• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train Accident

Bahanaga Train Accident
ସିଗନାଲ୍ ଜେଇଙ୍କୁ ସିବିଆଇର ଘନ ଘନ ଜେରା

ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ରେଲୱେ ସିଗନାଲ୍ ଜେଇ ଅମୀର ଖାନଙ୍କୁ ସିବିଆଇର ଘନ ଘନ ଜେରା । ଗତକାଲି ସିଲ୍ କରିଥିବା ସୋରସ୍ଥିତ ଭଡ଼ାଘରେ ଆଜି ଅମୀରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ସିବିଆଇ। ଏପଟେ ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣଇବା ସହ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Another A Big Train Accident Averted In Madhya Pradesh
୧୨୦ କି.ମି. ବେଗରେ ଯାତ୍ରା କରୁଥିଲା ଟ୍ରେନ୍‌, ଟ୍ରାକ୍‌ରୁ ଲକ୍‌ କାଢ଼ିଦେଲେ ଦୁର୍ବୃତ୍ତ...

ଲୋକୋ ପାଇଲଟ୍‌ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍‌ୱେ ଟ୍ରାକ୍‌ର ୧୫୮ ଲକ୍‌ କାଢ଼ି ଦେଇଥିଲେ।

Bahanaga train tragedy
ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗ୍‌ନାଲ JEଙ୍କ ଘର ସିଲ୍

JEଙ୍କ ଭଡ଼ା ଘର କିଏ ସିଲ୍ କଲା ଓ କାହିଁକି ସିଲ୍‌ କଲା ତାହା ଜଣାପଡ଼ିନାହିଁ । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍‌ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି ।

bahanaga triple train tragedy who is responsible
ବାହାନଗାର ବାର୍ତ୍ତା; ବଦଳିବ କି ବ୍ୟବସ୍ଥା

ବାହାନଗାର ଭୟାବହ ଦୁର୍ଘଟଣା ଘଟିବାର ତୁରନ୍ତ ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ଦିଆଯାଇଛି। ଓଡିଶାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିବା ସାମ୍ନାକୁ ଆସିଛି। ତେବେ ରାଜ୍ୟ ଶାସନାଧୀନ ବିଜେଡି କେନ୍ଦ୍ରର ରେଳ ବ୍ୟବସ୍ଥା କିମ୍ବା ବିଜେପି ସରକାର ବିଷୟରେ ପଦୁଟିଏ କହିଲା ନାହିଁ।

Balasore Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣା : ମୃତ୍ୟୁ ସଂଖ୍ୟା ୨୯୧କୁ ବୃଦ୍ଧି

ମୃତକ ଜଣକ ହେଲେ ବିହାର ଅଞ୍ଚଳର ସୋହେଲ ମନସୁର । କଟକ ଏସ୍‌ସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା

Train Tragedy
ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

Mother And Daughter Die After Being Hit By Train
ଟ୍ରେନ୍‌ରେ କଟିଗଲେ ମା’,ଝିଅ...ହସ୍ପିଟାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛି ପୁଅ

ଟ୍ରେନ୍‌ରେ କଟିଗଲେ ମା’,ଝିଅ। ସେପଟେ ଗୁରୁତର ଆହତ ହୋଇ ଜୀବନ ସହ ସଂଘର୍ଷ କରୁଛି ପୁଅ। ଆନ୍ଧ୍ର ପ୍ରଦେଶ ପଲାସା ଜିଆର୍‌ପି ଥାନା ଅଞ୍ଚଳରେ ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଓ ତାଙ୍କର ୮ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି।

Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ?

ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।

Train Tragedy
ସିବିଆଇ ଧରିଲା କି ବାହାନଗା ଟ୍ରେନ ଟ୍ରାଜେଡିର ଅସଲ କାରଣ ?

ବଡ଼ ଖବର ହେଉଛି, ବାହାନଗା ଷ୍ଟେସନର ସିଗ୍ନାଲ ଅଫିସର ଏବଂ ଷ୍ଟେସନ ମାଷ୍ଟରଙ୍କୁ ଚାନ୍ଦିପୁରର ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରୁଛି ସିବିଆଇ ଟିମ୍।

Local train and goods train collide head on accident like odisha was about to happen in chhattisgarh
ଗୋଟିଏ ଟ୍ରାକ୍‌ରେ ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍‌

ଛତିଶଗଡ଼ର ବିଳାସପୁର ନିକଟରେ ଏହି ଅଘଟଣ ଘଟିଥିବାବେଳେ ଅଳ୍ପକେ ଟଳିଛି ଦୁର୍ଘଟଣା । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସୁଥିବା ସମୟରେ ଉଭୟଙ୍କୁ ଦେଖି ଟ୍ରେନ୍‌ ରହିଯାଇଥିବା ସୂଚନା ମିଳିଛି ।

Indian Railway
ଟ୍ରେନ୍‌ ଛାତରେ ଶୋଇଥିଲେ ଯାତ୍ରୀ, ଦେଖନ୍ତୁ ଭିଡିଓ...

ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।

Bahanaga Train Tragedy
Train Tragedy: ବାହାନଗାରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି

ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।

Train Accident
ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।

Bahanaga Train Tragedy
Train Tragedy: ଦେବଦୂତ ରାଜୀବ ! ସେବା କରିବାକୁ ଧାଇଁ ଆସିଲେ ୪୦୦ କିଲୋମିଟର

ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ

BJD as leaders jet off on foreign trip
ଏପଟେ କାନ୍ଦୁଥିଲା ଓଡ଼ିଶା, ସେପଟେ ସିଙ୍ଗାପୁରରେ ମଉଜ କରୁଥିଲେ ବିଜେଡି ନେତା

ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ ।

Bahanaga High School
ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ହେବ ମଡେଲ ସ୍କୁଲ !

ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭଙ୍ଗାଭଙ୍ଗି ଅଭିଯାନ ଆରମ୍ଭ ।

Odisha Train Tragedy
ରଖେ ହରି ତ ମାରେ କିଏ

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଶହ ଶହ ଜୀବନ ଯାଇଛି, ଅନେକ ଏବେ ବି ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ହେଲେ ଦୁର୍ଘଟଣାରୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ହିଁ ଜୀବନ ମରଣର ବାସ୍ତବତାକୁ ପାଖରୁ ଦେଖିଛନ୍ତି ।

fire breakout puri durg express
ପୁଣି ଅଘଟଣ: ଦୂର୍ଗ-ପୁରୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି।

Bahanaga School
ଭଙ୍ଗା ହୋଇପାରେ ବାହାନଗା ହାଇସ୍କୁଲ୍

ବାହାନଗା ହାଇସ୍କୁଲ୍। ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାୟ ୭୦ ବର୍ଷର ପୁରୁଣା ଶିକ୍ଷାନୁଷ୍ଠାନ। ଏଠି ପିଲାଏ ପଢ଼ୁଛନ୍ତି ପ୍ରଥମରୁ ଦଶମ। ବାହାନଗା ରେଳଦୁର୍ଘଟଣା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଏହି ହାଇସ୍କୁଲ୍। କାରଣ ଏହି ସ୍କୁଲ୍ ହିଁ ସେଦିନ ପାଲଟିଥିଲା ଅସ୍ଥାୟୀ ଶବାଗାର।

Train Mishap
ପରିବାରର ଭଲ ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ଗୋଟିଏ ଗାଁ, ଗୋଟିଏ ସାହିର ଚାରି ସାଙ୍ଗ । ଏକାଠି ଖେଳନ୍ତି, ବୁଲନ୍ତି, ହାଟ ସଉଦା କରନ୍ତି, ପରସ୍ପର ଦୁଃଖସୁଖ ବାଣ୍ଟନ୍ତି । ଆଉ ପରିବାର ସୁଖ, ସୁବିଧା ପାଇଁ ସେଦିନ ବି ଚାରିହେଁ ଚେନ୍ନାଇକୁ ଦାଦନ ଖଟି ଯିବା ଉଦ୍ଦେଶ୍ୟରେ କରମଣ୍ଡଳ ଚଢ଼ିଥିଲେ । ହେଲେ ମାତ୍ର ଅଧଘଣ୍ଟାର ଟ୍ରେନ୍ ଯାତ୍ରାରେ ରେଳ ବଗି ଭଳି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ସମସ୍ତଙ୍କ ସ୍ୱପ୍ନ ।

Train Accident
କାହା ଅବହେଳାରୁ ଘଟିଗଲା, ଏତେବଡ଼ ଅଘଟଣ ?

କରମଣ୍ଡଳର କରାଳଛାୟାକୁ ଭୁଲି ହେଉନଥିବା ବେଳେ ଯାଜପୁରର ଟ୍ରେନ ଟ୍ରାଜେଡି ଦୋହଲାଇ ଦେଇଛି ସମସ୍ତଙ୍କୁ । ଛିଡ଼ା ହୋଇଥିବା ମାଲଗାଡ଼ିର ବଗି ମାଡ଼ିଯାଇ ଛଅ ଛଅ ଜଣ ଖଟିଖିଆ ମଣିଷଙ୍କ ଶରୀରକୁ ଯେଭଳି ଖଣ୍ଡ ବିଖଣ୍ଡ କରି ମାରିଦେଲା, ଭାବିଲେ ଦେହ ଶୀତେଇ ଉଠୁଛି ।

Train Accident
ଯାଜପୁର ଟ୍ରେନ୍‌ ଟ୍ରାଜେଡି; ୬ ଜଣଙ୍କ ଜୀବନ ଯିବା ପଛରେ ଦାୟୀ କିଏ ?

ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର ।

Train Mishap
ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ; ପରିଜନଙ୍କ ଶବ ଖୋଜୁଛନ୍ତି ପରିବାର

ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ ।

Bahanaga School
ଭଙ୍ଗାହେବ ବାହାନଗା ହାଇସ୍କୁଲ୍ ! ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଡ଼ରୁଛନ୍ତି ପିଲା

ଶତାଧିକ ଡେଡ୍ ବଡି ରଖାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି। ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଏ ଘଟଣାକୁ ନେଇ ଶଙ୍କା ଉପୁଜିଛି।

Bahanaga school
ସ୍କୁଲ ଯିବାକୁ ଭୟ କରୁଛନ୍ତି ପିଲା, ଭଙ୍ଗାଯିବ ବାହାନଗା ସ୍କୁଲ୍‌ରେ ମୃତଦେହ ଥିବା ଘର!

ସ୍କୁଲ୍‌ ପରିଦର୍ଶନ ବେଳେ ସୂଚନା ଦେଲେ ବାଲେଶ୍ୱର ଜିଲ୍ଲାପାଳ । ସ୍କୁଲ୍‌ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ ।