ଦୁଇ ଖଣ୍ଡ ହୋଇଗଲା ଭୁବନେଶ୍ୱର ଆସୁଥିବା ଟ୍ରେନ । ବଗିରୁ ଅଲଗା ହେଲା ଅନ୍ୟ ବଗି । ଅଧାରେ ଅଟକି ରହିଛି ହୀରାଖଣ୍ଡ ଏକ୍ସପ୍ରେସ୍ । ଆଜି ଅପରାହ୍ଣ ପ୍ରାୟ ୫ଟାରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଜଗଦଲପୁର ଛାଡ଼ିବା ପରେ ଆମଗୁଡ଼ାରେ ଅଟକି ରହିଛି । ବଗିରୁ ବଗି ଅଲଗା ହୋଇଯିବାରୁ ଅଧାରେ ଅଟକି ରହିଛି ଟ୍ରେନ୍ ।
ବୈଷୟିକ ତ୍ରୁଟି ଯୋଗୁଁ ହୀରାଖଣ୍ଡ ଏକ୍ସପ୍ରେସ୍ ବଗି ଅଲଗା ହୋଇଯାଇଥିବା ଜଣାପଡିଛି । ତେବେ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ବର୍ତ୍ତମାନ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଟ୍ରେନ୍ ମରାମତି ଜାରି ରଖିଛନ୍ତି । ମରାମତି ଟିମ୍ ଓ ରେଲୱେ କର୍ମଚାରୀ ଅଲଗା ହୋଇଥିବା ବଗି ଯୋଡିବାକୁ ନଚେତ୍ ବଦଳାଇବା କାର୍ଯ୍ୟରେ ଲାଗିଛନ୍ତି ।
ଅଧିକ ପଢନ୍ତୁ: ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ବଡ଼ ଆକ୍ରମଣ, ହେବ କି ତୃତୀୟ ବିଶ୍ୱ ଯୁଦ୍ଧ?
ସୂଚନା ମୁତାବକ, ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ସାଧାରଣତଃ ଅପରାହ୍ନ ୪ଟା ୩୦ରୁ ଛତିଶଗଡ଼ ଜଗଦଲପୁରରୁ ବାହାରି ପରଦିନ ସକାଳ ପ୍ରାୟ ୮ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚେ । ଆଜି ଏହି ଏକ୍ସପ୍ରେସ ଜଗଦଲପୁରରୁ ବାହାରିବା ପରେ ପ୍ରାୟ ୫ଟା ବେଳେ ଛତିଶଗଡ଼ ଆମଗୁଡା ନିକଟରେ ଏହାର ଗୋଟିଏ ବଗି ଅନ୍ୟ ବଗିରୁ ଅଲଗା ହୋଇଯାଇଥିଲା । ଫଳରେ ଟ୍ରେନଟି ଆମଗୁଡା ଅଟକି ରହିଛି ।