କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍ ଡିଏମୟୁରେ କଟକ ଯାଇଥାନ୍ତେ ସମସ୍ତେ । ପେଟରେ ଟ୍ୟୁମର ଥିବାରୁ କଣ୍ଢେଇଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ହେଲେ କିଏ ଜାଣିଥିଲା କୋରେଇ ଷ୍ଟେସନ ହିଁ ପାଲଟିବ କଣ୍ଢେଇଙ୍କ ଶେଷ ଷ୍ଟେସନ
ଅଶୁଭ ସୋମବାର। ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ...ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ
ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ ।
କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ।
ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କାଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଏପରି ଜୀବନ ଚାଲିଯିବ ।
ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।
‘ଚାରିରୁ ପାଞ୍ଚ ଜଣ ଚିତ୍କାର କରୁଥାଆନ୍ତି . . . ’
ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ବିଶାଖାପାଟନମ୍ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଇଞ୍ଜିନ୍ ଗଡ଼ି ଯାଇଥିଲା।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ। ଜନ ଜୀବନ ପ୍ରଭାବିତ। ଝଡ଼ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।
ଷ୍ଟେସନରେ ୩ ବଗି ଛାଡ଼ି ଚାଲିଗଲା ଫାଲକନାମା ଏକ୍ପପ୍ରେସ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଏକ୍ସପ୍ରେସ୍ । ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା ଫାଲକନାମା ଯାତ୍ରୀବାହୀ ଟ୍ରେନ୍। ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ସୂଚନା ମିଳିଛି ।
ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି। ଗତକାଲି ବିକାନେର-ଗୌହାଟି ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିଲା।
୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେବା ସହ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଇଣ୍ଟରସିଟି ଏକ୍ସପ୍ରେସ୍। ତେବେ ଟ୍ରେନ୍ ଆସୁଥିବା ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।
ଜୀବନ ନେଉଛି ଲୌହ ଦାନବ । ଦିନକୁ ଦିନ ଦେଶରେ ବଢ଼ୁଛି ଟ୍ରେନ୍ ଦୁର୍ଘଟଣା । ସାମାନ୍ୟ ଅସାବଧାନତା ଯୋଗୁଁ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆଉ ଏହି ଦୁର୍ଘଟଣାରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରୁ ଏହି ସୂଚନା ମିଳିଛି
ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ୩ ମହିଳା ସମେତ ୪ ମୃତ। ଝାଡ଼ଖଣ୍ଡ ଚକ୍ରଧରପୁର ଷ୍ଟେସନ ନିକଟରେ ବଡ଼ ଧରଣର ଅଘଟଣ।
କେସିଙ୍ଗା: ଏକ ବଡଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ (୧୮୪୦୬)। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ଶହ ଶହ ଯାତ୍ରୀ। ଗତ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ଗଡିଥିଲା ଏହି ଟ୍ରେନ। କେସିଙ୍ଗା ନିକଟରେ ବଗି ଗୁଡିକୁ ଅଟକାଯାଇଥିଲା। ବଗି ଗୁଡିକରେ କେତେ ଯାତ୍ରୀ ଥିଲେ, ସେନେଇ ସଠିକ୍ ସୂଚନା ନାହିଁ। […]
କାଳ ହେଲା ଇୟରଫୋନ୍ ଲଗାଇ ଗୀତ ଶୁଣି ଶୁଣି ରେଲ୍ୱେ ଟ୍ରାକ୍ରେ ଚାଲିବା। ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।