ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି
ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି।
ଦିନେ ବସ୍ତାନୀ ନେଇ ପାଠ ପଢିବାକୁ ଆସିଥିଲେ।ସମୟ କ୍ରମେ ସେହି ସ୍କୁଲରେ ଦୀର୍ଘବର୍ଷ ଶିକ୍ଷାଦାନ ବି କଲେ।ଏବେ ଅବସର ସମୟରେ ସଭିଙ୍କୁ କନ୍ଦାଇ ଯାଉଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ।ସାରଙ୍କୁ ଘରଯାଏ ଛାଡିବାକୁ ପୁରାତନ ଛାତ୍ରଛାତ୍ରୀ ବି ଧାଇଁ ଆସିଛନ୍ତି।
ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟରେ କରିଛନ୍ତି କିଚେନ୍ ଗର୍ଡେନ ଠାରୁ ଆରମ୍ଭ କରି ଅନେକ କିଛି... ଦେଖିଲେ ଆପଣଙ୍କ ଆଖି ଲାଖିଯିବ...
କେରଳ ଷ୍ଟେଟ୍ କମିଶନ୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
୨ ଶିକ୍ଷକ ବହିଷ୍କୃତ, ୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍। ୧୦ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ ।
ମାଲକାନଗିରିରେ ଡ୍ୟୁଟି ଖିଲାପି ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗର ସମୁଚିତ ଶିକ୍ଷା । ବିନା କାରଣରେ ସ୍କୁଲ ଆସୁନଥିବା ୧୦ ଶିକ୍ଷକଙ୍କୁ ଚାକିରିରୁ ବିଦା କଲେ ଡିଇଓ ।
ରାଗରେ ହିତାହିତ ଜ୍ଞାନ ଭୁଲି ଏପରି ଦଣ୍ଡ ଦେବା କ’ଣ ଠିକ୍ ?
ମାସ ମାସ ଧରି ସ୍କୁଲ୍ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।
DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।
୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା କରିବ...
ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ଶିକ୍ଷୟିତ୍ରୀ ?
ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ଦେହ ସାରା ହାତ ବୁଲାଇଲା। ଆଉ ଶେଷରେ ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ। ଯାହାକୁ ଦେଖି ତାଜୁବ ପୋଲିସ୍...
ଦିନେ ଶିକ୍ଷକତା କରୁଥିଲେ, ପରେ ଡେଲିଭରି ବୟ ହେଲେ। ପାଖରେ ଟଙ୍କା ନଥିବାରୁ ଖରାତରାରେ ସାଇକେଲରେ ବୁଲି ବୁଲି ଦେଉଥିଲେ ଖାଇବା। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ସେନ୍ସେନ୍ ପାଲଟିଲେ...ଗିଫ୍ଟ ଆକାରରେ ମିଳିଲା ବାଇକ୍। ଦେଖନ୍ତୁ ଗାଡ଼ି ମିଳିବା ବେଳକୁ କେତେ ଖୁସି ଅଛନ୍ତି ଏଇ ବ୍ୟକ୍ତି...
କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦% ବୃଦ୍ଧି କରାଯାଇଛି। ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଦରମା ୭,୪୦୦ରୁ ୧୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ଶତାୟୁ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନାରେ ଆକ୍ରାନ୍ତ। ସେ ଏବେ ଯାଜପୁର କଳିଙ୍ଗନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
ଶିକ୍ଷକଙ୍କୁ ନିଆରା ଅବସର କାଳୀନ ବିଦାୟ ସମ୍ୱର୍ଦ୍ଧନା । ଘରେ ଘରେ ବନ୍ଦାପନା କଲେ । ୭ କିଲୋମିଟର ଶୋଭାଯାତ୍ରା କରି ନେଲେ । କେତେ ଭଲ ପାଆନ୍ତି, କାମରେ ଦେଖାଇଦେଲେ ଗ୍ରାମବାସୀ । ସେବାର ମହତ୍ତ୍ୱ ବୁଝିଛନ୍ତି ଗ୍ରାମବାସୀ । କୃତ୍ୟ କୃତ୍ୟ ହୋଇଗଲେ ମଝିଆ ସାର୍ ।
ମଝିଆ ମେହେର୍ ସାର ବହୁତ ଲୋକପ୍ରିୟ। ଗତକାଲି ସେ ଚାକିରିରୁ ଅବସର ନେଲେ। ଗ୍ରାମବାସୀ ୭ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଗୁରୁଜୀଙ୍କୁ ତାଙ୍କ ଗାଁରେ ନେଇ ଛାଡ଼ିକି ଆସିଲେ।
ସପ୍ତାହେ ଧରି ନିଖୋଜ ବଲାଙ୍ଗିର ତୁରେକେଲାର ଶିକ୍ଷୟିତ୍ରୀ I ସ୍କୁଲ ଯିବାକୁ ୮ ତାରିଖ ଦିନ ଘରୁ ବାହାରିଥିଲେI
ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।
ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।
ବର୍ଷ ବର୍ଷ ଧରି ଜାଲ କାଗଜପତ୍ର ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପର୍କରେ ବାରମ୍ବାର ତଥ୍ୟ ପ୍ରଦାନ କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଇଓ ମାନଙ୍କୁ ତାଗିଦ କରି ଦରମା ବନ୍ଦ କରିବା ଭୟ ଦେଖାଇବା ପରେ ୪ଜଣ ନକଲି କନିଷ୍ଠ ଶିକ୍ଷକଙ୍କ ନାମରେ ମୁରିବାହାଲ ଥାନାରେ ଏତଲା ଦିଆଯାଇଛି।