Advertisment

Teachers day: ଗୁରୁ ବିନା ଜୀବନ ଅଧୁରା,ଏବେ ବି ରହିଛି ନିଆରା ଗୁରୁଙ୍କ କାହାଣୀ

ଯୁଗେ ଯୁଗେ ଗୁରୁଙ୍କ ଜ୍ଞାନ ସମସ୍ତଙ୍କ ପାଇଁ ଅମୃତ ବାଣୀ। ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଗୁରୁଙ୍କ ଅବଦାନ ଅତୁଳନୀୟ। ଗୁରୁ ଦେଖାନ୍ତି ଅନ୍ଧାରରୁ ଆଲୁଅର ବାଟ। ଗୁରୁ ବିନା ଜୀବନ ଅଧୁରା।

author-image
Manasranjan Mohanty
teachers day

teachers day

କାନ୍ଧରେ ଗାମୁଛା, ହାତରେ ବଙ୍କୁଲି ବାଡ଼ି। ହାତରେ ଖଣ୍ଡିଏ ଖବରକାଗଜ ଧରି ଧାଇଁଆସୁଛନ୍ତି। ପ୍ରତିଦିନ ଘଣ୍ଟି ବାଜିବା ପୂର୍ବରୁ ପହଞ୍ଚି ଯାଆନ୍ତି ଗାଁ ସ୍କୁଲରେ। ଯେଉଁଠି ସିଏ ଜୀବନର ଅର୍ଦ୍ଧାଧିକ ସମୟ ଶିକ୍ଷକ ଭାବେ ବିତାଇଥିଲେ, ଅବସର ପରେ ବି ସ୍କୁଲକୁ ଦୈଡ଼ି ଆସୁଛନ୍ତି। ଏବେ ତାଙ୍କୁ  ୮୫ ଛୁଇଁଲାଣି। ବୟସର କ୍ଳାନ୍ତ-ଅପରାହ୍ନରେ ମଧ୍ୟ ନରମି ଯାଇ ନାହାଁନ୍ତି ସେ। ଶିକ୍ଷାଦାନ ପ୍ରବୃତ୍ତି ଠାରୁ ନିଜକୁ ଦୂରେଇ ପାରିନାହାଁନ୍ତି। ସ୍ବେଛାକୃତ ଭାବେ ପ୍ରତିଦିନ ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି । ଗଂଜାମ ଧରାକୋଟ ବ୍ଲକ ରୁଗୁମୁ ପଞ୍ଚାୟତ କସେଇ ଗାଁର ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ପ୍ରଧାନ। ଯିଏ ନିଜ କର୍ତ୍ତବ୍ୟବୋଧ ଠାରୁ ପାଦେ ଆଗରେ ରହି ଅବସର ପରେ ବି ବିନା ପାରିଶ୍ରମିକରେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ଶ୍ରେଣୀର ସମସ୍ତ ପାଠ୍ୟକ୍ରମକୁ ଅତି ସରଳ ଓ ସହଜରେ ପିଲାଙ୍କୁ ପଢ଼ାଇଥାନ୍ତି ଦୀନବନ୍ଧୁ ସାର। ଖାଲି ସେତିକି ନୁହେଁ, ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣାର ଉତ୍ସ।

Advertisment

ଆଉ ଜଣେ ଗୁରୁଜୀ । ଅବସର ଜୀବନରେ ବି ଚଳଚଞ୍ଚଳ। ଥକିନି ମନ କି, କ୍ଲାନ୍ତ ହୋଇନି ଶରୀର । ସେ ବି ୮୫ ବର୍ଷ ବୟସରେ ଶିକ୍ଷାଦାନକୁ ଛାଡି ପାରିନାହାନ୍ତି । ଜଗତସିଂହପୁର କୁଜଙ୍ଗ ବ୍ଲକ ଗୋରଡ ପଞ୍ଚାୟତ କେଳାପଦା ଗାଁର ଶିକ୍ଷକ ଚିନ୍ତାମଣି ରାଉତ। ୨୫ ବର୍ଷ ତଳୁ ଚାକିରିରୁ ଅବସର ନେଇସାରିଛନ୍ତି, କିନ୍ତୁ ଏଯାଏ ଦିନେ ହେଲେ ବି ସ୍କୁଲ ଯିବାରୁ ବିରତ ହୋଇନାହାନ୍ତି। ଦୀର୍ଘ ୨୬ ବର୍ଷ ହେଲାଣି ବିନା ପାରିଶ୍ରମିକରେ ପଶ୍ଚିମେଶ୍ବର ସରକାରୀ ସ୍କୁଲରେ ଶିକ୍ଷାଦାନ କରି ଆସୁଛନ୍ତି। ଗଣିତ, ସାହିତ୍ୟ, ଇଂରାଜୀ ସବୁ ପଢ଼ାଇଥାନ୍ତି। ପିଲାମାନେ ବି ଆଗ୍ରହ ଦେଖାନ୍ତି ତାଙ୍କ ପ୍ରିୟ ଗୁରୁଜୀଙ୍କ ଠାରୁ ପାଠ ପଢିବା ପାଇଁ। ତାଙ୍କର ଅନେକ ଛାତ୍ରଛାତ୍ରୀ ବଡ ପଦବୀରେ ଚାକିରି କରିଛନ୍ତି, ଦେଶବିଦେଶରେ ପ୍ରତିଷ୍ଠିତ ହୋଇଛନ୍ତି। ଏହାକୁ ନେଇ ସେ ଗର୍ବ ବି କରନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବରେ ଆଖପାଖ ଗାଁରେ ଲୋକେ ସମ୍ମାନ ଦିଅନ୍ତି। ଚିନ୍ତାମଣି ଗୁରୁଜୀ କୁହନ୍ତି, ଏବେ ଶିକ୍ଷକଙ୍କ ଉପରେ ପାଠପଢ଼ା ଅପେକ୍ଷା ସ୍କୁଲ ଅନ୍ୟ ଦାୟିତ୍ବ ବି ରହୁଛି। ତେଣୁ ଶିକ୍ଷାଦାନ ପ୍ରତି ସେମାନଙ୍କର ଆନ୍ତରିକତା କମି ଯାଉଛି।

ଯୁଗେ ଯୁଗେ ଗୁରୁଙ୍କ ଜ୍ଞାନ ଆମ ସମସ୍ତଙ୍କ ପାଇଁ ଅମ୍ବ୍ରୃତ ବାଣୀ। ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଗୁରୁଙ୍କ ଅବଦାନ ଅତୁଳନୀୟ। ଯାହାଙ୍କ ଆଦର୍ଶ, ନୀତିବାଣୀ ଓ ଉପଦେଶକୁ ଆଜି ବି ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ସଭିଏଁ । ଆସିକାରୁ ମନୋଜ ମୁନୀ, ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ, ଓଟିଭି... 

Advertisment
Teachers' Day Teacher
Advertisment
Related Articles
Advertisment