ନ୍ୟୁଜିଲ୍ୟାଣ୍ଡ୍-ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ର ରେଜଲ୍ଟ ଉପରେ ନିର୍ଭର କରିବ ଟିମ୍ ଇଣ୍ଡିଆର ଭାଗ୍ୟ। ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ ଏବଂ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ୍ରେ ଭାରତ ନାମିବିଆକୁ ହରାଇଲେ ଭାରତ ସେମିଫାଇନାଲ୍କୁ ଯିବାର ରାସ୍ତା ସଫା ହୋଇ ଯିବ।
ଯଦି ଆଜିର ମ୍ୟାଚ୍ରେ ଆଫଗାନିସ୍ତାନ ଜିତେ, ତେବେ ଭାରତର ସେମିଫାଇନାଲକୁ ଯିବା ଆଶା ଉଜ୍ଜୀବିତ ହେବ। ଆଉ ନ୍ୟୁଜିଲ୍ୟାଣ୍ଡ୍ ଜିତିଲେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଯିବ।
ସେମିଫାଇନାଲ୍ରେ ଭାରତ ପହଞ୍ଚିବା ନେଇ ଯେଉଁ ଆଶା ଧୂଳିସାତ୍ ହୋଇଯାଇଥିଲା ଏହା ଏବେ ଉଜ୍ଜୀବିତ ହେବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ପ୍ରଥମରୁ ଦୁଇଟି ମ୍ୟାଚ୍ ହାରି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିବା ଟିମ୍ ଇଣ୍ଡିଆ, କେଉଁ କୌଶଳରେ ସେମିଫାଇନାଲକୁ ଯିବ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।
ପାକିସ୍ତାନଠୁ ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା, ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିମ୍ ଇଣ୍ଡିଆର Playing-11କୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ ଉଠାଇ ଥିଲେ। ଏହାପରେ ବିରାଟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍ ଟାଇଟଲ୍ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍ର ତାଜ୍ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି
ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଆଉ ୨ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଲ୍ ରାଉଣ୍ଡର କୃନାଲ୍ ପାଣ୍ଡ୍ୟାଙ୍କ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।
ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଳକ୍ଷଣ ଦେଖା ଯାଇ ନାହିଁ।