତ୍ରୁଟି ଯୋଗୁ ହୋଇଛି ବାହାନଗା ଟ୍ରେନ ଦୁର୍ଘଟଣା । ରେଲୱେ ସେଫ୍ଟି କମିଶନରଙ୍କ ରିପୋର୍ଟରେ ତଥ୍ୟ ଥିବା ସୂଚନା ।
ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ନିଷ୍ପତ୍ତି, ଏକ ଖବର ସରବରାହ ସଂସ୍ଥାକୁ ବରିଷ୍ଠ ଅଧିକାରୀଙ୍କ ସୂଚନା।
ବାହାନଗା ଟ୍ରେନ୍ ଟ୍ରାଜେଡିର ୨୯ ଦିନ ପରେ ୨୯ଟି ମୃତଦେହର ମିଳିଲା ପରିଚୟ । ଏମ୍ସରେ ସଂରକ୍ଷିତ ଥିବା ୮୧ ମୃତଦେହ ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୯ଟିର ଡିଏନ୍ଏ ମ୍ୟାଚିଂ ରିପୋର୍ଟ ମିଳିବା ପରେ ସେମାନଙ୍କ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଆଉ ୫୨ଟି ମୃତଦେହର ଚିହ୍ନଟ ନେଇ ଡିଏନଏ ରିପୋର୍ଟ ଆସିନଥିବାରୁ ମରଶରୀର ପାଇଁ ଏବେ ବି ଅପେକ୍ଷା କରିଛନ୍ତି ନିକଟ ସମ୍ପର୍କୀୟ।
ବାହାନଗା ଦୁର୍ଘଟଣାର ୨୯ ଦିନ ପରେ ଆଶ୍ୱସ୍ତ ଆତ୍ମୀୟ । ଡିଏନ୍ଏ ମ୍ୟାଚିଂ ପରେ ୨୯ ମୃତଦେହକୁ ମିଳିଛି ପରିଚୟ । ପ୍ରଥମ ପର୍ଯ୍ୟାୟରେ ଡିଏନ୍ଏ ନମୂନା ମ୍ୟାଚ କରାଯାଇଥିବା ୨୯ ପରିବାର ରିପୋର୍ଟ ଆସିବା ପରେ ଏବେ ସେମାନଙ୍କ ପାଇଁ ସହଜ ହୋଇଛନ୍ତି ଶବ ଗ୍ରହଣ ପ୍ରକ୍ରିୟା ।
ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି। ସକାଳୁ ମୃତକଙ୍କ ସମ୍ପର୍କୀୟମାନେ ଭୁବନେଶ୍ୱର ଏମ୍ସରେ ପହଞ୍ଚିଛନ୍ତି।
ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ।
କରମଣ୍ତଳ ଟ୍ରେନ୍ ଦୁର୍ଘଟଣା କାରଣରୁ ବାହାନଗା ଷ୍ଟେସନ୍ର ବ୍ୟାପକ୍ କ୍ଷତି ହୋଇଥିଲା ।
ଲୁପ୍ ଲାଇନରେ ଛିଡା ହୋଇଥିବା ମାଲ୍ବାହୀ ଗାଡ଼ିକୁ ଆଉ ଏକ ମାଲ୍ବାହୀ ଗାଡ଼ି ଧକ୍କା ଦେଇଛି। ବାଙ୍କୁଡ଼ା ଓଣ୍ଡାଗ୍ରାମ୍ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଛି।
ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ ।
ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ରେଲୱେ ସିଗନାଲ୍ ଜେଇ ଅମୀର ଖାନଙ୍କୁ ସିବିଆଇର ଘନ ଘନ ଜେରା । ଗତକାଲି ସିଲ୍ କରିଥିବା ସୋରସ୍ଥିତ ଭଡ଼ାଘରେ ଆଜି ଅମୀରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ସିବିଆଇ। ଏପଟେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣଇବା ସହ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ଲୋକୋ ପାଇଲଟ୍ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ର ୧୫୮ ଲକ୍ କାଢ଼ି ଦେଇଥିଲେ।
JEଙ୍କ ଭଡ଼ା ଘର କିଏ ସିଲ୍ କଲା ଓ କାହିଁକି ସିଲ୍ କଲା ତାହା ଜଣାପଡ଼ିନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି ।
ବାହାନଗାର ଭୟାବହ ଦୁର୍ଘଟଣା ଘଟିବାର ତୁରନ୍ତ ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ଦିଆଯାଇଛି। ଓଡିଶାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିବା ସାମ୍ନାକୁ ଆସିଛି। ତେବେ ରାଜ୍ୟ ଶାସନାଧୀନ ବିଜେଡି କେନ୍ଦ୍ରର ରେଳ ବ୍ୟବସ୍ଥା କିମ୍ବା ବିଜେପି ସରକାର ବିଷୟରେ ପଦୁଟିଏ କହିଲା ନାହିଁ।
ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା
ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।
ଟ୍ରେନ୍ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍ପି ଥାନା ଅଞ୍ଚଳରେ ଟ୍ରେନ୍ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।
ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।
ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍ ରହିଯାଇଥିବା ସୂଚନା ମିଳିଛି ।
ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।
ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।