Advertisment

Teacher's Illicit Affair: ଘରେ ଅଛନ୍ତି ସ୍ତ୍ରୀ-ପିଲା, ସ୍ବାମୀ ଖୋଜୁଛନ୍ତି ଟିକେ ଏକ୍ସଟ୍ରା

ପଦ୍ମପୋଖରୀ ସ୍କୁଲରେ ପ୍ରଧାନଶିକ୍ଷକଙ୍କ ପରକୀୟା ପ୍ରୀତି ଧରାପଡିବା ପରେ ରାସ୍ତାରେ ଉଲଗ୍ନ କରି ଚଲାଇଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ବାମୀ।

author-image
Chinmayee Sahoo
Extra-Maretial-allegitaion

Extra-Maretial-allegitaion

ବୃତ୍ତିରେ ଜଣେ ଶିକ୍ଷକ। ହଜାର ହଜାର ପିଲାଙ୍କ ଭବିଷ୍ୟତ ବାବୁଙ୍କ ହାତରେ। ଘରେ ବି ସ୍ତ୍ରୀ ପିଲା ରହିଛନ୍ତି। ଶିକ୍ଷକଙ୍କ ପତ୍ନୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ। ହେଲେ ମାନସମ୍ମାନ ସହ ପଦ ମର୍ଯ୍ୟାଦା ଭୁଲି ଅନ୍ୟ ସ୍ତ୍ରୀଙ୍କ ଉପରେ ଆଖଉଥିଲେ। ମଝିରେ ମଝିରେ କାକଟପୁରରୁ ନିମାପଡା ଆସି ଭଡା ଘରେ ଥିବା ଶିକ୍ଷୟିତ୍ରୀଙ୍କୁ ଦେଖା କରୁଥିଲେ। ଏ ଶିକ୍ଷକ ମହାଶୟ ହେଉଛନ୍ତି ବିଷ୍ଣୁ ମହାନ୍ତି।

Advertisment

ପୁରୀ ଜିଲ୍ଲା କାକଟପୁର ବ୍ଲକର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର ଥିଲେ। ଏବେ ଏହି ବ୍ଲକ ଅଧିନରେ ଥିବା ପଦ୍ମପୋଖରୀ ସ୍କୁଲରେ ପ୍ରଧାନଶିକ୍ଷକ ଅଛନ୍ତି। ହଠାତ ସାରଙ୍କ ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ରଙ୍ଗେ ହାତ ଧରାପଡିଛନ୍ତି ବିଷ୍ଣୁ। ଧରାପଡିଛନ୍ତି ପ୍ରେମୀ ଯୁଗଳ। ପୁରୀ ନିମାପଡ଼ା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା।

ଉଭୟଙ୍କୁ ମାଳ ପକାଇ ରାସ୍ତାରେ ଚଲାଇ ଚଲାଇ ନିକଟସ୍ଥ ଥାନାକୁ ନେଲେ ମହିଳାଙ୍କ ସ୍ବାମୀ। ପତ୍ନୀଙ୍କ ସହ ପୁରୁଷ ବନ୍ଧୁ ଶିକ୍ଷକଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ବାମୀ। ଶିକ୍ଷୟିତ୍ରୀ ଜଣଙ୍କ ନିମାପଡା ଥାନା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ କାକଟପୁର ଅଞ୍ଚଳର ଶିକ୍ଷକ ଜଣଙ୍କ ଅନୈତିକ ସମ୍ପର୍କ ରଖୁଥିବା ଜାଣିବା ପରେ ସ୍ୱାମୀ ତାଙ୍କ ଭଡାଘରୁ ଉଭୟଙ୍କୁ ଧରିଥିଲେ। ରାସ୍ତାରେ ଚଳାଇ ଉଭୟଙ୍କ ହାତ ବାନ୍ଧି ନିମାପଡା ଥାନାରେ ଜିମା ଦେଇଛନ୍ତି। ତେବେ ଏ ସମ୍ପର୍କରେ ମହିଳାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Teacher Illicit Affair Odisha
Advertisment
Advertisment