ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ।
ଶୁବମନ୍ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରାଯାଇଛି ।
ସିରାଜ BCCIକୁ ଦେଇଥିବା ସୂଚନାନୁଯାୟୀ ଜଣେ ବ୍ୟକ୍ତି ତାଙ୍କୁ ହ୍ୱାଟ୍ସଆପ୍ରେ ମେସେଜ୍ କରି ଟିମ୍ର ଭିତିରି କଥା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସିଜନ୍ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ
ମୁମ୍ବାଇରେ ଏକ କ୍ଲବ୍ରେ ସେଲ୍ଫି ଉଠାଇବାକୁ ନେଇ ବିବାଦ ପରେ ପୃଥିବୀ ଶ’ଙ୍କୁ ମାର୍ପିଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କ ସହ ଅସଦାଚରଣ କରିଥିଲେ।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।
ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି?
ଗତକାଲି ଅକ୍ଷର ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତବର୍ଷ ଜାନୁଆରୀ ୨୦ରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା।
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀରୁ ରୁର୍କୀ କାର୍ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।
ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?
ଟିମ୍ ଇଣ୍ଡିଆର ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ ବିସିସିଆଇର ଚିନ୍ତା ବଢ଼ାଇଦେଇଛି। ପ୍ରଶ୍ନ ଉଠୁଛି, ୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ?
ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।
ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍ରୁ କାଢ଼ି ଦିଆଯିବ।
ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍ ଇଣ୍ଡିଆ ଏବେ ରାଡାର୍ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।
ମ୍ୟାଚ୍ ଫି’ ବାବଦରେ ପୁରୁଷ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିବ ସେତିକି ଟଙ୍କା ମହିଳା କ୍ରିକେଟରଙ୍କୁ ମଧ୍ୟ ମିଳିବ। ଅର୍ଥାତ୍ ପୁରୁଷ କ୍ରିକେଟରଙ୍କ ସହ ସମାନ ମ୍ୟାଚ୍ ଫି’ ପାଇବେ ମହିଳା କ୍ରିକେଟର।
ଯଦି ନେଦରଲାଣ୍ଡ ସହ ଭାରତର ମୁକାବିଲା ରଦ୍ଦ ହୋଇଯିବ, ତା’ହେଲେ ଟିମ୍ ଇଣ୍ଡିଆକୁ ନେଦରଲାଣ୍ଡ ସହ ପଏଣ୍ଟ ଶେଆର କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚିବା ପାଇଁ କଷ୍ଟକର ହେବ କି ?
ଟି-୨୦ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଟିମ୍ ଇଣ୍ଡିଆକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି(ଅକ୍ଟୋବର ୨୭) ନେଦରଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ। ହେଲେ ତା’ପୂର୍ବରୁ ନେଟ୍ ପ୍ରାକ୍ଟିସ୍ ପାଇଁ ଟିମ୍ ଇଣ୍ଡିଆ ମନା କରିଦେଇଛି। ପ୍ରାକ୍ଟିସ୍ ପାଇଁ ଭାରତୀୟ କ୍ରିକେଟ ଟିମ୍କୁ ସିଡ୍ନୀର ଉପନଗର ବ୍ଲାକ୍ଟାଉନ୍ ସ୍ଥିତ ଗ୍ରାଉଣ୍ଡ୍ ଦିଆଯାଇଥିଲା। BCCI ସୂତ୍ର ଅନୁସାରେ, ହୋଟେଲ୍ ଠାରୁ ପ୍ରାକ୍ଟିସ୍ ଗ୍ରାଉଣ୍ଡ୍ ୪୨ କି.ମି. ଦୂର।
ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।
ବିସିସିଆଇ ପକ୍ଷରୁ ପୋଷ୍ଟ ହେଲା ଭାରତୀୟ ଦଳ ନୂଆ ଜର୍ସି ।
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଘୋଷିତ ୧୫ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ଦ୍ରୁତ ବୋଲର୍ ମହମ୍ମଦ ଶାମୀ। ଏଥିପାଇଁ ଚୟନକାରୀଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ତେବେ ଏହି ଅଭିଜ୍ଞ ଓ ଫିଟ୍ ପେସର୍ଙ୍କୁ କାହିଁକି ବାରମ୍ବାର ଅଣଦେଖା କରାଯାଉଛି? ଏସିଆ କପ୍ ବିଫଳତା କ’ଣ କିଛି ଶିକ୍ଷା ଦେଲା ନାହିଁ?