ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।
ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା
ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’
ଝିଅ ଅପରେସନ୍ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍ ବାଲେଶ୍ୱର ପାଖରେ ଟ୍ରାକ୍ରୁ ଖସିଲା ଟ୍ରେନ୍ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ
ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା
ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ପରେ ବଦଳିଯାଇଥିଲା ଅଶ୍ୱିନୀଙ୍କ ଚିରାଚରିତ ଆଚରଣ ଆଉ ବ୍ୟବହାର.. ପାଦେ ପାଦେ ଜଗି ତୁଲାଉଥିଲେ ଉଦ୍ଧାରକାର୍ଯ୍ୟଠୁ ଆରମ୍ଭ କରି ମରାମତି କାର୍ଯ୍ୟ ପର୍ଯ୍ୟନ୍ତ ସବୁ ଦାୟିତ୍ୱ.. ନା ଥିଲା ମୁଣ୍ଡରୁ ଦୋଷ ଖସାଇଦେବା ଭଳି ରଙ୍ଗଢଙ୍ଗ ନା ଥିଲା ରାଜନୀତିର ବାସ୍ନା.. କେବଳ ଓଡ଼ିଆ ହୃଦୟ ନେଇ ଓଡ଼ିଶାରେ ଘଟିଥିବା ଏତେ ବଡ଼ ମହାବିପତ୍ତିକୁ ସାମ୍ନା କରୁଥିଲେ ଅଶ୍ୱିନୀ..
୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।
କିଏ ଜାଣିଥିଲା ସମୟ ଏମିତି ପ୍ରତିଶୋଧ ନେବ ! ଆଉ ହାତରେ ନିଜ ଲୋକର ଫଟୋ ଧରି ଶବର ଫଟୋ ସହ ମେଳ କରାଇବାକୁ ପଡ଼ିବ.. ହାୟ ! ଏମିତି ଦୁଃଖ କାହାରିକୁ ନମିଳୁ.. ଶହ ଶହ ଶବର ତାଲିକା ଆଉ ଫଟୋ ଭିତରୁ ଆପଣାର ଲୋକଟିକୁ ଖୋଜିବା ବେଳେ ସେ ହୃଦୟ ଯେମିତି ଫାଟି ପଡ଼ୁଥିବ..
ଝିଅ ବାହାଘର କରିବାକୁ ଆସିଥିଲେ । ବାହାଘର କରି ଚେନ୍ନାଇ ଯାଉଥିଲେ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । କିନ୍ତୁ ଦୁର୍ଘଟଣା ପରେ ଫୋନରେ କହିଥିଲେ, ମୁଁ ମରିଗଲି ଆଉ ଦେଖି ପାରିବିନି । ମୋତେ ପାଣି ଦେବ...
କରମଣ୍ଡଳର କଳା କାହାଣୀ ଖାଲି ଜୀବନ ନେଇନି। କାହା ସିନ୍ଥିରୁ ସିନ୍ଦୂର ପୋଛିଛି ତ କାହା କୋଳରୁ ଛୁଆକୁ ଛଡ଼ାଇ ନେଇଛି। କିଏ ବାପ ଛେଉଣ୍ଡ ହୋଇଛି ତ ଆଉ କିଏ ସର୍ବସ୍ୱ ହରାଇଛି। ବାହାନଗାର ବିଧ୍ୱସ୍ତ କାହାଣୀ ସର୍ବସ୍ୱାନ୍ତ କରିଦେଇଛି। ସମସ୍ତେ ଦାଣ୍ଡ ପିଣ୍ଡାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହାରି ପାଟିରୁ କଥା ପଦିଏ ବି ବାହାରୁନି। ସତେ ଯେମିତି ସମସ୍ତେ ନିର୍ବାକ ପାଲିଟିଯାଇଛନ୍ତି।
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।
ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ।
ସବୁ ସାରିଦେଲା କରମଣ୍ଡଳ । କାହା କୋଳରୁ ପିଲା ଛଡାଇ ନେଲା ତ ଆଉ କାହା ମଥାରୁ ସିନ୍ଦୂର ପୋଛିଦେଲା । ଚାହୁଁଚାହୁଁ ଉଜୁଡିଗଲା ସଂସାର
କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..
୨୭୫ ଭିତରୁ ୧୭୦ ଶବ ନେଇ ସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର ।
ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍ ।
ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ ।
ଯେଉଁ ବି-ଏଇଟ୍ ବଗିକୁ ଯିବାକୁ ଏଜିକେଲ୍ ବାହାରିଥିଲେ, ତାହା ଆଜି ୧୦ ଫୁଟ୍ ତଳକୁ ଗଡ଼ି ଛିନଛତ୍ର। ଅନେକ ନିରୀହ ଯାତ୍ରୀଙ୍କ ମୃତ୍ୟୁର ସାଜିଛି ମୂକସାକ୍ଷୀ।
୩୯ ବର୍ଷୀୟ ଜଗନ୍ନାଥ ସାହୁ ସେହି ସମୟକୁ ଭୁଲି ପାରି ନାହାନ୍ତି। ସେ ମଧ୍ୟ ବାଲେଶ୍ୱର ଟ୍ରିପଲ ଟ୍ରେନ୍ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥାନ୍ତେ, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା। ଭଗବାନ ତାଙ୍କୁ ବଛେଇ ଦେଇଛନ୍ତି।