ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।
୨ ବର୍ଷ ହୋଇନି ବାହାଘର । ଷ୍ଟେସନକୁ ଆସିବାକୁ ଫୋନ୍ କରିଥିଲେ ସ୍ୱାମୀ...ହେଲେ ୧୫ ମିନିଟ୍ରେ ସବୁକିଛି ସରିଗଲା । ସିନ୍ଥିରୁ ସିନ୍ଦୂର ଲିଭିଗଲା, ମାଆ କୋଳ ଖାଲି ହୋଇଗଲା । ପୁଅର ଶବ ଦେଖି ସ୍ତବ୍ଧ ହୋଇଗଲେ ବାପା
ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? ଦୁର୍ଘଟଣା ପଛରେ ରହିଛି କି ଅନ୍ତର୍ଘାତୀ କାର୍ଯ୍ୟ ? ତଦନ୍ତର ପ୍ରଥମ ଦିନରେ କାଲି ଦୁଇ ଦଫାରେ ଦୁଇଥର ଦୁର୍ଘଟଣାସ୍ଥଳରେ ସରଜମିନ୍ ଯାଞ୍ଚ ପରେ ଆଜି ବି ପୁଣି ବାହନଗା ଷ୍ଟେସନ୍ ବଜାରରେ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ଓ ଟେକନିକାଲ ଟିମ୍ ସହ ଖୋଳତାଡ଼ କରିଛି ସିବିଆଇ । ଏଥିସହ ଘଟଣା ଦିନ ସିଗନାଲ ଓ ପ୍ୟାନେଲ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଫୋନ୍ ସିଜ୍ କରି କଲ ରେକର୍ଡ ଓ ହ୍ୱାଟସଚାପ୍ ଚାଟ୍ ଯାଞ୍ଚ କରାଯାଉଛି ।
ଯେତେ ଶବ ସେତେ କାହାଣୀ । ବଖାଣିବାବେଳେ କୋହ ଲୁଚୁନି । ଏଠି ଘର କାନ୍ଥରୁ ଲିଭିନି ସଙ୍କେତ ଶୁଭ ପରିଣୟର । ତେଣେ ନିମିଷକରେ ପୋଛି ହୋଇଯାଇଛି ପତ୍ନୀ ସିନ୍ଥିରୁ ସିନ୍ଦୁର ।
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟା କେତେ? କାହିଁକି ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନି ତାଳମେଳ ? ଯଦି ମୃତ୍ୟୁ ସଂଖ୍ୟା ଅଧିକ, ତେବେ କୁଆଡେ ଗଲା ଶବ? ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟାକୁ ନେଇ ଗୋଳମାଳିଆ ସ୍ଥିତି ।
ହଠାତ୍ ପ୍ରଚଣ୍ଡ ଶବ୍ଦ, ବଗି ଅନ୍ଧାର, ଆର୍ତ୍ତ ଚିତ୍କାର..ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି।
କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ତେଣେ ମୃତଦେହ ସ୍ଥାନାନ୍ତର ପରେ ଶ୍ରେଣୀ ଗୃହକୁ ସାନିଟାଇଜ୍ ସରିଛି ଓ ସ୍କୁଲ ଖୋଲିବା ପୂର୍ବରୁ ପୂଜାପାଠ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି । ଡିଇଓ କହିଛନ୍ତି ଡର ଭୟ ଛାଡ଼ିବାକୁ ଅଭିଭାବକଙ୍କୁ ବି ବୁଝାଇବୁ ।..
ଯାନ୍ତ୍ରିକ ତ୍ରୁଟି ନା ଅନ୍ତର୍ଘାତୀ କାର୍ଯ୍ୟ ? ଆଜି ବି CBIର ଗ୍ରାଉଣ୍ଡ ଜିରୋରେ ସରଜମିନ ଖୋଳତାଡ଼ …
ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍ରେ କଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍ ଅଧିକାରୀ ।
କରମଣ୍ଡଳ କୋଳରେ କାଳ ଛକି ବସିଥିଲା। ହେଲେ ତା ପଞ୍ଛାରୁ ଭାଗ୍ୟ କିନ୍ତୁ ଛଡ଼େଇ ଆଣିଲା। କାଳ ଶୁକ୍ରବାରର ସେ ଛାତିଥରା କାହାଣୀ ବଖାଣିବାକୁ ଶବ୍ଦ ନାହିଁ।
ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍ ଅଧିକାରୀ ।
ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର
ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।
ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ଟ୍ରେନ୍ ଦୁର୍ଘଟଣା ପରେ ହୃଦୟ ବିଦାରକ ଦୃଶ୍ୟ.. ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ । ନିଜ ବନ୍ଧଙ୍କୁ ଖୋଜି ପାଉନାହାନ୍ତି ୩ ଯୁବକ । କାଲି ଚିହ୍ନଟ କରିଥିଲେ, ବନ୍ଧୁଙ୍କ ପରି ଲାଗୁଥିଲେ ହେଲେ ଅନ୍ୟ ପରିବାର ଆସି ସେହି ମୃତଶରୀରକୁ ନେଇଯାଇଛନ୍ତି ।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ଘରକୁ ଆସୁଥିଲା ଭେଣ୍ଡିଆ ପୁଅ । ଟ୍ରେନ୍ ହାୱଡ଼ାରେ ପହଞ୍ଚିଥିଲେ ପାଛୋଟି ନେଇଥାନ୍ତେ ଘରଲୋକେ । ହେଲେ ବାଟରେ ଘଟିଗଲା ଅଘଟଣ । ଚାରିଦିନ ହେଲା ପୁଅକୁ ଚିହ୍ନିପାରୁନି ବାପା । ଗେଲ୍ଲା ଭାଇର ଶରୀରକୁ ଚିହ୍ନିପାରୁନି ବଡ଼ ଭାଇ । ଏ ହସ୍ପିଟାଲକୁ ସେ ହସ୍ପିଟାଲ ଦୌଡ଼ି ଦୌଡ଼ି ନୟାନ୍ତ, ହେଲେ ମିଳୁନି ପୁଅ ।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।
ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।
ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।
କରମଣ୍ଡଳ ଏକ୍ସପ୍ରେସ କାହା କୋଳ ଖାଲି କରି ଦେଇଛି ତ ଆଉ କାହାର ସିନ୍ଥିରୁ ସିନ୍ଦୂର ପୋଛି ଦେଇଛି। କୁନିକୁନି ବାଳୁତ ଶିଶୁଙ୍କୁ ବାପ ଛେଉଣ୍ଡ କରି ଦେଇଛି ଶୁକ୍ରବାର କାଳରାତିର କରମଣ୍ଡଳ ।