Advertisment

Accident: ଦୁର୍ଘଟଣାରେ ପୁଅର ମୃତ୍ୟୁ ଖବର ଶୁଣି ହସ୍‌ପିଟାଲ୍ ବେଡ୍‌ରେ ଆଖି ବୁଜିଲେ ବାପା

ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧାର ହୋଇଯାଇଛି। ତାଙ୍କର କୋହଭରା ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି।

author-image
Prasan Subudhi
ଗୋଟିଏ ଦିନରେ ଚାଲିଗଲେ ବାପା-ପୁଅ

ଗୋଟିଏ ଦିନରେ ଚାଲିଗଲେ ବାପା-ପୁଅ

ଗୋଟିଏ ଦିନରେ ବାପା ଓ ପୁଅର ମୃତ୍ୟୁ ଘଟଣା ଆସ୍କା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ସୁରଟରେ କାର୍ଯ୍ୟରତ ପୁଅ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବାପାଙ୍କୁ ଦେଖିବା ପାଇଁ ଆସୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛି। ତେବେ ଏ ଖବର ଶୁଣିବା ପରେ ବାପା ସେଇ ହସ୍ପିଟାଲ ବେଡ଼ରେ ହିଁ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଆସିକା ବ୍ଲକ ଗଙ୍ଗାପୁରଶାସନରେ ଘଟିଛି।

Advertisment

ଗୋଟିଏ ଦିନରେ ଆଗ ପଛ ହୋଇ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ଗ୍ରାମବାସୀଙ୍କ ଦ୍ବାରା ଅଭିମନ୍ୟୁଙ୍କ ଶବ ସତ୍କାର କରାଯାଇ ପିତା କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାରେ ମୃତ ପୁଅର ଶବକୁ ଆଣିବାକୁ ବାହାରିଛନ୍ତି ଗ୍ରାମବାସୀ। ସ୍ୱାମୀ ଓ ପୁଅର ମୃତ୍ୟୁରେ ବୃଦ୍ଧା ସୁଜନଙ୍କ ଦୁନିଆ ଯେମିତି ଅନ୍ଧକାର ହୋଇଯାଇଛି। ତାଙ୍କର କୋହଭରା ତାଙ୍କ ଚିତ୍କାର ଏବେ ଗାଁ ଦାଣ୍ଡ ଫଟାଇ ଦେଉଛି। ଏପରିକି ମୃତ ବାପା ପୁଅଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ କେହି ନାହିଁ। ତେଣୁ ଅନାଥ ପରିବାରକୁ ଏବେ ସହଯୋଗର ହାତ ବଢ଼ାଇଛନ୍ତି ସାହି ଭାଇ।

ଗଙ୍ଗାପୁର ଶାସନର ଗରିବ ଶ୍ରେଣୀର ୭୦ ବର୍ଷୀୟ ଅଭମନ୍ୟୁ ମୁନୀଙ୍କ ପୁଅ, ଝିଅ ଓ ସ୍ତ୍ରୀଙ୍କୁ ମିଶେଇ ୪ପ୍ରାଣୀର କୁଟୁମ୍ବ। ବହୁ କଷ୍ଟରେ ଝିଅକୁ ବାହା କରି ପାରିଥିଲେ ଅଭିମନ୍ୟୁ। କିନ୍ତୁ ରୋଗଗ୍ରସ୍ତ କାରଣରୁ ଅଭିମନ୍ୟୁ ଆଉ ରୋଜଗାରକ୍ଷମ ହୋଇନପାରିବାରୁ ପୁଅ ପ୍ରଶାନ୍ତ ରୋଜଗାର ପାଇଁ ସୁରଟ ଯାଇଥିଲେ।

Advertisment

ଇତିମଧ୍ୟରେ ଅଭିମନ୍ୟୁଙ୍କ ଦେହ ଭୀଷଣ ଖରାପ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ। ଖବର ପାଇ ପୁଅ ପ୍ରଶାନ୍ତ ବାପାଙ୍କୁ ଦେଖିବା ପାଇଁ ବ୍ରହ୍ମପୁର ଆସୁଥିବା ବେଳେ ବିଶାଖାପାଟଣା ନିକଟରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏ ଖବର ବାପା ଶୁଣିବା ପରେ ସେଇ ମେଡିକାଲ ବେଡ୍‌ରେ ତାଙ୍କ ଜୀବନ ଚାଲିଯାଇଛି। 

ଗାଁ ଲୋକେ ବାପା ଓ ପୁଅଙ୍କ ଶୁଦ୍ଧିକ୍ରିୟା ଦାୟିତ୍ୱ ତୁଲେଇ ଦେବେ ସତ, କିନ୍ତୁ ସ୍ୱାମୀ ଓ ପୁଅକୁ ହରାଇ ନିସ୍ବ ହୋଇପଡିଥିବା ବୃଦ୍ଧା ସୁଜନ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ଏ ବୟସରେ କେମିତି ଚଳିବେ ଓ ବଞ୍ଚିବେ ତାହା ଏବେ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏମିତି ସମୟରେ ସରକାରୀ ସହାୟତା ଜରୁରୀ ହୋଇପଡିଛି।

Train Accident Father Son Death
Advertisment
Advertisment